ଭୁବନେଶ୍ବର,୧୩।୧୧ :  ଏଣିକି ୭ ବର୍ଷ ଚାକରି କରିବା ପରେ ଜଣେ ଏସ୍‌ଆଇ ହୋଇପାରିବେ ଇନ୍ସପେକ୍ଟର । ଏସଆଇରୁ ଇନ୍ସପେକ୍ଟର ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଲେ ରାଜ୍ୟ ସରକାର । ପୂର୍ବରୁ ୧୦ ବର୍ଷ ଚାକିରି କଲା ପରେ  ଜଣେ ଏସ୍‌ଆଇ ପଦୋନ୍ନତି ପାଇ ଇନ୍ସପେକ୍ଟର ହେଉଥିଲେ । 

ଗୃହ ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ପୋଲିସ ସେବା ରୁଲ -୬୫୦ (ଏ)(ii) ରେ ପରବର୍ତ୍ତନ କରାଯାଇଛି। ୭ ବର୍ଷ ପରେ ପଦୋନ୍ନତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।