ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ହିଣ୍ଡନ୍ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନରେ ଦେଖା ଦେଲା ଯାନ୍ତ୍ରିକ ତ୍ରୁଟି, ଉଡ଼ାଣ ସ୍ଥଗିତ

Published By : Tapas Panda | June 15, 2025 4:36 PM

Image Courtesy: tv9hindi

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ଦେଶରେ ଚର୍ଚ୍ଚା ଆଲୋଚନା ଜାରି ରହିଛି । ଏହାରି ମଧ୍ୟରେ ଆଜି (ରବିବାର)ଗାଜିଆବାଦର ହିଣ୍ଡନ ବିମାନବନ୍ଦରରେ ଆଉ ଏକ ଏୟାର ଇଣ୍ଡିଆ ବିମାନରେ ଦେଖା ଦେଇଛି ଯାନ୍ତ୍ରୀକ ତ୍ରୁଟି । ଏପରିକି କୋଲକାତା ଯିବାକୁ ଥିବା ଏୟାର ଇଣ୍ଡିଆର ବିମାନ ନମ୍ବର IX 1511ର ଉଡ଼ାଣ ବାତିଲ କରାଯାଇଛି। ସୂଚନା ଅନୁଯାୟୀ, ଏହି ବିମାନଟି ଗାଜିଆବାଦରୁ କୋଲକାତା ଉଡ଼ାଣ କରିବାର ଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଗୋଟିଏ ଘଣ୍ଟା ରନୱେରେ ଫସି ରହିଥିଲା। 

 ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଏବଂ ଦ୍ବନ୍ଦ୍ବ ଦେଖା ଦେଇଥିଲା। ଏୟାର ଇଣ୍ଡିଆ ପକ୍ଷରୁ କୌଣସି ସରକାରୀ ସୂଚନା ଜାରି କରାଯାଇ ନାହିଁ। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ, ବିମାନଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା। ତା’ପରେ ହଠାତ୍ ଏକ ଯାନ୍ତ୍ରିକ ତ୍ରୁଟି ଜଣାପଡିଲା। ଏହା ପରେ, ସୁରକ୍ଷା କାରଣରୁ ଉଡ଼ାଣକୁ ସ୍ଥଗିତ ରଖାଯାଇଥିଲା। ସେ କହିଛନ୍ତି ଯେ, ଇଞ୍ଜିନିୟରମାନେ ସମସ୍ୟାର ସମାଧାନ ପାଇଁ କାମ କରୁଥିବା ସମୟରେ ବିମାନଟିକୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ରନୱେରେ ରଖାଯାଇଥିଲା। 

ଏହା ପୂର୍ବରୁ ଜୁନ୍ ୧୨ ରେ ଏୟାର ଇଣ୍ଡିଆର AI-171 ବିମାନଟି ଅହମ୍ମଦାବାଦରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉଡ଼ାଣ ଆରମ୍ଭ ହେବାର କିଛି ସେକେଣ୍ଡ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାର କାରଣ ସଂପର୍କରେ ତଦନ୍ତ କରାଯାଉଛି । 

 ଏହି ଦୁର୍ଘଟଣାରେ ପ୍ରାୟ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ବିମାନରେ ୨୪୨ ଜଣ ଥିଲେ। ଏଥିମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଜଣେ ବଞ୍ଚି ଯାଇଥିଲେ। ସେ ୧୧A ନମ୍ବର ସିଟ୍‌ରେ ବସିଥିଲେ। ଏହା ବ୍ୟତୀତ ମେଡିକାଲ୍ ହଷ୍ଟେଲ ପରିସରରେ ମଧ୍ୟ ୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.