କଲମ୍ବୋ,୧୧ା୨: ଅଷ୍ଟ୍ରେଲିଆ ଦଳର ଅଧିନାୟକ ସନ ମାର୍ଶ ଆହତ ହୋଇଛନ୍ତି । ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବୁଧବାର ଆୟର୍ଲାଣ୍ଡକୁ ଭେଟିଥିଲା । ଆହତ ମାର୍ଶ ଏହି ମ୍ୟାଚ ଖେଳି ନଥିଲେ । ତାଙ୍କ ସ୍ଥାନରେ ଟ୍ରେଭିସ ହେଡ ଦଳର ନେତୃତ୍ୱ ନେଇଥିଲେ । ସୂଚନାଯୋଗ୍ୟ, ମାର୍ଶ ଅଭ୍ୟାସ ସମୟରେ ଆହତ ହୋଇଥିଲେ । ବ୍ୟାଟିଂ ଅଭ୍ୟାସ କରୁଥିବା ସମୟରେ ଏକ ବଲ୍ ତାଙ୍କ ପେଟ(ତଳ ଭାଗ)ରେ ବାଜିଥିଲା । ଆଘାତ ଗୁରୁତର ଥିବା ଜଣା ପଡ଼ିଛି । ତାଙ୍କ ସ୍ଥାନ ନେବା ପାଇଁ ଷ୍ଟିଭେନ ସ୍ମିଥଙ୍କୁ ଡ଼ାକରା ମିଳିଛି । ସେ ଖୁବ୍ ଶୀଘ୍ର କଲମ୍ବୋରେ ପହଞ୍ଚି ଦଳ ସହ ଯୋଗ ଦେବେ । ସୂଚନାଯୋଗ୍ୟ, ପୂର୍ବରୁ ପ୍ୟାଟ୍ କମିନ୍ସ, ଜୋସ ହାଜେଲଉଡ୍ ଆହତ ହୋଇ ବାଦ ପଡ଼ି ସାରିଥିବାବେଳେ ଟିମ ଡେଭିଡ୍ ସମ୍ପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି । ବର୍ତ୍ତମାନ ସ୍ମିଥ୍ ସମ୍ପୂର୍ଣ୍ଣ ବିଶ୍ୱକପ୍ରୁ ବାଦ ପଡ଼ିବା ଆଶଙ୍କା ଦେଖା ଦେଇଛି ।