ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କୁକୁର ପାଇଁ ତୁଟିଲା ସମ୍ପର୍କ; ପତ୍ନୀଙ୍କୁ ଛାଡପତ୍ର ଦେଲେ ଏହି ଅଭିନେତା

Published By : Ankita S | March 4, 2025 12:53 PM

ମୁମ୍ବାଇ,୦୪/୦୩: ସେଲିବ୍ରିଟି, ବିବାହ ଓ ବିଚ୍ଛେଦ ଏକ ସାଧାରଣ କଥା ହୋଇଗଲାଣି । ଦିନକୁ ଦିନ ଏହି ତାଲିକା ବଢିବାରେ ଲାଗିଛି ।ଅନେକ ସମୟରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଦମ୍ପତ୍ତି ଅଲଗା ହେବା ଖବର ଆସେ । ପ୍ରାୟତଃ ପରକୀୟା ପ୍ରୀତି କିମ୍ବା ପାରସ୍ପରିକ ବୁଝାମଣା ଅଭାବରୁ ଛାଡପତ୍ର ଭଳି ସ୍ଥିତି ଦେଖିବାକୁ ମିଳିଥାଏ । ଆମେ ଆଜି ଏମିତି ଏକ ବିବାହ ବିଚ୍ଛେଦ କଥା କହିବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେବ । କୁକୁର ପାଇଁ ଏକ ବୈବାହିକ ସମ୍ପର୍କ ତୁଟିଛି । ବଲିଉଡର ଜଣେ ଅଭିନେତା କୁକୁର ପାଇଁ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି । ବିବାହର ତିନି ବର୍ଷ ପରେ ପତ୍ନୀଙ୍କଠୁ ଅଲଗା ହୋଇଛନ୍ତି ଅଭିନେତା ଜଣକ ।

ବଲିଉଡ ଅଭିନେତା ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି ଅରୁଣୋଦୟ ସିଂହ । ତାଙ୍କ ବିବାହ ବିଚ୍ଛେଦକୁ ନେଇ ଯେତିକି ଚର୍ଚ୍ଚା ନାହିଁ କାରଣକୁ ନେଇ ତାଠୁ ଅଧିକ ଚର୍ଚ୍ଚା । କୁକୁର ପାଇଁ ସେ ତାଙ୍କର ୩ ବର୍ଷର ବୈବାହିକ ସମ୍ପର୍କକୁ ଶେଷ କରିଛନ୍ତି । ଅରୁଣୋଦୟ ସିଂହ ୨୦୧୬ ଡିସେମ୍ବର ୧୩ ତାରିଖରେ କାନାଡାର ଲି ଏଲଟନଙ୍କୁ ବିବାହ କରିଥିଲେ । ବେଶ୍ ରାଜକୀୟ ଢଙ୍ଗରେ ହୋଇଥିଲା ବାହାଘର । ହେଲେ ଅଧିକ ଦିନି ତିଷ୍ଠି ପାରିନଥିଲା । ବିବାହର ୩ ବର୍ଷ ପରେ ସମ୍ପର୍କରେ ଫାଟ ଆସିଥିଲା । ଦୁହେଁ ପରସ୍ପରଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ।

ଅରୁଣୋଦୟଙ୍କ ମୁହଁରୁ ଛାଡପତ୍ରର କାରଣ ଶୁଣିବା ପରେ ସମସ୍ତେ ଚକିତ ହୋଇଥିଲେ । ସେ ଭାରି ପଶୁ ପ୍ରେମୀ । ତେଣୁ  କୁକୁର ରଖିବାକୁ ପସନ୍ଦ କରୁଥିଲେ । ଘରେ କୁକୁର ରଖିଥିଲେ । ପାଳିତ କୁକୁରଙ୍କ ସହ ଇନଷ୍ଟାରେ ଫଟୋ ମଧ୍ୟ ପୋଷ୍ଟ କରନ୍ତି । ଅନେକ ସମୟରେ କୁକୁରମାନେ ପରସ୍ପର ସହିତ ଲଢେଇ କରୁଥିଲେ ଭୋକୁଥିଲେ । ଏହି ଶଦ୍ଦକୁ ନେଇ ଅରୁଣୋଦୟଙ୍କ ପତ୍ନୀ ଲି ଏଲଟନ ବିରକ୍ତ ହୋଇଯାଉଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିଲା । ଧୀରେ ଧୀରେ ଏହା ବଢିବାକୁ ଲାଗିଲା । ଛାଡପତ୍ର ଯାଏ କଥା ପହଞ୍ଚିଗଲା ।

ଅଧିକ ପଢନ୍ତୁ...ଛାଡ଼ପତ୍ରର ଗୁଜବ ମଧ୍ୟରେ ସୁନୀତାଙ୍କ ଭିଡ଼ିଓ ଭାଇରାଲ , କହିଲେ –

ଭୋପାଳର ଏକ ପାରିବାରିକ ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ୨୦୧୯ରେ ଅଭିନେତା ଅରୁଣୋଦୟଙ୍କର ଛାଡପତ୍ର ହେବା ସହ ୩ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା । ଇତିମଧ୍ୟରେ ଛାଡପତ୍ରକୁ ୬ ବର୍ଷ ବିତିଯାଇଛି । ଅରୁଣୋଦୟ ପତ୍ନୀଙ୍କୁ ଛାଡିଦେଲେ ପଛେ ତାଙ୍କ ପୋଷା କୁକୁରକୁ ଛାଡିଲେ ନାହିଁ । କୁକୁରକୁ ପରିବାରର ସଦସ୍ୟ ବୋଲି ମାନୁଥିଲେ । ୨୦୦୯ରେ ରିଲିଜ ହୋଇଥିବା ଫିଲ୍ମ ସିକନ୍ଦର'ରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ 'ଜିସ୍ମ-୨', 'ମୈଁ ତେରା ହିରୋ', 'ମିଷ୍ଟର ଏକ୍ସ', 'ବ୍ଲାକମେଲ', 'ମହେଞ୍ଜୋଦାରୋ'ରେ ନଜର ଆସିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.