ନୂଆଦିଲ୍ଲୀ - ଆମେରିକାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ କ୍ଷମତାକୁ ଆସିବା ପରେ ଅଧିକାଂଶ ସହଯୋଗୀ ଦେଶ ଅସନ୍ତୋଷ ନଜର ଆସୁଛନ୍ତି। ଏମିତି ସ୍ଥିତିରେ ନାଟୋ ସମେତ ଅନେକ ସହଯୋଗୀ ଦେଶ ଖୋଲାଖୋଲି ୱାଶିଂଟନର ବିରୋଧ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକାର ସବୁଠୁ ବଡ଼ ମିତ୍ର ଦେଶ ଜର୍ମାନୀରେ ୱାଶିଂଟନର ବିରୋଧରେ ସ୍ୱର ଉଠିଛି। ସେଠାର ଦକ୍ଷିଣପନ୍ଥୀ ଦଳ ଦେଶରେ ମୁତୟନ ୪୦ ହଜାର ଆମେରିକୀୟ ସୈନିକଙ୍କୁ ମଧ୍ୟ ବାହାରି କରିବାକୁ ଦାବି କରିଛି। ଏହାସହ ଆମେରିକୀୟ ଓ ସହଯୋଗୀ ଦେଶର ଘାଟି ଓ ପରମାଣୁ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଦେଶରୁ ବାହାର କରିବା କଥା କୁହାଯାଇଛି।

ଅଲ୍ଟର୍ନେଟିଭ୍ ଫର୍ ଜର୍ମାନୀ (ଏଏଫଡି) ନାମକ ଏହି ପାର୍ଟି ମତର୍ଜ ସରକାରଙ୍କୁ ଦାବି କରିଛି ଯେ, ଦେଶର ‘ବୈଦେଶିକ ନୀତି’ ଏବେ ୱାଶିଂଟନ ଠାରୁ ସ୍ୱାଧୀନ ହେବା ଉଚିତ୍। ପାର୍ଟିର ନେତା ଟିନୋ ଚୁପାନା ଏକ ବୈଠକରେ କହିଛନ୍ତି ଯେ, ଜର୍ମାନୀକୁ ସହଯୋଗୀ ଦେଶର ପରମାଣୁ ଠିକଣା ଓ ସାମରିକ ଆଡ୍ଡାକୁ ମଧ୍ୟ ଶେଷ କରିଦେବା ଉଚିତ୍। ଏହାର ଆରମ୍ଭ ୪୦ ହଜାର ଆମେରିକୀୟ ସୈନିକଙ୍କୁ ଦେଶରୁ ବାହାର କରିବା ଉଚିତ୍।

ଉଲ୍ଲେଖନୀୟ ଯେ, ଆମେରିକା ଯଦିଓ ଏହା କହି ଚାଲିଛି ଯେ, ନାଟୋରେ ସେ ଅଧିକ ଖର୍ଚ୍ଚ କରିଛି, କିନ୍ତୁ ୟୁରୋପୀୟ ଦେଶ ଗୁଡ଼ିକର ମନରେ ଏହି ଭାବନା ଯେ, ନାଟୋରେ ସର୍ବଦା ହିଁ ଆମେରିକାର ହିତକୁ ଅଧିକ ପ୍ରାଥମିକତା ଦିଆଯାଇଛି। ୟୁରୋପୀୟ ଦେଶ ଏହି କଥାର ମଧ୍ୟ ଅଭିଯୋଗ କରିଛି ଯେ, ଆମେରିକା ତାଙ୍କୁ ବୈଦେଶିକ ଯୁଦ୍ଧରେ ଜବରଦସ୍ତ ଟାଣିବାରେ ଲାଗିଛି। ଇରାନ ଯୁଦ୍ଧକୁ ନେଇ ବିରୋଧ ଲଗାତାର ଦ୍ରୁତ ହେବାରେ ଲାଗିଛି। ସର୍ବଦା ମତଭେଦରେ ରହୁଥିବା ଶାସକ ଦଳ ଓ ବିରୋଧୀ, ଏହି ପ୍ରସଙ୍ଗରେ ପ୍ରାୟତ) ଏକମତ। ଚାନ୍ସଲର ମତର୍ଜ ମଧ୍ୟ ଇରାନ ଯୁଦ୍ଧକୁ ନେଇ ଆମେରିକା ଉପରେ ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏହି ଯୁଦ୍ଧକୁ ଶେଷ କରିବା ପରିବର୍ତ୍ତେ ଆମେରିକା ଏହାକୁ ବଢାଇବା କାମ କରିଛି, ଯେଉଁଥିରେ ବିଶ୍ୱବ୍ୟାପି ଉତ୍ତେଜନା ବୃଦ୍ଧି ପାଇଛି।

ରିପୋର୍ଟ ଅନୁସାରେ, ଜର୍ମାନୀରେ ୪୦ ହଜାରରୁ ଅଧିକ ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି। ଏହା ବ୍ୟତୀତ ପ୍ରାୟ ୧୨ରୁ ଅଧିକ ସାମରିକ ଘାଟି ଅଛି। ବର୍ତ୍ତମାନ, ଜର୍ମାନୀର ରାମଷ୍ଟାଇନ୍ ବାୟୁସେନା ଘାଟିରୁ ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ପାଇଁ ନିଷ୍ପତ୍ତି ନିଆଯାଉଛି। ଏହି କାରଣରୁ, ଜର୍ମାନୀ ଭୟ ଯେ, ଏହାକୁ ମଧ୍ୟ ଟାର୍ଗେଟ କରାଯାଇ ପାରେ। ଏହି ବାୟୁସେନା ଘାଟି ଚାରି ପାଖରେ ଆମେରିକାର ଏତେ ବ୍ୟାପକ ନିୟନ୍ତ୍ରଣ ଅଛି ଯେ, ଏହି ଅଞ୍ଚଳକୁ ୟୁରୋପର ମିନି-ଆମେରିକା ମଧ୍ୟ କୁହାଯାଏ। ତଥାପି, ଗତ ବର୍ଷ ହେବ ଆମେରିକା ଏବଂ ଜର୍ମାନୀ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି ରିପୋର୍ଟ ଆସିଛି ଯେ ଟ୍ରମ୍ପ ଜର୍ମାନୀରୁ ତାଙ୍କର ସୈନ୍ୟ ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି। ତଥାପି, ଏହି ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ବୟାନ ଦିଆଯାଇ ନାହିଁ।