କେନ୍ଦୁଝର ସଦର,୨୭/୦୬: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣି ରଡେଇ ନଦୀରେ ଗାଧୋଇବା ବେଳେ ଅଘଟଣ । ଜଣେ ବ୍ୟକ୍ତି ଅଥଳ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି । ମୃତକ ହେଲେ ବାଙ୍କମାରୁଣି ନିକଟସ୍ଥ ବାଲିସୁଆଁ ଗାଁର ତରଣିସେନ ନାଏକ (୩୭ ବର୍ଷ) ।
ସୂଚନା ମୁତାବକ, ବାଙ୍କମାରୁଣି ନିକଟସ୍ଥ ବାଲିସୁଆଁ ଗ୍ରାମର ତରଣିସେନ ନାଏକ ଶୁକ୍ରବାର ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀରେ ଗାଧୋଇବା ବେଳେ କୌଣସି କାରଣ ବଶତଃ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି । ଏହି ଘଟଣା ସମ୍ପର୍କରେ ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।