ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ଖରାପ ପାଗ ଯୋଗୁଁ ଜୟପୁର ଡାଇଭର୍ଟ ହେଲା ଏୟାର ଇଣ୍ଡିଆ ବିମାନ, ଅଧାରୁ ଡ୍ୟୁଟି ଛାଡିଲେ ପାଇଲଟ

Published By : Anindita | November 20, 2024 8:59 AM

ନୂଆଦିଲ୍ଲୀ,୨୦/୧୧: ପ୍ୟାରିସରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଖରାପ ପାଗ ଯୋଗୁଁ ହେଲା ଡାଇଭର୍ଟ । ଡ୍ୟୁଟି ସରି ଯାଇଥିବାରୁ ପାଇଲଟ ଆଉ ବିମାନ ଉଡାଇବାକୁ ମନା କରିଦେଲେ । ଏହାପରେ ଜୟପୁର ବିମାନ ବନ୍ଦରରେ ସ୍ଥିତି ଜଟିଳ ହୋଇଥିବା ବେଳେ ଅନେକ ସମୟ ଧରି ଯାତ୍ରୀ ସେଠାରେ ଫସି ରହିଥିଲେ । ଯାହାପରେ ବିମାନ ପରିଚାଳନା କମ୍ପାନି ବସ ଜରିଆରେ ସଡ଼କ ମାର୍ଗରେ ଯାତ୍ରୀଙ୍କୁ ଦିଲ୍ଲୀରେ ପହଞ୍ଚାଇଥିଲା । 

ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ବିମାନ ରବିବାର ରାତି  ୧୦ଟାରେ ପ୍ୟାରିସରୁ ଉଡାଣ ଭରିଥିଲା । ସୋମବାର ସକାଳ ୧୦.୧୫ରେ ଦିଲ୍ଲୀରେ ଅବତରଣ କରିଥାନ୍ତା ।କିନ୍ତୁ ରାଜଧାନୀରେ ଘନ କୁହୁଡ଼ି ଯୋଗୁଁ ବିମାନକୁ ଜୟପୁର ଡାଇଭର୍ଟ କରାଯାଇଥିଲା । ଜୟପୁର ଏୟାରପୋର୍ଟରେ ବିମାନ ଦିଲ୍ଲୀ ଅଭିମୁଖେ ପୁଣି ଯାତ୍ରା ପାଇଁ ଅନୁମତି ଅପେକ୍ଷାରେ ଥିଲା। କିନ୍ତୁ ସେହି ସମୟରେ ପାଇଲଟ୍ ଡ୍ୟୁଟି ସମୟ ଶେଷ ହୋଇଥିବା କହି ଉଡାଣ ଜାରି ରଖିବାକୁ ମନା କରିଦେଲେ । ଯାହାପରେ ସେଠାରେ ହଙ୍ଗାମା ହୋଇଥିଲା । ଡିଜିସିଏ ଦ୍ୱାରା ପ୍ରସ୍ତୁତ ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ୍ ନିୟମ ଅନୁସାରେ, ଫ୍ଲାଇଟ୍ କ୍ରିୟୁଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ମିଳିବା ଦରକାର । ଅନ୍ୟପଟେ ମଝି ବାଟରେ ଫସିଥିବା ଯାତ୍ରୀ ବିକଳ୍ପ ଉଡାଣ ପାଇଁ ଦାବି କରିଥିଲେ, କିନ୍ତୁ ବିମାନ କମ୍ପାନି ତାହା ଯୋଗାଇବାରେ ବିଫଳ ହୋଇଥିଲା । ପରେ ସମସ୍ତ ଯାତ୍ରୀଙ୍କୁ ବସ ଯୋଗେ ଦିଲ୍ଲୀ ପଠାଯାଇଥିଲା । ଯାହାକୁ ନେଇ ଯାତ୍ରୀ ଅସନ୍ତୋଷ ହୋଇଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.