ନୂଆଦିଲ୍ଲୀ ; ୯/୧ : ଆସନ୍ତୁା ଜାନୁଆରୀ ୧୧ ତାରିଖରୁ ଭାରତ- ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ ଖେଳାଯିବ । ଭାରତ ଗସ୍ତରେ ଆସିଥିବା ନ୍ୟୁଜିଲାଣ୍ଡ ଟିମ୍ ବିଜୟ ଆଶାରେ ରହିଥିବାବେଳେ ଘରୋଇ ମାଟିରେ ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବ ଟିମ ଇଣ୍ଡିଆ । ତେବେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ଜଣେ ଖେଳାଳି ଭାରତରେ ଜନ୍ମିତ । ଭାରତରେ ଜନ୍ମ ହୋଇ ସୁଦ୍ଧା ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳିବାକୁ ଯାଉଛନ୍ତି । ନ୍ୟୁଜିଲାଣ୍ଡର ଯୁବ ଉଦୀୟମାନ ଲେଗ୍ ସ୍ପିନର ଆଦିତ୍ୟ ଅଶୋକଙ୍କ କଥା କହୁଛୁ । ଯିଏକି ତାମିଲନାଡୁରେ ଜନ୍ମିତ । ମାତ୍ର ସେ ଯେତେବେଳେ ୪ ବର୍ଷର ହୋଇଥିଲେ ନ୍ୟୁଜିଲାଣ୍ଡ ଚାଲି ଯାଇଥିଲେ । ସେଠାରେ ସେ କଠିନ ପରିଶ୍ରମ କରିଥିବାବେଳେ ନ୍ୟୁଜିଲାଣ୍ଡ ଦଳରେ ସ୍ଥାନ ପାଇଛନ୍ତି । ଆଉ ଏବେ ସେ ଦଳର ଭବିଷ୍ୟତ ବୋଲି ମଧ୍ୟ କୁହାଯାଉଛି । ସେ ଦମଦାର ପ୍ରଦର୍ଶନ ଜାରି ରଖିଥିବା କାରଣରୁ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି । ତେବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥାଏ ।

ଆଦିତ୍ୟଙ୍କ ଗାଲାଫ୍ରେଣ୍ଡ ଏତେ ସୁନ୍ଦର କି ଆପଣ ପ୍ରଂଶସା ନକରି ରହିପାରିବେ ନାହିଁ । ତାଙ୍କ ପ୍ରେମିକାଙ୍କ ନାମ ହେଉଛି ଏଲି ଟୁଗୁଡ଼ୁ । ସେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହିଥାନ୍ତି । ପଡ଼ିଆରେ ଉତ୍ସାହିତ କରିବା ପାଇଁ ମଧ୍ୟ ନଜର ଆସିଛନ୍ତି । ଅଶୋକ ଡେବ୍ୟୁ ମ୍ୟାଚରେ ମଧ୍ୟ ସେ ଉପସ୍ଥିତ ରହିଥିଲେ । ପ୍ରକୃତରେ ସେ ଇଂଲଣ୍ଡ ମାତ୍ର ଏବେ ନ୍ୟୁଜିଲାଣ୍ଡରେ ରହୁଛନ୍ତି । ସେ ଘୋଡ଼ା ଚାଳନାକୁ ଅଧିକ ଉପଭୋଗ କରିଥାନ୍ତି । ଯାହାର ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ପୂର୍ବରୁ ଅପଲୋଡ କରିସାରିଛନ୍ତି । ଯାହାକୁ ୟୁଜର୍ସମାନେ ବେଶ ପସନ୍ଦ କରିଥିବାବେଳେ ସେୟାର ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

ସେପଟେ ଆମେ ଯଦି ଆଦିତ୍ୟ ଅଶୋକଙ୍କ କ୍ୟାରିୟର ସମ୍ପର୍କରେ କହିବା ତାହେଲେ ସେ ଏବେ ନ୍ୟୁଜିଲାଣ୍ଡ ପାଇଁ ଡେବ୍ୟୁ କରିଛନ୍ତି । ସେ ୨ଟି ଦିନିକିଆ ଖେଳିଥିବାବେଳେ ଗୋଟିଏ ଟି-୨୦ ମ୍ୟାଚ ଖେଳିଛନ୍ତି । ଏଥିରୁ ମାତ୍ର ସେ ୨ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ମାତ୍ର ଲିଷ୍ଟ-ଏ କ୍ରିକେଟରେ ତାଙ୍କର ରେକର୍ଡ କିନ୍ତୁ ସର୍ବଶ୍ରେଷ୍ଠ ରହିଛି । ସେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବାବେଳେ ଆଗକୁ ଦଳର ଭବିଷ୍ୟତ ବୋଲି କୁହାଯାଉଛି ।

​​​​​​​