କରଞ୍ଜିଆ ୦୯/୧୨: ଶିମିଳିପାଳରେ ଶିକାରୀ ସକ୍ରିୟ। ପୁଣି ଶିକାରୀଙ୍କୁ ଧରାଇଦେଲା AI କ୍ୟାମେରା। ଦୁଇ ଶିକାରୀ ଗିରଫ।

ଗତ ନଭେମ୍ବର ୨୧ ତାରିଖରେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରେ ଶିକାର ପାଇଁ ଯାଇଥିବା ବେଳେ ଦୁଇ ଜଣଶିକାରୀଙ୍କ ଫୋଟ ଉତ୍ତୋଳନ କରିଥିଲା AI କ୍ୟାମେରା। ଆଜି ତାଙ୍କ ଘରେ ଚଢ଼ାଉ ବେଳେ ୪ଟି ଧନୁ, ୧୦ ଟି ତୀର, ୧୬୦ ଟି ଫାଶ, ଗୋଟିଏ ଛୁରୀ ଓ ୧ କେଜି ୭୦୦ ଗ୍ରାମ ବଣୁଆ ଘୁଷୁରୀର ଶୁଖିଲା ମାଂସକୁ ଜବତ କରିଛି ବନବିଭାଗ । ଶିକାରୀ ଦୁଇଜଣ ହେଉଛନ୍ତି କରଞ୍ଜିଆ ଥାନା ଜଲଦା ଗାଁର ଭାଗିରଥି ବୁଲିଉଲି ଓ ବୁଧୁରାମ କନ୍ଦନକେଲ୍। ସେମାନଙ୍କୁ ଯଶିପୁର ସ୍ଥିତ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।