ପ୍ରମୂଖ ଖବର
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ତିଳତିଳ ହୋଇ ମରୁଛନ୍ତି କଳାକାର ଲୋକନାଥ: ୨ଟି ଯାକ କିଡ୍‌ନି ଅଚଳ, ଡାଇଲିସିସ୍‌ ପାଇଁ ପଇସା ନାହିଁ

Published By : Harapriya Sethi | June 21, 2025 1:19 PM

ଭୁବନେଶ୍ୱର,୨୧/୦୬: କଳା ତାଙ୍କର ବୃତ୍ତି । ଅଭିନେତାଙ୍କୁ ମଞ୍ଚ ଓ ସିନେମାରେ ଆକର୍ଷଣୀୟ କରିବା କ୍ଷେତ୍ରରେ ତାଙ୍କର ମୁଖ୍ୟ ଭୂମିକା । ହେଲେ ତାଙ୍କର ଏହି ବୃତ୍ତିକୁ ଛଡ଼ାଇ ନେଇଛି ଦୁଃସାଧ୍ୟ ରୋଗ । ୮ବର୍ଷ ହେଲାଣି ଦୁଇଟି ଯାକ କିଡ୍‌ନୀ ଅଚଳ । କିଡନୀ ପ୍ରତିରୋପଣ ତ ଦୂର ଡାଇଲିସିସ କରିବା ପାଇଁ ମଧ୍ୟ ଅର୍ଥର ଘୋର ଅଭାବ । ଅଭାବୀ ପରିବାର । ଚାରିଆଡ଼ ଅନ୍ଧାର । ତଥାପି ବଞ୍ଚିବାର ରାହା ପାଇଛନ୍ତି ଗ୍ରାମର ଇଷ୍ଟଦେବ ଦଧିବାମନଙ୍କ ଚରଣରେ । ଏହା ହେଉଛି ସୁନ୍ଦରପଦାର ବାସିନ୍ଦା ତଥା ଅଭିଜ୍ଞ ମେକ୍‌ଅପ୍‌ ମ୍ୟାନ ଲୋକନାଥ ବାରିକଙ୍କ ଦୁଃଖଦ ହାଲତ । ରୋଗାକ୍ରାନ୍ତ ଶରୀରରେ ଗ୍ରାମରେ ବିରାଜିତ ଦଧିବାମନ(ଶ୍ରୀଜଗନ୍ନାଥ) ଙ୍କ ସେବାରେ ସମୟ କାଟୁଛନ୍ତି । 

ଆଗକୁ ରଥଯାତ୍ରା ରହିଛି । ମହାପ୍ରଭୁଙ୍କ ବିଭିନ୍ନ ବେଶ ହେବ । ତେଣୁ ଏବେଠୁ ପ୍ରଭୁଙ୍କ ବେଶ ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି କଳାକାର ଲୋକନାଥ । ଶ୍ରୀଦଧିବାମନ ମନ୍ଦିରରେ ଖରା, ଗୁଳୁଗୁଳିକୁ ଖାତିର ନକରି ସେବା ସମ୍ପାଦନ କରିଚାଲିଛନ୍ତି । ଲୋକନାଥଙ୍କ ବୟସ ୬୦ ପାଖାପାଖି । ଯୁବାବସ୍ଥାରେ ଗଣ୍ଡମୁଣ୍ଡାର ଷ୍ଟେଟ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ଡେଭଲପମେଣ୍ଟ ଅଫ୍‌ ଆର୍ଟସ ଆଣ୍ଡ କ୍ରାଫ୍ଟସ୍‌ରେ ମେକ୍‌ଅପ୍‌ କଳା ଶିଖିଥିଲେ । ୧୯୮୬ରୁ ବିଭିନ୍ନ ଯାତ୍ରା, ଥିଏଟର, ସିନେମା, ଟିଭି ସିରିଏଲ କଳାକାରଙ୍କ ମେକଅପ୍‌ କରିଆସୁଥିଲେ । ୨୦୦ରୁ ଅଧିକ ଯାତ୍ରା, ଥିଏଟର ସହ ୫୦୦ ସ୍କୁଲ, କଲେଜରେ ହେଉଥିବା କାର୍ଯ୍ୟକ୍ରମରେ ସେ ଅଭିନେତାଙ୍କ ମେକଅପ କରିଛନ୍ତି । କର୍ମମୟ ଜୀବନର ରଥ ଗଡ଼ୁଥିବା ବେଳେ ୨୦୧୮ରେ ହଠାତ୍‌ ଲୋକନାଥଙ୍କ ଦୁଇଟି ଯାକ କିଡ୍‌ନୀ ଖରାପ ହୋଇଗଲା । 

ପ୍ରଥମେ ଏ ବିଷୟରେ ସେ କିଛି ଜାଣିନଥିଲେ । ଯେତେବେଳେ ଜାଣିଲେ ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସିଗଲା । କାରଣ ପରିବାରରେ ସେ ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ଘରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ତାଙ୍କର ଉନ୍ନତ ଚିକିତ୍ସା ହୋଇପାରିନଥିଲା । ତେଣୁ କ୍ୟାପିଟାଲ ହସ୍ପିଟାଲରେ ସେ ଡାଇଲିସିସ୍‌ କରିଆସୁଛନ୍ତି । ରୋଗ ବାହାରିବା ପରେ ସେ ଆଉ କାମ କରି ପାରୁନାହାନ୍ତି । ତେଣୁ ଘରେ ବସିବସି ସେ ନିଜ ଅନ୍ତିମ ସମୟକୁ ଅପେକ୍ଷା କରିଥିଲେ । ତେବେ କରୋନା ସମୟରେ ସେ ପତିତପାବନ ମହାପ୍ରଭୁଙ୍କ ସଂସ୍ପର୍ଶରେ ଆସିଥିଲେ । ଲକଡାଉନ୍‌ ହେବାପରେ ମହାପ୍ରଭୁଙ୍କ ରଥଯାତ୍ରା ପୂର୍ବରୁ କାରିଗର ମିଳିଲେନି । ଠାକୁରଙ୍କ ଗଜବେଶ, ସୁନାବେଶ କେମିତି ହେବ ତାକୁ ନେଇ ଚିନ୍ତା ଦେଖାଗଲା । ଏହି ସମୟରେ ଘରେ ବସିଥିବା ଲୋକନାଥ ଆଗେଇ ଆସି ଠାକୁରଙ୍କ ବେଶ ପାଇଁ ପ୍ରସ୍ତୁତି କରିବାକୁ ମନ୍ଦିର କମିଟିକୁ ଜଣାଇଥିଲେ । କମିଟିର ସମ୍ମତି ପରେ ଆଜି ଯାଏ ଲୋକନାଥ ହିଁ ସବୁ ବେଶ ପ୍ରସ୍ତୁତ କରୁଛନ୍ତି । ଏହାପୂର୍ବରୁ ସେ ପଦ୍ମ ବେଶ, ସୁନାବେଶ, ଗଜ ଉଦ୍ଧାରଣ ବେଶ କାମ କରଥିଲେ । ମହାପ୍ରଭୁଙ୍କ ସେବା କରି ତାଙ୍କୁ ପରମ ଆନନ୍ଦ ମିଳୁଛି । ରୋଗ କ’ଣ ଜଣାପଡ଼ୁନି । ପ୍ରଭୁଙ୍କ ଚରଣ ତଳେ ମୋ ଶେଷ ଜୀବନ କଟୁ ବୋଲି ଲୋକନାଥ ଛଳଛଳ ଆଖିରେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.