ପ୍ରମୂଖ ଖବର
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ଫିରିଙ୍ଗିଆ ବ୍ଲକର ମାଓ ଅଧୁଷିତ ଉପାନ୍ତ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ; ବିଭିନ୍ନ ଉନ୍ନୟନ କାର୍ଯ୍ୟର କଲେ ତଦାରଖ

Published By : Gurupada Nath | June 3, 2025 11:07 PM

ଫିରିଙ୍ଗିଆ, ୩/୬ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଦୁର୍ଗମ ଅଞ୍ଚଳ ଅଧୁଷିତ ଓ ଉପାନ୍ତ ଅଞ୍ଚଳ କୁହାଯାଉଥିବା କୁଇରୀମାଣ୍ଡୁ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ଉନ୍ନୟନ କାମ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କ ସହ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଶିଶିର କାନ୍ତ ପାଟଶାଣୀ I ସୂଚନା ଅନୁସାରେ ଏହି ଅଞ୍ଚଳ ଗୁଡିକ ଅଧୁଷିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବାବେଳେ ଘଞ୍ଚ ବନ ପାହାଡ଼ ଘେରି ରହିଥିବାରୁ ସହଜରେ କୌଣସି ସରକାରୀ କର୍ମଚାରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନଥିଲା I

ଯାହାପାଇଁ ଅଂଚଳରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା I ତେବେ ସାହସିକତାର ସହ ଏହି ଦୁଇ ଅଧିକାରୀ ପ୍ରଥମ ଥର ପାଇଁ ଏହି ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଅଞ୍ଚଳରେ ହେଉଥିବା ଛୋଟମୋଟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି I ଏହି ଦୁଇ ଯନ୍ତ୍ରୀଙ୍କ ସାହାସିକତାକୁ ଅଂଚଳର ଜନସାଧାରଣମାନେ ମଧ୍ୟ ସାବାସୀ ଦେଇଥିବାବେଳେ ଏହି ଯନ୍ତ୍ରୀମାନଙ୍କୁ ଦେଖିବା ପରେ ଅଂଚଳବାସୀମାନଙ୍କ ମଧ୍ୟରେ ଏକ ନୂତନ ଆଶା ସଂଚାର ହୋଇଛି I ଅଞ୍ଚଳ ବୁଲି ଦେଖିବା ସହ ଲୋକ ମାନଙ୍କ ସହ କଥା ବାର୍ତ୍ତା ମଧ୍ୟ ହୋଇଥିଲେ I ତେବେ ଆଗାମୀ ଦିନରେ ଏହି ଅଞ୍ଚଳମାନଙ୍କରେ ସମସ୍ତ ପ୍ରକାର ଉନ୍ନୟନ କାମକୁ ତ୍ୱରାନ୍ୱିତ କରାଯିବା ନେଇ ମଧ୍ୟ୍ୟ ଏହି ଦୁଇ ଯନ୍ତ୍ରୀ ସୂଚନା ଦେଇଛନ୍ତି I ତେବେ ଗୋଟିଏ ଦିନରେ ଏହି ଦୁଇ ଯନ୍ତ୍ରୀ କୁଇରିମାଣ୍ଡୁ ପଞ୍ଚାୟତର ଗ୍ଲଟ, ଡ଼ୁମେକେତା, ଗ୍ରଭାସି, ଶୁସୁ ରୁଡି ଗାଁ କୁଁ ରାସ୍ତା ନଥିବାରୁ ପ୍ରାୟ ୫ କିଲୋମିଟର ଚାଲିଚାଲି ଯାଇ  ଲୋକମାନଙ୍କ  ସମସ୍ୟା ବୁଝିଥିଲେ I ଅନ୍ୟପଟେ ଏହି ଯନ୍ତ୍ରୀ ମାନଙ୍କ ସହ ସମିତି ସଭ୍ୟ ପଞ୍ଚାନନ ଦିଗାଲ ଓ ଅଂଚଳର ଜଣାଶୁଣା ସମାଜସେବୀ ମୃତ୍ୟୁ ଞ୍ଜୟ ଦିଗାଳ ମଧ୍ୟ୍ୟ ଉପସ୍ଥିତ ଥିଲେ I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.