ସାହାଜପାଲ, ୨୩।୩: କେନ୍ଦ୍ର ଓ ରାଜ୍ୟ ସରକାର ବୃଦ୍ଧ, ବୃଦ୍ଧା, ବିକଳାଙ୍ଗ, ବିଧବା, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ଭତ୍ତା ପାଇବାରେ ବିଲମ୍ୱ ଦେଖା ଦେଉଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ସଦର ବ୍ଲକ ମୁଣ୍ଡିପଦର ଗ୍ରାମ ପଂଚାୟତ ଅନ୍ତର୍ଗତ ମୁଣ୍ଡିପଦର ବେତ୍ରାସାହିର ବୃଦ୍ଧ ବ୍ୟକ୍ତି କୃଷ୍ଣ ଚନ୍ଦ୍ର ମେହେରଙ୍କୁ ଆଜକୁ ୫ମାସ ହେବ ଭତ୍ତା ଟଙ୍କା ନ ମିଳିବାରୁ ପଞ୍ଚାୟତ କାର୍ଯ୍ୟାଳୟରୁ ବୌଦ୍ଧ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବୌଦ୍ଧ ଜିଲ୍ଲା ପ୍ରଶାସନ ପାଖକୁ ଯାଇ ଭେଟ ହୋଇଥିଲେ ମଧ୍ୟ ଯଥାଶୀଘ୍ର ଟଙ୍କା ମିଳିଯିବ ବୋଲି ପ୍ରତିଶୃତି ଦେଉଛନ୍ତି । କିନ୍ତୁ, ଆଜି ପର୍ଯ୍ୟନ୍ତ ବୃଦ୍ଧ ବ୍ୟକ୍ତି ୫ ମାସର ୫୦୦୦ ଟଙ୍କା ଭତ୍ତା ଟଙ୍କା ନ ମିଳିବାରୁ ବୃଦ୍ଧ ଜଣକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଦିଗରେ କେବେ ଶୁଣିବେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର । ଭତ୍ତା ପାଇଁ ବୃଦ୍ଧବ୍ୟକ୍ତିଙ୍କୁ ନିରାଶ କରୁଛି ଜିଲ୍ଲା ପ୍ରଶାସନ । ଘରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା କାର୍ଯ୍ୟାଳୟ ଦୌଡ଼ୁଛନ୍ତି ହେଲେ ବୃଦ୍ଧଙ୍କୁ ଭତ୍ତା ମିଳୁନି । ତାଙ୍କ ସମସ୍ୟାର ସମାଧାନ କେବେ ଶୁଣିବେ ତାହା ଦେଖିବାକୁ ବାକି ରହିଲା ।
ଆହୁରି ପଢ଼ନ୍ତୁ... କ୍ରସ୍ ଭୋଟିଂ ରାଜନୀତି: ଭକ୍ତଙ୍କ ବିରୋଧରେ ବିଷ ଓଗାଳୁଛନ୍ତି ଗଞ୍ଜାମ ଟାଇଗର, କାହିଁକି କଠୋର ହେଉନାହିଁ ଦଳ ?