-
ଗୌତମ ଅଦାନୀଙ୍କୁ ପ୍ରଂଶସା କଲେ ଶରଦ ପାୱାର
-
ଯୁବବର୍ଗଙ୍କ ପାଇଁ ପ୍ରେରଣା ଅଦାନୀ ଜୀବନ ଯାତ୍ରା
-
ଜିରୋରୁ ହିରୋ ହୋଇଛନ୍ତି ଅଦାନୀ
-
୨୩ଟି ପାଜ୍ୟରେ ତାଙ୍କର ବ୍ୟବସାୟ ବ୍ୟାପିଛି
ମୁମ୍ୱାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ରବିବାର ଉଦ୍ୟୋଗପତି ଗୌତମ ଅଦାନୀଙ୍କୁ ଖୁବ୍ ପ୍ରଶଂସା କରି କହିଥିଲେ ଯେ, ତାଙ୍କ ଜୀବନ ଯାତ୍ରା ବଡ଼ ବଡ଼ ସ୍ୱପ୍ନ ଦେଖୁ ଥିବା ପରିଶ୍ରମୀ ଯୁବକଯୁବତୀଙ୍କ ପାଇଁ ପ୍ରେରଣା ଉତ୍ସ। ପାୱାର ପୁନେ ଜିଲ୍ଲାର ବାରମତିରେ ଶରଦଚନ୍ଦ୍ର ପାୱାର କୃତ୍ରିମ ମେଧା ଉତ୍କୃଷ୍ଟତା କେନ୍ଦ୍ରର ଉଦ୍ଘାଟନ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରିଥିଲେ। ଅଦାନୀ ଗ୍ରୁପ୍ର ଅଧ୍ୟକ୍ଷଙ୍କ ଦ୍ୱାରା ପାଣ୍ଠି ପ୍ରଦାନ ହୋଇଥିବା ଏହି ଉତ୍କୃଷ୍ଟତା କେନ୍ଦ୍ର, ପାୱାରଙ୍କ ଦ୍ୱାରା ପରିଚାଳିତ ଶିକ୍ଷାସଂସ୍ଥା ବିଦ୍ୟା ପ୍ରତିଷ୍ଠାନ ଅନ୍ତର୍ଗତ ସ୍ଥାପିତ କରାଯାଇଛି। ଶରଦ ପାୱାର କହିଛନ୍ତି ଯେ, ଅଦାନୀ ଗୁଜରାଟର ମରୁଡି ପ୍ରଭାବିତ ବନାସକାଣ୍ଠା ଜିଲ୍ଲାର। ସେ ମୁମ୍ୱାଇ ଆସିଥିଲେ ଏବଂ ପୂର ଶୂନ୍ୟରୁ ଆରମ୍ଭ କରିଥିଲେ ଏବଂ ଆଜି ତାଙ୍କର ବ୍ୟବସାୟ ଦେଶର ୨୩ଟି ରାଜ୍ୟରେ ବ୍ୟାପିଛି।
ପାୱାର କହିଥିଲେ – ଅଦାନୀଙ୍କର ଏହି ଯାତ୍ରା ପରିଶ୍ରମୀ ଯୁବବର୍ଗଙ୍କ ପାଇଁ ପ୍ରେରଣା , ଯିଏ ବଡ଼ ସ୍ୱପ୍ନ ଦେଖିଥାନ୍ତି। ଅଦାନୀ ଶରଦ ପାୱାରଙ୍କୁ ମାର୍ଗଦର୍ଶକ ଦର୍ଶାଇ କହିଛନ୍ତି ଯେ, ବରିଷ୍ଠ ନେତା ଗ୍ରାଉଣ୍ଡର ବାସ୍ତବତାକୁ ରାଷ୍ଟ୍ରୀୟ ଏଜେଣ୍ଡା ସହ ସଫଳତାପୂର୍ବକ ଯୋଡ଼ିଛନ୍ତି। ଅଦାନୀ କହିଥିଲେ , ମୋତେ ପାୱାର ସାହେବଙ୍କୁ ତିନି ଦଶନ୍ଧିରୁ ଅଧିକ ସମୟ ଜାଣିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି। ମୁଁ ତାଙ୍କ ଠାରୁ ଯାହା କିଛି ଶିଖିଛି ,ତାର କୌଣସି ତୁଳନା ନାହିଁ, କିନ୍ତୁ ଜ୍ଞାନ ବ୍ୟତୀତ ତାଙ୍କର ବୁଦ୍ଧିମତ୍ତା ଓ ଗଭୀର ସହାନୁଭୂତି ରହିଛି, ଯିଏକି ମୋ ଉପରେ ଗଭୀର ପ୍ରଭାବ ପକାଇଛନ୍ତି।
କୃତ୍ରିମ ବୁଦ୍ଧିମତା(ଏଆଇ) ବିଷୟରେ ଅଦାନୀ କହିଛନ୍ତି, ଯେ ଏହା ଆମର ପରିଚାଳନା ଓ ଗ୍ରାହକଙ୍କୁ ସେବା ଦେବାର ତରିକାକୁ ବଦଳାଇ ଦେବ। ଅଦାନୀ କହିଛନ୍ତି , ଏହି ଏଆଇ କେନ୍ଦ୍ର ସହ ଆମର ସହଭାଗିତା ଏକ ଗଭୀର ଅର୍ଥ ଗ୍ରହଣ କରେ। ଏହି ସହଭାଗିତା ଟେକ୍ନିକାଲ କ୍ଷମତାର ନିର୍ମାଣ ପ୍ରତି ଏକ ପ୍ରତିବଦ୍ଧତା , ଯେଉଁଠି ଏଆଇ ଅନୁସନ୍ଧାନ, ଇଞ୍ଜିନିୟରିଂ ଓ କାର୍ଯ୍ୟାନ୍ୱୟନ ମିଳିତ ଭାବେ ଉତ୍ସାହର ସହ ଆଗକୁ ବଢୁଛି।
ଏହି ଅବସରରେ ଏନସିପି (ଏସପି) ପ୍ରମୁଖ ଶରଦ ପାୱାର ,ବାରାମତିରୁ ସାଂସଦ ସୁପ୍ରିମ ସୁଲେ , ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର , ତାଙ୍କର ପତ୍ନୀ ଏବଂ ରାଜ୍ୟସଭା ସଦସ୍ୟ ସୁନେତ୍ରା ପାୱାର ତଥା ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ।