ନୂଆଦିଲ୍ଲୀ : ଟେସଲାର ସିଇଓ ଏଲନ୍ ମସ୍କ ପ୍ରାୟତଃ ତାଙ୍କର ରୋକଠୋକ୍ କଥା ନେଇ ଖୁବ୍ ଜଣାଶୁଣା। କିଛି ବର୍ଷ ପୂର୍ବେ ସେ ଟ୍ଵିଟରରେ ଏକ ପୋଷ୍ଟ ମାଧ୍ୟମରେ ଲୋକଙ୍କୁ ପଚାରି ଥିଲେ ଯେ, ସେ ଏହା କିଣିବା ଉଚିତ କି ? ଏହାପରେ ସେ ଟ୍ଵିଟରକୁ କିଣି ମଧ୍ୟ ନେଇଥିଲେ। ପରେ ଏହାକ ନାମ ପରିବର୍ତ୍ତନ କରି ଏକ୍ସ( X) ରଖି ଥିଲେ। ଏବେ ମସ୍କ ପୁଣିଥରେ ଏମିତି ଏକ ସମାନ ପୋଷ୍ଟ ପାଇଁ ଚର୍ଚ୍ଚାରେ ।
ବାସ୍ତବ କଥା ହେଲା , ଏହି ପୂରା ମାମଲା କିଛି ଦିନ ପୂର୍ବେ ଆରମ୍ଭ ହୋଇଥିଲା ଯେତେବେଳେ ରୟାନ ଏୟାର ଏହାର ୬୦୦ ରୁ ଅଧିକ ବିମାନ ପାଇଁ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବା ବ୍ୟବହାର କରିବାକୁ ମନା କରି ଦେଇଥିଲା । ପରେ ଯେତେବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଡାଉନ ହେବାର ଖବର ଆସିଲା, ତ ଏମିତି ହିଁ ଏକ ପୋଷ୍ଟରେ ଏୟାରଲାଇନ ଏଲନ ମସ୍କଙ୍କୁ ଟ୍ୟାଗ୍ କରି ପଚାରି ଥିଲା ଯେ, ଆପଣଙ୍କୁ କଣ ୱାଇଫାଇ ଦରକାର କି ?
ଏହାର ଜବାବ ଦେଇ ମସ୍କ ଲେଖିଥିଲେ- ମୋତେ କଣ ରୟାନ ଏୟାର କିଣି ନେବା ଉଚିତ୍ କି ? କିମ୍ୱା କୌଣସି ଏମିତି ଜଣେ ବ୍ୟକ୍ତିଙ୍କୁ ଦାୟିତ୍ୱ ପ୍ରଦାନ କରିବା ଉଚିତ୍ କି ? ଯାହାର ପ୍ରକୃତ ନାଁ ରୟାନ ହୋଇଥିବ ?
ଏହି ଟିପ୍ପଣୀ ଦେଖୁ ଦେଖୁ ଭାଇରାଲ ହୋଇଥିଲା। ସୋସିଆଲ ମିଡିଆ ୟୁଜରମାନେ ଏହା ଉପରେ ମଜାଳିଆ ପ୍ରତିକ୍ରିୟା ଦେଇଥିଲେ, କିଛି ଏହି ବିଚାରର ସମର୍ଥନ କରିଥିବା ବେଳେ କିଛି ବ୍ୟବହାରକାରୀ ଏୟାରଲାଇନ୍ସ କିଣିବାର ଆର୍ଥିକ ବିପଦକୁ ନେଇ ମଜା କରିଥିଲେ।
Should I buy Ryan Air and put someone whose actual name is Ryan in charge?
— Elon Musk (@elonmusk) January 16, 2026
ଜଣେ ୟୁଜର ପରାମର୍ଶ ଦେଇ ଥିଲେ – ହଁ ଏହାକୁ କିଣି ନିଅ , ଅନ୍ୟ ଜଣେ ଲେଖି ଥିଲେ ଏହାକ କିଣିବା ବେଳେ ସାବଧାନ ରହିବା ଉଚିତ୍। ଏହା ଆପଣଙ୍କୁ ଏତେ କମ୍ ଦାମର ପ୍ରସ୍ତାବ ଦେବେ , ଯାହା ଅବିଶ୍ୱସନୀୟ ଲାଗିବ ଏବଂ ପରେ ଏହା ଆପଣଙ୍କ ଠାରୁ ବିଭିନ୍ନ ପ୍ରକାରର ଅତିରିକ୍ତ ଶୁଳ୍କ ଆଦାୟ କରିବେ।