ନୂଆଦିଳ୍ଲୀ,୨୭।୫: ଇରାନ ଯୁଦ୍ଧ କାରଣରୁ ତେଲ ଦର ବୃଦ୍ଧି ହେବାରେ ଲାଗିଛି। ଏହି କାରଣରୁ ବିମାନ ଇନ୍ଧନ ଅର୍ଥାତ ଏଟିଏଫ୍ ମଧ୍ୟ ଖୁବ୍ ମହଙ୍ଗା ହୋଇଯାଇଛି। ଏହାର ପ୍ରଭାବ ଏୟାରଲାଇନ୍ସ କମ୍ପାନୀ ଉପରେ ପଡିବାରେ ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ୧ ଜୁନ୍ରୁ ଘରୋଇ ଉଡାଣ ସଂଖ୍ୟାରେ କାଟ୍ କରିବାର ପ୍ରସ୍ତୁତିରେ ଅଛି। ଏହି କାଟ୍ ୯୦ ଦିନ ପର୍ଯ୍ୟନ୍ତ ହୋଇପାରେ। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଏଟିଏଫ୍ର ଦାମ୍ ବଢିବା ସହ ଗରମର ଡିମାଣ୍ଡରେ ମଧ୍ୟ ଅଭାବ ଅଛି। ଏହ ଆଗାମୀ ଦିନରେ ବିମାନ ଯାତ୍ରାକୁ ଆହୁରି ମହଙ୍ଗା କରିପାରେ।
ଇଣ୍ଡିଗୋ ଦେଶର ସବୁଠାରୁ ବଡ଼ ଏୟାରଲାଇନ୍ସ। ଇଣ୍ଡିଗୋ ଓ ଏୟାର ଇଣ୍ଡିଆର ଭାରତର ଆଭିଏସନ୍ ମାର୍କେଟରେ ୯୦ ପ୍ରତିଶତରୁ ଅଧିକ ସେୟାର ରହିଛି। ରିପୋର୍ଟ ଅନୁସାରେ, ଏୟାର ଇଣ୍ଡିଆ ଘରୋଇ ଅପରେସନ୍ରେ ୧୫% ହ୍ରାସ କରିପାରେ। ସେଭଳି ଇଣ୍ଡିଗୋ ନିଜର ଉଡାଣ ସଂଖ୍ୟାରେ ୫ ରୁ ୭% ପର୍ଯ୍ୟନ୍ତ ହ୍ରାସ କରିପାରେ। ଏୟାର ଇଣ୍ଡିଆର ସୁତ୍ର ଅନୁସାରେ, ଏୟାରଲାଇନ୍ସ ଗତ ସପ୍ତାହରେୀ ଆଭରେଜ୍ ୩,୮୦୦ ଫ୍ଳାଇଟ୍ ଅପରେଟ୍ କରିଥାଏ। ଘରୋଇ ଉଡାଣ ପାଇଁ ଏଟିଏଫର ଦାମ୍ ୮୦,୦୦୦ ପ୍ରତି କିଲୋଲିଟର ଥିଲା, ଯାହାକି ଏବେ ୧ ଲକ୍ଷ ଟଙ୍କାରୁ ଉପରକୁ ପହଁଞ୍ଚି ସାରିଛି। ଏଭଳି ସ୍ଥିତିରେ ଫ୍ଲାଇଟ୍ ଅପରେଯ୍ କରିବା ଲାଭ ହୋଇନପାରେ।
କମ୍ପାନୀ ଗୁଡିକୁ ସମସ୍ୟା
-ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଘରୋଇ ଉଡାଣରେ କାଟ୍ କରିବାରେ ପ୍ରସ୍ତୁତିରେ ରହିଛି।
-୧ ଜୁନ୍ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବହୁ ରୁଟ୍ରେ ବିମାନରେ କାଟ୍ ହେବ।
-ଏଟିଏଫ୍ର ମହଙ୍ଗା ଡିମାଣ୍ଡରେ ଅଭାବ କାରଣରୁ କମ୍ପାନୀ ଗୁଡିକ ସମସ୍ୟାରେ ପଡିଛନ୍ତି।
-ଏୟାର ଇଣ୍ଡିଆ ଘରୋଇ ଅପରେସନ୍ରେ ୧୫% ପର୍ଯ୍ୟନ୍ତ ହ୍ରାସ କରିପାରେ।
-ଇଣ୍ଡିଗୋ ମଧ୍ୟ ଉଡାଣ ସଂଖ୍ୟାରେ ୫ ରୁ୭% କାଟ କରିପାରେ।
ଏୟାର ଇଣ୍ଡିଆର କ୍ଷତି
ସୁତ୍ରର ମିଳିଥିବା ସୂଚନା ଅନୁସାରେ, କମ୍ପାନୀ କୌଣସି ରୁଟ୍ରୁ ସମ୍ପୂର୍ଣ୍ଣ ଭାବରେ ହଟିବ ନାହିଁ। ଜୁନ୍ରୁ ଅଗଷ୍ଟ ଭିତରେ ଏହି କାଟ୍ ରହିବ। ମୁମ୍ବାଇରୁ ଅହମ୍ମଦାବାଦ, ନାଗପୁର, ପାଟନା ଓ ଭୋପାଳ ଭିତରେ ବିମାନ ସଂଖ୍ୟା କମ୍ କରି ଦିଆଯାଇପାରେ। ଏଭଳି ଭାବରେ ଦିଲ୍ଲୀରୁ ହାଇଦ୍ରାବାଦ, ବେଙ୍ଗାଲୁର ଓ କୋଲକାତା ପାଇଁ ଉଡାର ସଂଖ୍ୟାରେ କାଟ୍ ହୋଇପାରେ। ବିମାନର ସଂଖ୍ୟା ହ୍ରାସ୍ କରିବାର ମଧ୍ୟ ଦାବି ବଢିବାରେ। ଏଭଳି ହେଲେ ଭଡା ବଢିବା ସୁନିଶ୍ଚିତ। ଟାଟା ଗ୍ରୁପ୍ର ଅଂଶ ହୋଇଥିବା ଏୟାର ଇଣ୍ଡିଆର କ୍ଷତି ଫାଇନାନ୍ସିଆଳ ଇୟର ୨୦୨୬ ରେ ୨୬,୦୦୦ କୋଟି ଟଙ୍କାରେ ପହଁଞ୍ଚିଥିଲା। ଯାହାକି ଗତ ବର୍ଷ ୧୦,୮୫୯ କୋଟି ଥିଲା। ଏୟାର ଇଣ୍ଡିଆରେ ସିଙ୍ଗାପୁର ଏୟାରଲାଇନ୍ସର ୨୫.୧% ସେୟାର କମ୍ କରିବା ପାଇଁ ୩ ବର୍ଷର ପ୍ଳାନ ଥିଲା। ଏଥିରେ ଏୟାର ଇଣ୍ଡିଆ, ଟାଟା ଡିଜିଟାଲ ଓ ଟାଟା ଇଲେକ୍ଟ୍ରୋନିକ୍ସ ସାମିଲ ଥିଲା।
ଆହୁରି ପଢନ୍ତୁ : Diesel price hike : ମହଙ୍ଗା ଡିଜେଲରୁ ଟ୍ରକ୍ ଛିଡ଼ା କରୁଛନ୍ତି ପରିବହନକାରୀ, ବଢିବ ଭଡ଼ା... ଅସମ୍ଭାଳ ହେବ ଦରଦାମ୍ ସ୍ଥିତି