ପ୍ରମୂଖ ଖବର
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଯାତ୍ରା ମଞ୍ଚରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ପାଣି ବୋତଲ ମାଡ଼, ଆଗ୍ନିକଙ୍କୁ ନିସ୍ତୁକ ପିଟିଲେ

Published By : Prameya | March 27, 2025 10:32 AM

ପୁରୀ,୨୭/୦୩: ଅଭିନେତ୍ରୀ  ରାଣୀ ପଣ୍ଡାଙ୍କୁ ଯାତ୍ରା ମଞ୍ଚରେ ପାଣି ବୋତଲ ମାଡ଼ ହୋଇଛି । ସତ୍ୟବାଦୀରେ  ଏଭଳି ଘଟଣା ଘଟିଛି । ଜଣେ ଆଗ୍ନିକ ଏହି  କାଣ୍ଡ ଘଟାଇଛନ୍ତି । ଲୋକଙ୍କ ମାଡ଼ରେ  ଆଗ୍ନିକ ଜଣଙ୍କ ଆହତ ହୋଇଛନ୍ତି । 

ସୂଚନା ଅନୁଯାୟୀ, ରାଣୀ  ମଙ୍ଗଳବାର ସତ୍ୟବାଦୀ ଥାନା ଅଧୀନ  କାଞ୍ଜିଆ ଅଞ୍ଚଳକୁ ଯାତ୍ରା ମଞ୍ଚରେ ନିମନ୍ତ୍ରିତ  ଅତିଥି ଭାବେ ଆସିଥିଲେ । କାର୍ଯ୍ୟକ୍ରମ  ଜାରି ରହିଥିବାବେଳେ ଅଧା ପାଣି ବୋତଲ ମାଡ଼ କରିଥିଲେ ଆଗ୍ନିକ । ଏହି  ସମୟରେ ଲୋକେ ଆଗ୍ନିକ ଜଣଙ୍କୁ କାବୁ  କରି ନିସ୍ତୁକ ପିଟିଥିଲେ । ସତ୍ୟବାଦୀ ଥାନା ପୁଲିସ୍‌ ପହଞ୍ଚି ସଂପୃକ୍ତ ଆଗ୍ନିକଙ୍କୁ ଉଦ୍ଧାର କରିଥିଲା । ସେ ତାଳବଣିଆ  ଥାନା ଅଧୀନ ମଧୁବନ ଅଞ୍ଚଳର ଶକ୍ତିପ୍ରସାଦ ସାହୁ ବୋଲି ଜଣାପଡ଼ିଛି ।ଶକ୍ତି ରାୟଗଡ଼ା ଜିଲ୍ଲାରେ ଫାୟାର ମ୍ୟାନ୍‌ ଥିବା କହିଛନ୍ତି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା । ପରବର୍ତ୍ତୀ ସମୟରେ ଘଟଣାର ସମାଧାନ ହୋଇଯାଇଥିବାରୁ ସମ୍ପୃକ୍ତ ଆଗ୍ନିକଙ୍କୁ  ଛାଡ଼ି ଦିଆଯାଇଥିବା ପୁଲିସ୍‌ କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.