ଭୁବନେଶ୍ୱର,୨୬/୦୧: ମାଳବିହାରାପୁର ହାଇସ୍କୁଲରୁ ପିଲାଙ୍କୁ ନେଇ ସରଣ୍ଡା ପ୍ୟାରେଡ୍‌ ଗ୍ରାଉଣ୍ଡ୍‌କୁ ଯିବା ବେଳେ ଅଘଟଣ । ରାସ୍ତାରେ ଓଲଟିଲା ପିକଅପ୍‌ ଭ୍ୟାନ୍‌ । ୨୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର । ସମସ୍ତ ଛାତ୍ରଛାତ୍ରୀ ଗୁରୁତର ଅବସ୍ଥାରେ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ପ୍ୟାରେଡ୍‌ ପାଇଁ ଏକ ପିକଅପ୍‌ ଭ୍ୟାନ୍‌ ମାଳବିହାରାପୁର ହାଇସ୍କୁଲରୁ ପିଲାଙ୍କୁ ନେଇ ସରଣ୍ଡା ପ୍ୟାରେଡ୍‌ ଗ୍ରାଉଣ୍ଡକୁ ଯାଉଥିଲା । ହେଲେ ରାସ୍ତାରେ ଘଟିଗଲା ଦୁର୍ଘଟଣା । ଗାଡ଼ିଟି ପ୍ୟାରେଡ୍‌ ଗ୍ରାଉଣ୍ଡକୁ ଯିବା ବେଳେ ରାସ୍ତାରେ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିରେ ଯାତ୍ରା କରୁଥିବା ୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଇଛି ।