ଭୁବନେଶ୍ବର, ୩୧।୧ : ବେଲଘର ହାତୀ ମୃତ୍ୟୁ ଘଟଣାରେ ଭୁଲ୍ ରିପୋର୍ଟ ଦେବା ଆଧାରରେ ଏସିଏଫଓ ନିଲମ୍ୱିତ l ଏସିଏଫଓ ସୂର୍ଯ୍ୟକାନ୍ତ ନିଲମ୍ବିତ କରାଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞ୍ଚଳରେ ହାତୀ ମୃତ୍ୟୁ ପରେ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାରେ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରା ନିଲମ୍ୱିତ କରାଯାଇଅଛି ।

ସୂର୍ଯ୍ୟକାନ୍ତ ବେହେରା ଜାନୁୟାରୀ ୫ ତାରିଖରେ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ ଘଟଣାର ତଦନ୍ତ ପାଇଁ ଯାଇ ଡିଏଫଓଙ୍କୁ ଭୁଲ ରିପୋର୍ଟ ପ୍ରଦାନ କରିଥିଲେ । ହାତୀ ମୃତ ଘଟଣା ଏକ ଗୁଜବ ଏଥିରେ କୌଣସି ସତ୍ୟତା ନଥିବା ରିପୋର୍ଟରେ ଲେଖିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଡିଏଫଓ ଘନଶ୍ୟାମ ମହାନ୍ତ ନିଜେ ବେଲଘର ଯିବା ପରେ ଘଟଣା ସତ୍ୟ ରିପୋର୍ଟ ପ୍ରଦାନ କରିଥିଲେ । ଏହା ପରେ ରେଞ୍ଜର ବିନୟ ବିଶି କୁ ନିଲମ୍ୱିତ କରିଥିବା ବେଳେ ଭୁଲ ରିପୋର୍ଟ ପ୍ରଦାନ କରିଥିବା ଅଭିଯୋଗରେ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରା ନିଲମ୍ୱିତ କରାଯାଇଛି।