ରାୟଗଡ଼ା, ୧୪/୧୩: ଫସଲ ଜଗିଥିବା ବେଳେ ଆକ୍ରମଣ କଲା ଦନ୍ତା । ଚାଲିଗଲା ଯୁବକଙ୍କ ଜୀବନ । ମୃତ ଯୁବକ ଜଣକ  ଖମ୍ବେସୁ ଗ୍ରାମର ସାଲୁପୁ କୁଟ୍ରୁକା ବୋଲି ଜଣାପଡ଼ିଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲାଖପଦର ପାହାଡ ଉପରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଯୁବକ ଜଣକ ଲାଖପଦର ପାହାଡ ଉପରେ ଫସଲ ଜଗିଥିଲେ । ଏହି ସମୟରେ ଦନ୍ତା ହାତୀ ହଠାତ୍‌ ତାଙ୍କ ଉପରେ ଆକ୍ରମଣ କରିଥିଲା । ହାତୀଟି ତାଙ୍କୁ ଦଳି ଚକଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ପ୍ରାଣ ଚାଲି ଯାଇଥିଲା । ଏହା ଦେଖି ତାଙ୍କ ପରିବାର ଲୋକେ ତୁରନ୍ତ ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି ବନ ବିଭାଗର କର୍ମଚାରୀ ।