ନୂଆଦିଲ୍ଲୀ : ଆଗ୍ରାରେ ଆଲିଗଡ଼ ଘଟଣାର ପୁନରାବୃତ୍ତି । ଜ୍ବାଇଁ ସହ ଫେରାର ହେଲା ଜ୍ବାଇଁ । ପୂର୍ବରୁ ଆଲିଗଡ଼ର ଘଟଣା ବେଶ ଚର୍ଚ୍ଚାରେ ରହିଥିଲା । ଜ୍ବାଇଁ ସହ ଶାଶୁଙ୍କ ସମ୍ପର୍କ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଏବେ ଆଗ୍ରାରୁ ସମାନ ଘଟଣା ସାମ୍ନାକୁ ଆସିଛି । ଯାହାକି ସମାଜରେ ଏକ ଲଜ୍ଜାଜନକ ମେସେଜ ଦେଉଛି । ମହିଳା ଜଣକ ୮ ଛୁଆଙ୍କ ମାଆ ଥିବା ଜଣାପଡ଼ିଛି । ତଥାପି ତାଙ୍କ ଜ୍ବାଇଁ ପ୍ରେମ ବାୟା କରିଛି ଆଉ ସେ ଫେରାର ହୋଇଯାଇଛନ୍ତି । ପୂର୍ବରୁ ମଧ୍ୟ ମହିଳା ଜଣକ ଫେରାର ହୋଇଥିବା ଜଣାପଡ଼ିଛି । ଶ୍ବଶୁର ଏନେଇ ଥାନାରେ ମାମଲା କରିଥିବାବେଳେ ପୁଲିସ ଉଭୟଙ୍କୁ ଖୋଜୁଛି ।

କହି ରଖୁଛୁ କି, ଜ୍ବାଇଁ ତାଙ୍କ ଶ୍ବଶୁର ଘରକୁ ଆସିଥିଲେ । ଦିନବେଳା ସେ ବାରିପଟ କ୍ଷେତକୁ ଯାଇଥିଲେ । ଆଉ ହଳଦୀ ଖୋଳିବା ପାଇଁ ଶାଶୁଙ୍କୁ ଡାକିଥିଲେ । ପ୍ରଥମେ କେହି ଏହାକୁ ବିଶ୍ବାସ କରିନଥିଲେ । ମାତ୍ର ଯେତେବେଳେ ସେମାନେ କ୍ଷେରୁ ଫେରିବାରେ ବିଳମ୍ବ ହୋଇଥିଲା ସେତେବେଳେ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ସେମାନେ କ୍ଷେତକୁ ଯାଇ ଦେଖିବା ବେଳକୁ ଉଭୟଙ୍କ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ପ୍ରଥମେ ଯୁକ୍ତିତର୍କ ହୋଇଥିଲା ଆଉ ପରେ ପରିବାର ଲୋକେ ମାଡ଼ ମାରିଥିଲେ ଜ୍ବାଇଁଙ୍କୁ । ପରେ ସେ ବାଇକରେ ଶାଶୁଙ୍କ ବସାଇ ଫେରାର ହୋଇଯାଇଥିଲେ ।

ଖବର ମିଳିଛି କି, ଘରର ଦୁଇ ଭଉଣୀଙ୍କୁ ତାଙ୍କର ଦୁଇ ଭାଇ ବାହାହୋଇଛନ୍ତି । ମାତ୍ର ବଡ଼ ଜ୍ବାଇଁଙ୍କ ସମ୍ପର୍କ ଶାଶୁଙ୍କ ସହ ବଢ଼ିଥିଲା । ଉଭୟ ୧୨ ବର୍ଷ ପୂର୍ବରୁ ମଧ୍ୟ ଗୋଟିଏଥର ଫେରାର ହୋଇଥିଲେ । ସେମାନଙ୍କୁ ପରିବାର ଲୋକେ ଧରି ଘରକୁ ଆଣିଥିଲେ । ମାତ୍ର ଘଟଣାକୁ ପ୍ରଘଟ କରିନଥିଲେ । ଲଜ୍ୟା ଭୟରେ ସେ ଏ କଥା ବାହାରେ ଜଣାଇନଥିଲେ । ଆଉ ଏବେ ପୁଣିଥରେ ଜ୍ବାଇଁଙ୍କ ସହ ଫେରାର ହୋଇଛନ୍ତି । ତେବେ ତାଙ୍କ ଜ୍ବାଇଁଙ୍କର ମଧ୍ୟ ୫ ଛୁଆ ରହିଛନ୍ତି । ମାଆ ହୋଇ ଝିଅର ସଂସାର ଭାଙ୍ଗି ଦେଇଥିବାବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାସହ ପଢ଼ନ୍ତୁ : ଜମି ବିବାଦରୁ ହତ୍ୟାକାଣ୍ଡ ଅଭିଯୋଗ: ଘରୁ ଡାକିନେଇ ଗୁଳି କରିଦେଲେ