ନୂଆଦିଲ୍ଲୀ,୬।୯: ସାରା ଦୁନିଆରେ ବର୍ତ୍ତମାନ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଖୁବ୍ ଚର୍ଚ୍ଚା। ଏଆଇ କଷ୍ଟକର ପ୍ରଶ୍ନର ଉତ୍ତର କ୍ଷଣିକରେ ଦେବା କିମ୍ବା ଘଣ୍ଟାକର କାମ କିଛି ସେକେଣ୍ଡରେ କରିଦେଉଛି। କିନ୍ତୁ ଏହା ଯେତେ ଲାଭଦାୟକ ସେତିକି ବିପଦଜନକ ପ୍ରମାଣିତ ହୋଇପାରେ। ଏଆଇର ଗଡଫାଦର କୁହାଯାଉଥିବା ଜେଫ୍ରି ହିଣ୍ଟନ ଏହାର ସମ୍ଭାବିତ କ୍ଷତି ବିଷୟରେ ପୁଣିଥରେ ଚେତାବନୀ ଦେଇଛନ୍ତି। ଚାଟ୍ଜିପିଟି ଭଳି ଏଆଇ ଟୁଲ୍ସକୁ ନେଇ ଲୋକଙ୍କ ଭିତରେ ଯେଉଁ ଚିନ୍ତା ରହିଛି, ସେହି କାରଣରୁ ହିଣ୍ଟନ ଦ୍ରୁତ ଗତିରେ ଏଆଇର ବିକାଶର କରିବା ବଦଳରେ ଏହାର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏବେ ତାଙ୍କ ମତରେ ଏଆଇ ମାନବ ଜାତି ପାଇଁ ଏକ ଗମ୍ଭୀର ବିପଦ। ଏହି ଟେକ୍ନାଲୋଜି କୌଣସି ବ୍ୟକ୍ତିକୁ ପରମାଣୁ ବୋମା ତିଆରି କରିବାରେ ସାହାଯ୍ୟ କରିପାରେ।
ହିଣ୍ଟନ କହିଛନ୍ତି, ଏଆଇ ଏତେ ଶକ୍ତିଶାଳୀ ହୋଇପାରେ ଯେ, ଜଣେ ସାଧାରଣ ବ୍ୟକ୍ତି ଏହାର ବ୍ୟବହାର କରି ବିପଦଜନକ ଜୈବିକ ହତିଆର ତିଆରି କରିପାରେ। ଫଳରେ ବହୁ ପରିମାଣରେ କ୍ଷତି ବଢିଯିବ। ଏଆଇ ସାହାଯ୍ୟରେ ସାଧାରଣ ମଣିଶ ଖୁବ୍ ଶୀଘ୍ର ଜୈବିକ ହତିଆର ହେବାରେ ସକ୍ଷମ ହେବ। ଏହା ଖୁବ୍ ଭୟଙ୍କର। କଳ୍ପନା କରନ୍ତି ଯଦି ରାସ୍ତାରେ ଚାଲିବା ବେଳେ ଏକ ପ୍ରତିଶତ ଲୋକ ପରମାଣୁ ବୋମା ପାଲଟି ଯାଆନ୍ତି ?
ହିଣ୍ଯନଙ୍କ ଚିନ୍ତା ଯେ, ଏଆଇ ଖୁବ୍ ବୁଦ୍ଧିମାନ। ସେ ବହୁ ଉଦାହରଣ ବ୍ୟବହାର କରି କହିଛନ୍ତି ଯେ, ଏଆଇର ବାସ୍ତବିକତାର ଅନୁଭବ ମଣିଷର ଅନୁଭବଠାରୁ ଖୁବ୍ ଅଲଗା ନୁହେଁ। ଯଦି ଆପଣ ଏହା ସହ କଥା ହେବେ ଓ ପ୍ରଶ୍ନ ପଚାରିବେ ତେବେ ଏହା ବୁଝିପାରିବ। ଟେକ୍ନିକାଲ କମ୍ୟୁନିଟିରେ ଏହି କଥାକୁ ନେଇ ବହୁତ କମ୍ ସନ୍ଦେହ ରହିଛି ଯେ, ଏହା ଆହୁରି ଅଧିକ ସ୍ମାର୍ଟ ହୋଇଯିବ। ତେବେ ହିଣ୍ଟନଙ୍କ ଏହି ବିଚାର ପ୍ରତି ସମସ୍ତେ ସହମତ ନୁହଁନ୍ତି।