ନୂଆଦିଲ୍ଲୀ ୨୨/୦୧: ଜାନୁଆରୀ ୨୩ରେ ରିଲିଜ୍ ହେବାକୁ ଥିବା ମଲ୍ଟିଷ୍ଟାରର ଫିଲ୍ମ ‘ବର୍ଡର ୨’ ଏବେ ଚର୍ଚ୍ଚାରେ। ସିନେମା ହଲରେ ସନ୍ନି ଦେଓଲଙ୍କ ଫିଲ୍ମକୁ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ। ତେବେ ‘ବର୍ଡର ୨’ କୁ ନେଇ କ୍ରେଜ୍ କେବଳ ଭାରତରେ ସୀମିତ ନୁହେଁ? ଆଫଗାନିସ୍ତାନର ଷ୍ଟାର କ୍ରିକେଟର୍ ରସିଦ ଖାନ ମଧ୍ୟ ଏହି ଫିଲ୍ମ ଦେଖିବାକୁ ଉତ୍ସାହିତ।

ଆଫଗାନିସ୍ତାନ ଟି-୨୦ କ୍ରିକେଟ୍ ଦଳର ଅଧିନାୟକ ରସିଦ ଖାନ ଇନଷ୍ଟାଗ୍ରାମରେ ଏକ ରିଲ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଦୁବାଇର ରାସ୍ତା କଡରେ ଠିଆ ହୋଇ ମକା ପୋଡୁଥିବାର ଦେଖାଯାଇଛନ୍ତି। ସେ କାହା ସହିତ କଥାବାର୍ତ୍ତା କରୁଥିବାବେଳେ ବେଶ୍ ଖୁସି ନଜର ଆସିଛନ୍ତି। କ୍ୟାପସନରେ ରସିଦ ଲେଖିଛନ୍ତି, "ମୁଁ ନିଶ୍ଚିତ ଭାବରେ ବର୍ଡର ୨ ଦେଖିବି... କିନ୍ତୁ ଦେଖାଯାଉ ମୁଁ ଏହାକୁ ପୋଷ୍ଟ କଲେ କ'ଣ ହେଉଛି।" ରଶିଦ ତାଙ୍କ ପୋଷ୍ଟରେ ସୁନୀଲ ଶେଟ୍ଟୀ, ଆହାନ ଶେଟ୍ଟୀ, ବରୁଣ ଧାୱନ ଏବଂ ସନି ଦେଓଲଙ୍କୁ ଟ୍ୟାଗ୍ କରିଛନ୍ତି। ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ‘ଘର କବ୍ ଆଓଗେ’ର ସାଉଣ୍ଡଟ୍ରାକ୍ ବାଜୁଛି। ଏହାପରେ ବର୍ଡର ୨ର କଳାକାରମାନେ ରଶିଦଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି।

 

 
 
 
 
 
 
 
 
 
 
 
 
 
 
 

A post shared by Rashid Khan (@rashid.khan19)

ଆହାନ ଶେଟ୍ଟୀ ଲେଖିଛନ୍ତି, ‘ଭାଇଙ୍କୁ ବହୁତ ଭଲପାଇବା।‘ ବରୁଣ ଧାୱନ ଲେଖିଛନ୍ତି, ‘ହଁ, ଭାଇ।‘ ସୁନୀଲ ଶେଟ୍ଟୀ ଲେଖିଛନ୍ତି, ‘ଠିକ୍ କଥା।‘ ତେବେ, ରସିଦ ଖାନ ଏକମାତ୍ର କ୍ରିକେଟର ନୁହଁନ୍ତି ଯିଏ ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ "ବର୍ଡର ୨"କୁ ସମର୍ଥନ କରୁଛନ୍ତି। ଭାରତୀୟ ୱିକେଟକିପର-ବ୍ୟାଟସମ୍ୟାନ୍ କେଏଲ ରାହୁଲ ମଧ୍ୟ "ବର୍ଡର ୨" ର ପ୍ରମୋସନ କରିଛନ୍ତି। ରାହୁଲଙ୍କର ମଧ୍ୟ ଏହି ଫିଲ୍ମ ସହିତ ବ୍ୟକ୍ତିଗତ ସମ୍ପର୍କ ଅଛି, କାରଣ ତାଙ୍କ ଭାଇ ଅହାନ ସେଟ୍ଟି ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

ଆହୁରି ପଢନ୍ତୁ...ରିଲିଜ୍ ପୂର୍ବରୁ ରେକର୍ଡ ଭାଙ୍ଗିଲା 'ବର୍ଡର ୨', ଆଡଭାନ୍ସ ବୁକିଂରେ ସନ୍ନିଙ୍କ ‘ଜାଟ୍’କୁ ପଛରେ ପକାଇଲା