ନୂଆଦିଲ୍ଲୀ : ତାମିଲନାଡୁର ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକର , ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟଙ୍କ ସହ ୧୦ ମେ’ ରେ ଶପଥ ନେଇଥିବା ୯ଜଣ ମନ୍ତ୍ରୀଙ୍କ ବିଭାଗ ବଣ୍ଟନକୁ ମଞ୍ଜୁରୀ ଦେଇଛନ୍ତି। ଟିଭିକେ ବିଧାୟକ ରାଜମୋହନଙ୍କୁ ସ୍କୁଲ ଶିକ୍ଷା , ତାମିଲ ବିକାଶ , ସୂଚନା ଓ ପ୍ରଚାର ବିଭାଗ ପ୍ରଦାନ କରାଯାଇଛି। ଏହାସହ ତାଙ୍କୁ ପ୍ରତ୍ନତତ୍ତ୍ୱ , ତାମିଲ ସରକାରୀ ଭାଷା ଓ ତାମିଲ ସଂସ୍କୃତି, ସୂଚନା ଏବଂ ପ୍ରଚାର, ଫିଲ୍ମ ପ୍ରଯୁକ୍ତିବିଦ୍ୟା ଏବଂ ସିନେମାଟୋଗ୍ରାଫ୍ ଆଇନ, ନ୍ୟୁଜପ୍ରିଣ୍ଟ ନିୟନ୍ତ୍ରଣ, ଷ୍ଟେସନାରୀ ଓ ମୁଦ୍ରଣ ଏବଂ ସରକାରୀ ପ୍ରେସ୍ ଆଦି ବିଭାଗ ମଧ୍ୟ ଦିଆ ଯାଇଛି। ଅଭିନେତା ବିଶାଲ ଏହି ନିଷ୍ପତ୍ତିରେ ଖୁସି ମନେ କରୁ ନାହାନ୍ତି।
ବିଶାଲ ଏକ୍ସରେ ଏକ ଲମ୍ବା ନୋଟ୍ ଲେଖି ମୁଖ୍ୟମନ୍ତ୍ରୀ ବିଜୟଙ୍କୁ କିଛି ଦାବି କରି ଥିଲେ। ସେ ଲେଖିଥିଲେ – ବିଜୟ ଦ୍ୱାର ଚୟନିତ ବିଧାୟକମାନଙ୍କୁ ମନ୍ତ୍ରଣାଳୟ ପ୍ରଦାନ କରିବା ଦେଖି ମୁଁ ଖୁସି ହୋଇଥିଲି, କିନ୍ତୁ ସମ୍ମାନିତ ମନ୍ତ୍ରୀ ରାଜମୋହନଙ୍କୁ ଫିଲ୍ମ ପ୍ରଯୁକ୍ତିବିଦ୍ୟା ଏବଂ ସିନେମାଟୋଗ୍ରାଫ୍ ଆକ୍ଟର ପ୍ରଭାରୀ ନିଯୁକ୍ତି କରିବାରେ ଦୁଃଖତ ହେଲି। ଆମେ ଆମର ଦାବି କିମ୍ୱା ଅଭିଯୋଗ କିପରି ଉପସ୍ଥାପନ କରିବୁ ? ଆମର ଇଣ୍ଡଷ୍ଟ୍ରୀ ତ ବହୁତ ସଙ୍କଟରେ । ଅନେକ ସଂସ୍କାରର ଆବଶ୍ୟକ ରହିଛି। ବିଶେଷକରି ପ୍ରଯୋଜକ ଏବଂ ପ୍ରଯୋଜନା ସଂସ୍ଥାଗୁଡ଼ିକୁ ଆଶାର କିରଣ ଆବଶ୍ୟକ । ଏହି ଦାୟିତ୍ବ ଏପରି ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି,ଯାହାଙ୍କୁ ଆମ ଇଣ୍ଡଷ୍ଟ୍ରୀ ବିଷୟରେ ବହୁତ କମ୍ କିମ୍ୱା କୌଣସି ଅଭିଜ୍ଞତା ନାହଁ,ଯେତେବେଳେ ଆମର ସିଏମ୍ ନିଜେ ଇଣ୍ଡଷ୍ଟ୍ରୀର ଗ୍ରାସରୁଟ୍ ସ୍ତରରେ ଜଡିତ ଅଛନ୍ତି ଏବଂ ଗତ ୩୦ ବର୍ଷ ଧରି ଏଥିରେ ସକ୍ରିୟ ଅଛନ୍ତି।
ବିଶାଲଙ୍କ ପକ୍ଷରୁ କୁହାଯାଇଛି –
୧ - ସରକାରଙ୍କ ଦ୍ୱାରା ଏକ ଟିକେଟିଂ ୱିଣ୍ଡୋ ଆରମ୍ଭ କରାଯିବା ଉଚିତ, ଯାହା ସରକାରଙ୍କ ପାଇଁ ରାଜସ୍ୱ ସୃଷ୍ଟି କରିବ ଏବଂ ଦର୍ଶକଙ୍କୁ ୩୦ ଟଙ୍କା ପ୍ରତି ଟିକେଟ୍ର ବୋଝ କମିବ।
୨- ସ୍ଥାନୀୟ ସଂସ୍ଥା ଟିକସ ଉଚ୍ଛେଦ କରନ୍ତୁ। ଆମେ ଭାରତରେ ଏକମାତ୍ର ରାଜ୍ୟ ଯେଉଁଠାରେ ଦୈତ ଟିକସ ବ୍ୟବସ୍ଥା ଅଛି। ଯାହାକି ଗୋଟିଏ ଭାରତ, ଗୋଟିଏ ଟ୍ୟାକ୍ସର ନିୟମ ଅଛି।
୩- ଛୋଟ ଫିଲ୍ମ ପାଇଁ ସବସିଡି ପ୍ରତିବର୍ଷ ବୃଦ୍ଧି କରାଯିବା ଉଚିତ, ଯାହା ବର୍ତ୍ତମାନ ବହୁତ କମ୍ ଅଛି।
ବିଶାଲ କହିଛନ୍ତି , ମୁଁ ଜାଣିଛି ଯେ, ଏହି ପ୍ରତିନିଧିମଣ୍ଡଳ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇ ପାରେ, ହେଲେ ଏହି ଦାବି ଗତ ୯ ବର୍ଷରୁ କରାଯାଉଛି। ମୁଁ ରାଜମୋହନଙ୍କୁ ଅପମାନିତ କରୁ ନାହିଁ, ଏହା କେବଳ ମୋର ମତ। ମୁଖ୍ୟମନ୍ତ୍ରୀ ଆମକୁ ନିଶ୍ଚୟ ଆଶ୍ୱସ୍ତି ଦେଇ ପାରନ୍ତି। ଭଗବାନ ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ।
ଆଉ ମଧ୍ୟ ଅଭିନେତା ଅରୁଣ ବିଜୟଙ୍କୁ ଏହା ପସନ୍ଦ ଆସି ନାହିଁ ଯେ, ଅଭିନେତା ସରକାରୀ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଛନ୍ତି। କାହାର ନାଁ ନନେଇ ସେ ଏକ୍ସରେ ଲେଖିଛନ୍ତି , ଲୋକଙ୍କ ବିଶ୍ୱାସ ଜିତ , ନିର୍ବାଚନ ଜିତ। ଏହାପରେ ଯାହା ଚାହୁଁଛ କର। ଦୟାକରୀ ନିଷ୍ପତ୍ତିରେ ହସ୍ତକ୍ଷେପ କରନ୍ତୁ ନାହିଁ। ସେ ଇଣ୍ଡଷ୍ଟ୍ରୀରେ ଥିବା କାରଣରୁ ମୋର ବିଶ୍ୱାସ ସେ ଆମର ପ୍ରସଙ୍ଗକୁ ଜାଣନ୍ତି ଏବଂ ନିଶ୍ଚୟ ସାହାଯ୍ୟ କରିବେ। ଦୟାକରୀ ତାଙ୍କର ନିଷ୍ପତ୍ତିକୁ ସମ୍ମାନ କରନ୍ତୁ ଏବଂ ଫଳକୁ ଅପେକ୍ଷା କରନ୍ତି। ଆଶା ଯେ, ସବୁ ଠିକ୍ ହେବ।
ଆହୁରି ମଧ୍ୟ ପଢନ୍ତୁ : ୫୧ ବର୍ଷ ବୟସରେ ପୂରା ଫିଟ୍ ବିଜୟ , ଖାଆନ୍ତି ଏହି ଦେଶୀ ଖାଦ୍ୟ