ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ଏକ ମଜାଳିଆ ଟ୍ରେଣ୍ଡ ଖୁବ୍‌ ଭାଇରାଲ ହେଉଛି। ନର୍ମାଲ ଫଟୋ ଗୁଡ଼ିକୁ ଷ୍ଟୁଡିଓ ଘିବଲି-ଷ୍ଟାଇଲ ଏଆଇ ଇମେଜ୍‌ରେ ବଦଳାଇ ଲୋକେ ଖୁବ୍‌ ପୋଷ୍ଟ କରୁଛନ୍ତି। ଏହି ଟ୍ରେଣ୍ଡକୁ ସର୍ବ ପ୍ରଥମେ ଚାଟ୍‌ଜିପିଟି ଆରମ୍ଭ କରିଥିଲ।, କିନ୍ତୁ ଏବେ ଅନେକ  ଅନ୍ୟ ଏଆଇ ଚ୍ୟାଟବଟ୍ସ ଭଳି  xAI ର Grok, ମଧ୍ୟ ସାମିଲ ହୋଇ ଯାଇଛି। ଗ୍ରୋକ୍‌ରେ ମଧ୍ୟ ଲୋକେ ଘିବଲି ଷ୍ଟାଇଲ୍‌ ଫଟୋ କରିପାରିବେ। ଯେଉଁ ଲୋକଙ୍କ ପାଖରେ ଚ୍ୟାଟ୍‌ଜିପିଟିର ପେଡ୍‌ ସବ୍ସକ୍ରିପସନ ନାହିଁ , ସେମାନେ ଗ୍ରୋକ୍‌ର ସାହାଯ୍ୟ ନେଉଛନ୍ତି। କିନ୍ତୁ ଏବେ ଅନେକ ୟୁଜର୍ସଙ୍କର କନଫ୍ଲେଣ୍ଟ ଆସୁଛି ଯେ, ଗ୍ରୋକ୍‌ ଠିକ୍‌ରେ ଫଟୋ ଜେନେରେଟ କରିପାରୁ ନାହିଁ।

ରିପୋର୍ଟ ମୁତାବିକ ,ଅନେକ ୟୁଜର୍ସ ଗ୍ରୋକ୍‌ ଚ୍ୟାଟବଟ୍‌ର ବ୍ୟବହାର କରିବା ସମୟରେ ରେଜଲ୍ଟରେ ‘usahe limit error’ ର ସାମ୍ନା କରୁଛନ୍ତି। ସେମାନେ ସେହି ପ୍ରମ୍ପଟ୍ସ ଦେଇଛନ୍ତି , ଯାହା ପ୍ରଥମେ ଅନ୍ୟ ପାଇଁ କାମ କରୁଥିଲେ।

ଗ୍ରୋକ୍‌ର ନେବାକୁ ପଡ଼ିବ କି ସବ୍ସକ୍ରିପ୍ସନ ? 

କିଛି ୟୁଜର୍ସଙ୍କୁ ଗ୍ରୋକ୍‌ରେ ଷ୍ଟୁଡିଓ ଘିବଲି-ଷ୍ଟାଇଲ ଇମେଜ କରିବା ପାଇଁ ଏକ ୱାର୍ଣ୍ଣିଂ ମିଳିଛି। ଯେଉଁଥିରେ ତାଙ୍କୁ ଏକ୍ସ ପ୍ରିମିୟମ ବା ପ୍ରିମିୟମ ପ୍ଲସ୍‌ ସବ୍ସକ୍ରିପସନ ନେବା ପାଇଁ କୁହାଯାଇଛି। ଏହାର ଅର୍ଥ ଯେ , ବିନା ସବ୍ସକ୍ରିପସନରେ ସେ ଏହି ଫିଚରର ବ୍ୟବହାର କରି ପାରିବେ ନାହିଁ।ଏଥିରେ ଅନେକ ୟୁଜର୍ସ ନିରାଶ ହେଉଛନ୍ତି ଏବଂ ନିଜର ଆକାଉଣ୍ଟସକୁ ଅପଗ୍ରେଡ୍‌ କରିବାରେ ଭାବୁଛନ୍ତି ।

ହେଲେ ଅନେକ ୟୁଜର୍ସ ଏବେ ବି ବିନା କୌଣସି ସମସ୍ୟାରେ ଷ୍ଟୁଡିଓ ଘିବଲି –ଷ୍ଟାଇଲ୍‌ ଫଟୋ କରି ପାରୁଛନ୍ତି। କିଛି ୟୁଜରଙ୍କୁ ନିଜର ଆକାଉଣ୍ଟକୁ  ବିନା ଅପଗ୍ରେଟ୍‌ କରି ଏହି ଫିଚର ଆକ୍ସେସ୍‌ କରିବାରେ ସମସ୍ୟା ହେଉଛି। 

ଷ୍ଟୁଡିଓ ଘିବଲି –ଷ୍ଟାଇଲ୍‌ର ଏଆଇ ଇମେଜ୍‌ କରିବାର ଟ୍ରେଣ୍ଡ ଗତ କିଛି ଦିନରେ ଖୁବ୍‌ ଲୋକପ୍ରିୟ ହୋଇ ସାରିଛି।ଚ୍ୟାଟଜିପିଟି ମାଧ୍ୟମରେ ୟୁଜର୍ସଙ୍କୁ ‘Ghiblifield’ ଇମେଜ୍‌ କରିବାର ଏକ ନୂଆ ଉପାୟ ମିଳି ଯାଇଛି। ଯାହାକୁ ସୋସିଆଲ ମିଡ଼ିଆରେ ଖୁବ୍‌ ସେୟାର କରାଯାଉଛି । ଏହି ଫିଚର କାରଣରୁ ୟୁଜର-ଜେନେରେଟେଡ୍‌ କଣ୍ଟେଣ୍ଟର ବନ୍ୟା ଆସିଛି।