ନୂଆଦିଲ୍ଲୀ – ସାଉଥ୍ ସୁପରଷ୍ଟାର ବିଜୟ ଏବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ତାଙ୍କ ଫିଲ୍ମ ସହିତ ତାଙ୍କର ଫିଟନେସ୍ ଏବଂ ଦୃଢ଼ ବ୍ୟକ୍ତିତ୍ୱ ପାଇଁ ଖୁବ୍ ପ୍ରଶଂସିତ । ବିଜୟଙ୍କ ବୟସ ୫୧ ବର୍ଷ, ଏବଂ ସମସ୍ତେ ତାଙ୍କ ଫିଟ୍ ଶରୀରର ରହସ୍ୟ ଜାଣିବାକୁ ଚାହାଁନ୍ତି। ସେ କେବଳ ଭାରତୀୟ ଖାଦ୍ୟ ଖାଆନ୍ତି ଏବଂ ନିୟମିତ ବ୍ୟାୟାମ ମଧ୍ୟ କରନ୍ତି। ଆସନ୍ତୁ ଏଠାରେ ତାଙ୍କର ଫିଟନେସ୍ ରହସ୍ୟ ଉପରେ ନଜର ପକାଇବା ...।

ବିଜୟଙ୍କ ଫିଟନେସର ରହସ୍ୟ?

ବିଜୟଙ୍କ ଦୈନନ୍ଦିନର ଖାଦ୍ୟ ସରଳ ଓ ସନ୍ତୁଳିତ। ଯେଉଁଥିରେ ଘର ତିଆରି ଖାଦ୍ୟ ଓ ନିୟନ୍ତ୍ରିତ ମାତ୍ରାରେ ଖାଦ୍ୟ ସାମିଲ ଥାଏ। ଅଭିନେତା ସାଧାରଣତଃ ସକାଳ ୯ ଟା ପାଖାପାଖି ଜଳଖିଆ କରନ୍ତି। ତାଙ୍କର ଜଳଖିଆ ଯଦିଓ ହାଲୁକା ହୋଇଥାଏ, କିନ୍ତୁ ପୁଷ୍ଟିକର ଥାଏ, ଯେଉଁଥିରେ ଦୁଇଟି ଇଡଲି ଏବଂ ଅଣ୍ଡା ଥାଏ। ତାଙ୍କର ଜଳଖିଆରେ କିଛି ପନିପରିବା ମଧ୍ୟ ସାମିଲ ଥାଏ।

ମଧ୍ୟାହ୍ନ ଭୋଜନ - ଅଭିନେତା ସାଧାରଣତଃ ମଧ୍ୟାହ୍ନ ଭୋଜନ ପ୍ରାୟ ୧ଟା ସମୟରେ କରନ୍ତି। ଏଥିରେ ତାଜା ପନିପରିବା ସହ ଘର ତିଆରି ଖାଦ୍ୟ ସାମିଲ କରିଥାନ୍ତି। ବିଜୟ ତାଙ୍କ ଖାଦ୍ୟରେ ଫଳ ମଧ୍ୟ ସାମିଲ କରନ୍ତି ଏବଂ ସନ୍ତୁଳିତ ଖାଦ୍ୟ ପସନ୍ଦ କରନ୍ତି।

ସ୍ନାକ୍ସ - ଭୋଜନ ମଝିରେ ଭୋକ ଲାଗିଲେ ବିଜୟ କିଛି ହାଲକା ଓ ପୁଷ୍ଟିକର ଖାଦ୍ୟ ପସନ୍ଦ କରନ୍ତି , ଯେମିତି କି ଫ୍ରେଶ୍ ସାଲାଡ। ତାଙ୍କର ଟ୍ରେନର ଏହା ମଧ୍ୟ କହିଛନ୍ତି ଯେ, ସେ ଏନର୍ଜୀ ଜାରି ରଖିବା ପାଇଁ କେବେ କେବେ ଖାଦ୍ୟ ମଝିରେ ଜୁସ୍ ମଧ୍ୟ ପିଇଥାନ୍ତି।

ଡିନର – ରାତିରେ ଭୋଜନ ହାଲୁକା ରହିଥାଏ ଏବଂ ସାଧାରଣତଃ ସନ୍ଧ୍ୟା ୭ଟାରୁ ୭.୩୦ ମଧ୍ୟରେ ସେ ଖାଇ ଥାନ୍ତି। ଏହି ନିୟମିତ ଖାଦ୍ୟ ପେୟ ତାଙ୍କର ଫିଟନେସ୍ ଓ ପାଚନକୁ ସକ୍ରିୟ ରଖିବାରେ ସାହାଯ୍ୟ କରିଥାଏ।

ଫିଟନେସ୍ ଟ୍ରେନର କହିଥିଲେ ଫିଟନେସ୍ ସିକ୍ରେଟ୍ –

ବିଜୟଙ୍କ ସହ କାମ କରି ସାରିଥିବା ଫିଟନେସ୍ ଟ୍ରେନର ନରେଶ କୁମାରଙ୍କ ଅନୁସାରେ , ଅଭିନେତା ଖୁବ୍ ଅନୁଶାସିତ ଲାଇଫଷ୍ଟାଇଲକୁ ଅନୁସରଣ କରନ୍ତି। ଟାଇମ୍ସ ନାଓକୁ ଦେଇଥିବା ସାକ୍ଷାତକାରରେ ଟ୍ରେନର କହିଛନ୍ତି ଯେ,ବିଜୟ ବ୍ୟସ୍ତ ରୁଟିନ ବେଳେ ନିଜର ଖାଦ୍ୟ ନିଜେ ନେଇ ଯିବାକୁ ପସନ୍ଦ କରନ୍ତି ଏବଂ ବାହାରର କିମ୍ୱା ଜଙ୍କ ଫୁଡ୍ ଖାଇବାକୁ ଦୂରେଇ ଦେଇଥାନ୍ତି। ବିଜୟ କମ୍ ମାତ୍ରାରେ ଖାଇବା ପରିବର୍ତ୍ତେ ନିୟନ୍ତ୍ରିତ ଖାଇବା ଉପରେ ବିଶ୍ୱାସ କରନ୍ତି। ତାଙ୍କର ଟ୍ରେନର କୁହନ୍ତି, ସେ ସବୁ କିଛି ଖାଆନ୍ତି, କିନ୍ତୁ ସୀମିତ ମାତ୍ରାରେ। ସେ ନିଜ କାମର ସିଡ୍ୟୁଲ ଅନୁସାରେ ,ପ୍ରତିଦିନ ସକାଳ ୫.୩୦ରୁ ୬ଟା ସମୟ ମଧ୍ୟରେ ଉଠି ପଡ଼ନ୍ତି।

ସୀମିତ ମାତ୍ରାରେ ନନଭେଜ୍ ଖାଆନ୍ତି – ଟ୍ରେନର କୁହନ୍ତି ଯେ, ବିଜୟ ନିଜ ଭୋଜନରେ ମାଂସାହାରୀ ଖାଦ୍ୟ ସାମିଲ କରନ୍ତି, କିନ୍ତୁ ସୀମିତ ମାତ୍ରାରେ। ତାଙ୍କର ଭୋଜନରେ ଚିକେନ ଓ ମାଛ ସୀମିତ ପରିମାଣରେ ଥାଏ, ସେ ଏହାକୁ ଅଧିକ ପରିମାଣରେ ନଆଇ ସନ୍ତୁଳିତ ଆହାର କରନ୍ତି।

ଏକ କୁକିଂ ଶୋ’ରେ ବିଜୟଙ୍କ ମାଆ ଶୋଭା ଚନ୍ଦ୍ରଶେଖର କହିଥିଲେ – ବିଜୟଙ୍କୁ ପାରମ୍ପରିକ ମିଛେଇ ମଧ୍ୟ ବହୁତ ପସନ୍ଦ। ବିଶେଷକରି ସାଉଥ୍ ଇଣ୍ଡିଆନ ମିଠେଇ ସକ୍କରାଇ ପୋଙ୍ଗଲ ବହୁତ ପସନ୍ଦ।

ଆହୁରି ମଧ୍ୟ ପଢନ୍ତୁ : ୩୦ ବର୍ଷ ଲାଗି ଜାପାନରେ ଛିଡ଼ା କଲେ ବ୍ୟବସାୟ , କିନ୍ତୁ...