ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ କରିବ AI କ୍ୟାମେରା, କଣ୍ଟ୍ରୋଲ ରୁମ୍‌ରୁ ଚାରିଦିଗରେ ରଖି ହେବ ନଜର

Published By : Harapriya Sethi | February 17, 2025 1:45 PM

ଭୁବନେଶ୍ୱର, ୧୭/୦୨: ଏଥର ରଥଯାତ୍ରାକୁ ଜଗିବ  AI କ୍ୟାମେରା । ବଡ଼ଦାଣ୍ଡରେ ଟ୍ରାଫିକ୍‌ କଣ୍ଟ୍ରୋଲ ସହ ଭିଡ଼କୁ ନିୟନ୍ତ୍ରଣ କରିବାରେ  ଅସ୍ତ୍ର ସାଜିବ AI କ୍ୟାମେରା । ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ହେବ ସହଜ । ଲୋକଙ୍କୁ ମିଳିବ ହାଇ ସିକ୍ୟୁରିଟି । କଣ୍ଟ୍ରୋଲ ରୁମ୍‌ରୁ ଚାରିଦିଗରେ ରଖି ହେବ କଡ଼ା ନଜର । ସହରର ପ୍ରମୁଖ ସ୍ଥାନ, ସାହି, ଗଳି ଓ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକୁ ଗୁରୁତ୍ତ୍ୱ ଦିଆଯିବ । ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । 

ଆଗକୁ ଆସୁଛି ରଥଯାତ୍ରା । ଚଳିତ ବର୍ଷ ଜୁନ୍‌ ୨୭ ତାରିଖରେ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସେଥିଲାଗି ଭକ୍ତଗଣ ଏବେଠୁ ଉତ୍ସାହିତ ହୋଇ ଚାହିଁ ରହିଛନ୍ତି । ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ ଦେଶ ବିଦେଶରୁ ଧାଇଁ ଆସିବେ ବଡ଼ଦାଣ୍ଡରେ ଜଗାକୁ ଦେଖିବା ପାଇଁ । ତେଣୁ ଭକ୍ତଗଣଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ନିୟନ୍ତ୍ରଣ କରିବ AI କ୍ୟାମେରା । ବଡ଼ଦାଣ୍ଡରେ AI କ୍ୟାମେରା ସମସ୍ତ ସ୍ଥିତି ଉପରେ ଚାରିଦିଗରୁ ନଜର ରଖି ଭକ୍ତଗଣଙ୍କୁ ଦେବ ସୁରକ୍ଷା । ସେଥିପାଇଁ ସମସ୍ତ ପ୍ରମୁଖ ସ୍ଥାନ ସହ ସାହି, ଗଳି ଏବଂ ଅନ୍ୟାନ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନରେ ଲାଗିବ AI କ୍ୟାମେରା । ଏହି କ୍ୟାମେରା ପୋଲିସକୁ ଏହି ସବୁ ସମସ୍ତ ସ୍ଥାନରେ କଡ଼ା ନଜର ରଖିବାରେ ସାହାଯ୍ୟ କରିବ । ଯାହା ଫଳର କୌଣସି ସନ୍ଦିଗ୍ଧ ପୋଲିସ ଆଖିରୁ ଖସି ପାରିବେନି । 

ଏହି AI କ୍ୟାମେରା କେବଳ ଭିଡ଼ ନିୟନ୍ତ୍ରଣ କରିବନି, ଏହା ସହିତ ଟ୍ରାଫିକ୍‌ ମଧ୍ୟ ନିୟନ୍ତ୍ରଣ କରିବ । ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତ ଦୂର ଦୂରାନ୍ତରୁ ଆସି ଜଗା ଦର୍ଶନ କରିବେ । ତେଣୁ ଏହି ସମୟରେ ବଡ଼ଦାଣ୍ଡରେ ବହୁ ମାତ୍ରାରେ ଟ୍ରାଫିକ୍‌ ସମସ୍ୟା ମଧ୍ୟ ଦେଖିବାକୁ ମିଳିବ । ହେଲେ ଏଥର ଟ୍ରାଫିକ୍‌କୁ ମଧ୍ୟ ନିୟନ୍ତ୍ରଣ କରିବ AI କ୍ୟାମେରା । ଚାରିଦିଗରୁ ଆସୁଥିବା ଗାଡ଼ି ଉପରେ ନଜର ରଖିବ ଏବଂ ପୋଲିସକୁ ସଜାଗ ରହିବାରେ ସହାୟକ ହେବ ଏହି AI କ୍ୟାମେରା । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.