ନୂଆଦିଲ୍ଲୀ – ଦିଲ୍ଲୀରେ କାର୍ ବିସ୍ଫୋରଣରେ ଟ୍ୱିଟ୍ କରିଛନ୍ତି ରାହୁଲ ଗାନ୍ଧୀ। ସେ ଏହି ବିସ୍ଫୋରଣକୁ ‘ବିସ୍ଫୋରଣ’ ଦର୍ଶାଇଛନ୍ତି ଏବଂ ଦୁଃଖ ପ୍ରକାଶ କରିଛନ୍ତି। ସେ ଘଟଣାର ପାଖାପାଖି ଦୁଇ ଘଣ୍ଟା ପରେ ଏକ୍ସରେ ଟ୍ୱିଟ୍ କରିଛନ୍ତି ,ଦିଲ୍ଲୀର ଲାଲ୍ କିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା କାର୍ ବିସ୍ଫୋରଣର ଖବର ଖୁବ୍ ଭୟଙ୍କର ଓ ଚିନ୍ତାଜନକ ରହିଛି। ଏହି ଦୁଃଖଦ ଦୁର୍ଘଟଣାରେ ଅନେକ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁର ଖବର ଅତ୍ୟନ୍ତ ଦୁଃଖଦ। ଏହି ଦୁଃଖର ସମୟରେ ନିଜର ପ୍ରିୟଜନଙ୍କୁ ହରାଇଥିବା ଶୋକ ସନ୍ତପ୍ତ ପରିବାର ସହ ଠିଆ ହୋଇଛି ଏବଂ ତାଙ୍କୁ ନିଜର ଗଭୀର ସମ୍ୱେଦନା ବ୍ୟକ୍ତି କରୁଛି। ସମସ୍ତ ଆହତଙ୍କୁ ଖୁବ୍ ଶୀଘ୍ର ସୁସ୍ଥ ହେବାର ଆଶା କରୁଛି।
ଅନ୍ୟପଟେ ଏହି ମାମଲାରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ବିବୃତ୍ତି ଆସିଛି। ତାଙ୍କର କହିବାନୁସାରେ ଏହି ବିସ୍ଫୋରଣ ତ ପାକିସ୍ତାନ ପକ୍ଷରୁ କରାଯାଇ ଥିବା ଆକ୍ରମଣ । ସଞ୍ଜୟ ସିଂହ କହିଛନ୍ତି ଯେ, ଏହି ଆକ୍ରମଣ ଲାଲ୍ କିଲ୍ଲାରେ ହୋଇଛି,ଯାହା ଆମର ଗୌରବ। କେବଳ ଏତିକି ନୁହେଁ ସେ ପିଏମ୍ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ଏବଂ କହିଛନ୍ତି , ତାଙ୍କ ହାତରେ ଦେଶ ସୁରକ୍ଷିତ ନୁହେଁ। ସଞ୍ଜୟ ସିଂହ କହିଛନ୍ତି , ଏମିତି ନିଚ୍ଚ କାର୍ଯ୍ୟ ପାକସ୍ତାନ ହିଁ କରିପାରେ। ମୋଦି ଅସ୍ତ୍ରବିରତି କରି ପାକିସ୍ତାନୀ ଅପରାଧୀଙ୍କର ମନୋବଳକୁ ବଢାଇଛନ୍ତି। ଯେଉଁ ଆତଙ୍କବାଦୀ ଆମର ନିର୍ଦ୍ଦୋଷ ନାଗରିକଙ୍କ ଜୀବନ ନେଇଛନ୍ତି, ତାଙ୍କୁ ମଧ୍ୟ ହତ୍ୟାକର।
ଅନ୍ୟପଟେ ହୋମ୍ ମିନିଷ୍ଟର ଅମିତ ଶାହ ମଧ୍ୟ ସକ୍ରିୟ ହୋଇଛନ୍ତି। ଘଟଣାର ସୂଚନା ପାଇବା କ୍ଷଣି ଦିଲ୍ଲୀ ପୁଲିସର କମିଶନର ,ଆଇବି ଚିଫ୍ଙ୍କ ସମେତ ଅନେକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏବେ ସେ ଘଟଣା ସ୍ଥଳ ଅଭିମୁଖେ ପ୍ରସ୍ଥାନ କରିସାରିଛନ୍ତି।