ନୂଆଦିଲ୍ଲୀ ୦୩/୦୫: ଆଜିକାଲି ଏକ ନୂଆ ଟ୍ରେଣ୍ଡ ଚାଲିଛି । ଇନ୍ଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଏହାକୁ ଖୁବ୍ ପସନ୍ଦ କରାଯାଉଛି । ଟ୍ରେଣ୍ଡର ନାଁ ‘ମିଟ୍ ୟୋର ୟଙ୍ଗର ସେଲ୍ଫ’ ଅର୍ଥାତ୍ ନିଜ ପିଲାଦିନର ରୂପକୁ ଭେଟନ୍ତୁ । ଏଥିରେ ୟୁଜର୍ ନିଜ ଫଟୋକୁ ନିଜ ପିଲାଦିନର ଫଟୋ ସହ ଗୋଟିଏ ଏଆଇ-ଜେନେରେଟେଡ୍ ଫ୍ରେମ୍ରେ ରଖିପାରିବେ । ଏହି ଫଟୋ ଦେଖିବାକୁ ଖୁବ୍ ଆକର୍ଷଣୀୟ । ଆପଣଙ୍କୁ ଲାଗିବ ଫଟୋରେ ଦୁଇଜଣ ଅଛନ୍ତି, କିନ୍ତୁ ତାହା ଆପଣଙ୍କ ପିଲାଦିନର ହିଁ ରୂପ । ଫଟୋ ପ୍ରସ୍ତୁତି ଲାଗି ଚାଟ୍ଜିପିଟି କିମ୍ବା ଅନ୍ୟ କୌଣସି ଏଆଇ ଇମେଜ୍ ଟୁଲ୍କୁ ଏକ ସହଜ ପ୍ରମ୍ପ୍ଟ ଦେବାକୁ ପଡ଼ିବ ।
ଏହି ଟ୍ରେଣ୍ଡ ପୁରୁଣା ସ୍ମୃତି ଓ କାହାଣୀକୁ ସତେଜ କରୁଛି । ୟୁଜର୍ ଏହାକୁ ଖୁବ୍ ଫଲୋ କରୁଛନ୍ତି ଏବଂ ଫଟୋ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ପୋଷ୍ଟକୁ ଲୋକେ ଲାଇକ୍, କମେଣ୍ଟ ଓ ରିପୋଷ୍ଟ କରୁଛନ୍ତି । ଏଥିରେ ୟୁଜର୍ ନିଜର ବର୍ତ୍ତମାନର ଗୋଟିଏ ଫଟୋ ଅପ୍ଲୋଡ୍ କରନ୍ତି । ଏଆଇ ଟୁଲ୍ ଏକ ଫ୍ରେମ୍ ପ୍ରସ୍ତୁତ କରେ, ଯେଉଁଥିରେ ଉଭୟ ପିଲାଦିନ ଓ ବର୍ତ୍ତମାନର ଫଟୋ ଦେଖାଯାଏ । ଫଟୋ ଦେଖିଲେ ମନେହେବ ଯେମିତି ଦୁହେଁ ଆପଣଙ୍କ ସହ କଥା ହେଉଛନ୍ତି । ଏକସଙ୍ଗେ ହେଉଥିବା ପରିବର୍ତ୍ତନକୁ ଗୋଟିଏ ଫ୍ରେମ୍ରେ ଦେଖିବାକୁ ମିଳୁଥିବାରୁ ଏହା ଖୁବ୍ ଲୋକପ୍ରିୟ ହୋଇଛି ।
ଏଥିପାଇଁ ପ୍ରଥମେ ଏକ ଭଲ ଫଟୋ ଚୟନ କରନ୍ତୁ । ତା’ପରେ ନିଜ ପିଲାଦିନର ଏଭଳି ଏକ ଫଟୋ ଚୟନ କରନ୍ତୁ, ଯେଉଁଥିରେ ଆପଣଙ୍କ ଚେହେରା ସ୍ପଷ୍ଟ ଦିଶୁଥିବ । ଏହା ପରେ ଚାଟ୍ଜିପିଟି କିମ୍ବା କୌଣସି ଏଆଇ ଇମେଜ୍ ଟୁଲ୍କୁ ଓପନ୍ କରନ୍ତୁ । ଫଟୋରେ ଆପଣଙ୍କୁ ଯେମିତି ମାହୋଲ ଆବଶ୍ୟକ, ସେହି ଦୃଶ୍ୟ ବିଷୟରେ କହି ଏକ ସବିଶେଷ ପ୍ରମ୍ପ୍ଟ ଦିଅନ୍ତୁ । ଛବି ଜେନେରେଟ୍ କରନ୍ତୁ, ତା’ପରେ ଫଟୋ ପ୍ରସ୍ତୁତ ହୋଇଯିବ । ଏହାକୁ ସେଭ୍ କରି ଇନ୍ଷ୍ଟାରେ ଏକ କ୍ୟାପ୍ସନ ସହିତ ଶେୟାର କରନ୍ତୁ ।
ଆହୁରି ପଢ଼ନ୍ତୁ...ଏଠାରେ ଝିଅମାନଙ୍କ ବାହାଘର ବହୁତ କମ୍ ବୟସରେ ହୁଏ, କାଶ୍ମୀରରୁ ବଙ୍ଗଳା ଯାଏ ବିବାହର ହାରାହାରି ବୟସ କେତେ ... ଜାଣନ୍ତୁ