ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

‘ପ୍ରଜାର ରକ୍ଷା କରିବା ରାଜାର ଧର୍ମ, ସେଭଳି ଦୋଷୀଙ୍କୁ ଦଣ୍ଡ ଦେବା ମଧ୍ୟ କର୍ତ୍ତବ୍ୟ’: ପହଲଗାମ୍ ଆକ୍ରମଣ ନେଇ ଭାଗବତଙ୍କ ପ୍ରତିକ୍ରିୟା

Published By : Prameya | April 26, 2025 8:10 PM

ନୂଆଦିଲ୍ଲୀ,୨୬।୪:  ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ପାକିସ୍ତାନକୁ ବଢିଛି ଆକ୍ରୋଶ। ଆତଙ୍କବାଦକୁ ନେଇ ଭାରତ ପଡ଼ୋଶୀ ଦେଶ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ସମୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁମାନେ ଅତ୍ୟାଚାର କରନ୍ତି ସେମାନଙ୍କୁ ଶିକ୍ଷା ଦେବା ଆମର କର୍ତ୍ତବ୍ୟ।

ସେ କହିଥିଲେ, ‘ରାବଣର ବଧ ତା’ର କଲ୍ୟାଣ ପାଇଁ କରାଯାଇଥିଲା। ଭଗବାନ ରାମ ତାକୁ ବଧ କରିଥିଲେ। ଏହା ହିଂସା ନୁହେଁ ବରଂ ଅହିଂସା। ଅହିଂସା ଆମର ଧର୍ମ କିନ୍ତୁ ଯେଉଁମାନେ ଅତ୍ୟାଚାର କରନ୍ତି ସେମାନଙ୍କୁ ଧର୍ମ ଶିକ୍ଷା ଦେବା ଅହିଂସା। ଆମେ କେବେ ଆମର ପଡ଼ୋଶୀଙ୍କୁ କ୍ଷତି ପହଞ୍ଚାଇ ନଥାଉ। ଏହା ପରେ ମଧ୍ୟ ଯଦି କେହି ଭୁଲ ରାସ୍ତା ଗ୍ରହଣ କରନ୍ତି, ତେବେ ପ୍ରଜାମାନଙ୍କୁ ସୁରକ୍ଷା ଦେବା ରାଜାଙ୍କର କର୍ତ୍ତବ୍ୟ। ରାଜା ତାଙ୍କର କାମ କରିବେ।’

ଆରଏସଏସ ମୁଖ୍ୟ କହିଛନ୍ତି, ଏହି ଆକ୍ରମଣ ଏ କଥା ମନେପକାଇ ଦେଉଛି ଯେ,  ଲଢେଇ ଧର୍ମ ଏବଂ ଅଧର୍ମ ମଧ୍ୟରେ ହେଉଛି। ଲୋକଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚରାଯାଉଥିଲା ଏବଂ ସେମାନଙ୍କୁ ହତ୍ୟା କରାଯାଇଥିଲା। ହିନ୍ଦୁମାନେ କେବେ ଏହା କରିବେ ନାହିଁ। ଏହା ଆମର ସ୍ୱଭାବ ନୁହେଁ। ଘୃଣା ଏବଂ ଶତ୍ରୁତା କେବଳ ଆମ ସଂସ୍କୃତିରେ ନାହିଁ। କିନ୍ତୁ ଚୁପ୍ ଚାପ୍ କ୍ଷତି ସହିବା ମଧ୍ୟ ଆମ ସଂସ୍କୃତିରେ ମଧ୍ୟ ନାହିଁ। ଆମ ହୃଦୟରେ ଯନ୍ତ୍ରଣା ଅଛି। ଆମେ କ୍ରୋଧିତ। ଅଧର୍ମକୁ ଶେଷ କରିବା ପାଇଁ ଆମକୁ ଆମର ଶକ୍ତି ପ୍ରଦର୍ଶନ କରିବାକୁ ପଡିବ। ସେ ଆହୁରି କହିଛନ୍ତି, ରାବଣ ତା‘ର ମନ ପରିବର୍ତ୍ତନ କରିବାକୁ ମନା କରିବାରୁ ତାଙ୍କୁ ବଧ କରାଯାଇଥିଲା। ଆଉ କୌଣସି ବିକଳ୍ପ ବାକି ନଥିଲା। ରାମ ତାକୁ ବଧ କରିଥିଲେ କିନ୍ତୁ ରାବଣକୁ ସୁଧୁରିବା ପାଇଁ ମଧ୍ୟ ସୁଯୋଗ ଦିଆଯାଇଥିଲା, ଯେତେବେଳେ ସେ ସୁଧୁରିଲା ନାହିଁ, ସେତେବେଳେ ତାକୁ ବଧ କରାଯାଇଥିଲା।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.