ନୂଆଦିଲ୍ଲୀ : ଜଣେ ମହିଳାଙ୍କୁ ବିମାନରେ ଚଢ଼ିବାକୁ ଅଟକାଇଲେ ଏୟାରହୋଷ୍ଟେସ। ବିମାନରେ ଚଢ଼ିବା ପୂର୍ବରୁ ସେ ଏକ ଟପ୍ ପିନ୍ଧିଥିଲେ ମଧ୍ୟ, ଏକ ଜ୍ୟାକେଟ୍ ଖୋଜି ପିନ୍ଧିବାକୁ ପଡ଼ି ଥିଲା। ସେତେବେଳେ ଯାଇ ତାଙ୍କୁ ବିମାନ ଭିତରକୁ ଯିବାକୁ ଅନୁମତି ମିଳିଥିଲା। କାରଣ ଏୟାରହୋଷ୍ଟେସ ତାଙ୍କୁ ଏକ ଛୋଟ ଟପ୍ ପିନ୍ଧିଥିବାର ଦେଖି ବିମାନରେ ପ୍ରବେଶ କରିବାକୁ ଅନୁମତି ଦେଇ ନଥିଲେ।
କହି ରଖୁଛୁ କି , ଅନେକ ୟୁରୋପୀୟ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି ସ୍ଥିତିରେ ଲୋକେ ପ୍ରବଳ ଗରମରୁ ମୁକ୍ତି ପାଇବା ପାଇଁ ସର୍ଟସ୍ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ମହିଳାମାନେ କ୍ରପ୍ ଟପ୍,ସାର୍ଟସ୍ ଏବଂ ଏହିପରି ଆରାମଦାୟକ ପୋଷାକ ପିନ୍ଧୁଛନ୍ତି , ଯେଉଁଥିରେ ପ୍ରବଳ ଗରମରୁ ଆଶ୍ୱସ୍ତି ମିଳିପାରିବ।
ମହିଳା ଜଣଙ୍କ ସର୍ଟସ୍ ଓ କ୍ରପ୍ ଟପ୍ ପିନ୍ଧି ବିମାନରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଜଣେ ଏୟାରହୋଷ୍ଟେସ ଭିତରକୁ ଯିବାକୁ ଅଟକାଇ ଥିଲେ। କାରଣ ତାଙ୍କ ପୋଷାକ ଅତ୍ୟନ୍ତ ଖୋଲାଖୋଲି ଥିଲା। ଏଡ୍ଡା ପିଲଜ୍ , ଯିଏ ଅନଲାଇନରେ ଏଡ୍ଡା ଏଲିସା ଭାବେ ଜଣାଶୁଣା । ସେ କୁହନ୍ତି ଯେ, ତାଙ୍କୁ ବୋର୍ଡିଂ ଗେଟ୍ ପାଖରେ ଅଟକା ଯାଇ ଥିଲା ଏବଂ କୁହାଯାଇଥିଲା ଯେ, ସେ ହାଫ୍ ନେକେଡ୍ ଦେଖା ଯାଉଛନ୍ତି।
ସେତେବେଳେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରୁ ଉପରେ ଥିବା କାରଣରୁ ୨୫ ବର୍ଷୀୟ ଯୁବତୀ ଜଣକ ସ୍ପୋର୍ଟସୱୟାର୍ ପିନ୍ଧି ଥିଲେ। କୁହାଯାଏ କି , ସେତେବେଳେ ସେ ଲୁଫଥାନ୍ସାର ଉଡ଼ାଣରେ ଚଢ଼ିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ତାଙ୍କୁ ରୋକା ଯାଇଥିଲା।
ଏଡ୍ଡା କହିଛନ୍ତି ଯେ, ସେ ତାଙ୍କ ବୋର୍ଡିଂ ପାସ୍ ସ୍କାନ କରିବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ମହିଳା ଲୁଫଥାନ୍ସା କର୍ମଚାରୀ ତାଙ୍କୁ ଅଟକାଇ ଥିଲେ। ଇନଫ୍ଲୁଏନ୍ସରଙ୍କ କହିବାନୁସାରେ ଅନୁସାରେ, ଏୟାରହୋଷ୍ଟେସ ତାଙ୍କୁ କହିଥିଲେ- ଆପଣ ବିମାନରେ ଚଢ଼ି ପାରିବେ ନାହିଁ। ଯେତେବେଳେ ଏଡ୍ଡା କାରଣ ପଚାରିଲେ, ସେ ଉତ୍ତର ଦେଇଥିଲେ ଯେ ସେ ଉପଯୁକ୍ତ ପୋଷାକ ପିନ୍ଧି ନାହାଁନ୍ତି।
ଏଡ୍ଡା କହିଛନ୍ତି ,ସେ ସାଧାରଣ ସ୍ପୋର୍ଟସୱିୟର ପିନ୍ଧି ଥିଲେ , ତଥାପି ତାଙ୍କୁ ଶରୀର ଘୋଡାଇବାକୁ କୁହାଗଲା। ସେ ଏକ ଜ୍ୟାକେଟ୍ ଆଣି ପିନ୍ଧିଲେ ଏବଂ ଏହାପରେ ତାଙ୍କୁ ସଂପୂର୍ଣ୍ଣ ଜିପ୍ ବନ୍ଦ କରିବାକୁ କୁହାଗଲା, ତାପରେ ତାଙ୍କୁ ବିମାନରେ ଚଢିବାକୁ ଅନୁମତି ଦିଆଗଲା।
ଏଡ୍ଡା କହିଛନ୍ତି , ଯଦି ଏମିତି ନିୟମ ଅଛି, ତ ମୁଁ ଏହାକୁ ସ୍ୱୀକାର କରୁଛି। କିନ୍ତୁ ମୋତେ ନିୟମ ଦେଖାଅ। ଲୁଫଥାନ୍ସ କହିଛି ଏମିତି ଶବ୍ଦ ଆମର ଷ୍ଟାଣ୍ଡାର୍ଡର ଅନୁରୂପ ନୁହେଁ ଏବଂ ତାଙ୍କ କର୍ମଚାରୀଙ୍କ ଦ୍ୱାରା ଏମିତି ଶବ୍ଦର ବ୍ୟବହାର କରାଯାଇ ନଥିବ। ଏୟାରଲାଇନ କହିଛି , ଯାତ୍ରୀଙ୍କୁ ସାର୍ବଜନିକ ଯାତ୍ରାର ଅନୁରୂପ ପୋଷାକ ପିନ୍ଧିବା ଉଚିତ ,ଯାହାକି ସାଥିରେ ଯାତ୍ରା କରୁଥିବା ବିଭିନ୍ନ ପ୍ରକାରର ସହଯାତ୍ରୀଙ୍କର ସୁରକ୍ଷାକୁ ପ୍ରଭାବିତ ନକରୁ।
ଏହା ଏହାର ସାଧାରଣ ନିୟମାବଳୀର ଅଂଶ ବିଶେଷ। ଯାହା ଅନୁସାରେ , କର୍ମଚାରୀଙ୍କୁ ନିଜର ବିବେକର ବ୍ୟବହାର କରିବାର ଅନୁମତି ଦିଆଯାଇଛି। ଏୟାରଲାଇନ କହିଛି ଯେ, ସେ ଅନିୟମିତତାର ରିପୋର୍ଟକୁ ଗୁରୁତର ସହ ନେଇଥାଏ ଏବଂ ଏମିତି ଘଟଣାର ଆଭ୍ୟନ୍ତରୀଣ ଭାବରେ ସମୀକ୍ଷା କରିଥାଏ। ଜ୍ୟାକେଟ୍ ପିନ୍ଧିବା ପରେ, ଏଡ୍ଡା ସଫଳତାର ସହ ବିମାନରେ ଚଢ଼ିଥିଲେ।
ଆହୁରି ମଧ୍ୟ ପଢନ୍ତୁ : Bejing Plane Crash : ବେଜିଂର ସବୁଠୁ ଉଚ୍ଚ ବିଲ୍ଡିଂକୁ ଧକ୍କା ଦେଲା ବିମାନ, ଆତଙ୍କିତ ମାହୋଲ … ଦୁର୍ଘଟଣାର ତଦନ୍ତ ଜାରି