ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଇଣ୍ଡିଗୋ ଏୟାର୍‌ ଲାଇନ୍ସର ଘୋଷଣା: ମାର୍ଚ୍ଚରୁ ମୁମ୍ବାଇ-ଝାରସୁଗୁଡ଼ା ସେକ୍ଟରରେ ଆରମ୍ଭ ହେବ ବିମାନସେବା

Published By : Prameya | January 18, 2025 11:59 AM

ଝାରସୁଗୁଡ଼ା,୧୮/୦୧: ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ମୁମ୍ବାଇ-ଝାରସୁଗୁଡ଼ା ସେକ୍ଟରରେ ଚଳିତ ୱିଣ୍ଟର ସିଡ୍ୟୁଲରେ ଆସନ୍ତା ମାର୍ଚ୍ଚ ପହିଲାରୁ ମୁମ୍ବାଇ ଏବଂ ଝାରସୁଗୁଡ଼ା ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସ  ପକ୍ଷରୁ ବିମାନସେବା ଆରମ୍ଭ ହେବ । ସମର୍‌ ସିଡ୍ୟୁଲରେ ବିମାନସେବାରେ  ସାମାନ୍ୟ ପରିବର୍ତ୍ତନ ଘଟି ମୁମ୍ବାଇରୁ ଝାରସୁଗୁଡ଼ା ଦେଇ ଦିଲ୍ଲୀ ଏବଂ  ଦିଲ୍ଲୀରୁ ଝାରସୁଗୁଡ଼ା ଦେଇ ମୁମ୍ବାଇକୁ  ଇଣ୍ଡିଗୋର ବିମାନ ଚଳାଚଳ କରିବ  ବୋଲି ସ୍ୱୀକୃତି ମିଳିଥିବା ଝାରସୁଗୁଡ଼ା  ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର  ନିର୍ଦ୍ଦେଶକ ସନ୍ଦୀପ ତିୱାରି ସୂଚନା ପ୍ରଦାନ କରିଛନ୍ତି । 

ମାର୍ଚ୍ଚ ପହିଲାରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଗୋର ଏୟାରବସ୍‌-୩୨୦  ଏୟାରକ୍ରାଫ୍ଟରେ ସର୍ବାଧିକ ୨୩୨ ଜଣ ଯାତ୍ରୀ ଯାତ୍ରା କରି ପାରିବେ। ଏହି ବିମାନ  ମୁମ୍ବାଇରୁ ଝାରସୁଗୁଡ଼ାରେ ଅପରାହ୍ନ ଗୋଟାଏରେ ପହଞ୍ଚିବ ଏବଂ ଝାରସୁଗୁଡ଼ାରୁ  ମୁମ୍ବାଇ ଅଭିମୁଖେ ଅପରାହ୍ନ ୨ଟାରେ ଉଡ଼ାଣ ଭରିବ । ସପ୍ତାହର ୭ ଦିନ ଯାକ  ବିମାନ ଚଳାଚଳ କରିବ । ମାତ୍ର ସମର ସିଡ୍ୟୁଲରେ କିଛିଟା ପରିବର୍ତ୍ତନ ହେବ। ଇଣ୍ଡିଗୋର ବିମାନ ଦିଲ୍ଲୀରୁ ଅପରାହ୍ନ ୨ଟା ୧୦ ମିନିଟରେ ଝାରସୁଗୁଡ଼ାରେ  ପହଞ୍ଚିବ ଏବଂ ୨ଟା ୪୦ ମିନିଟରେ ଉକ୍ତ ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ। 

ସେହିପରି ମୁମ୍ବାଇରୁ ବାହାରି ଝାରସୁଗୁଡ଼ା ଠାରେ ସଂଧ୍ୟା ୭ଟା ୧୦  ମିନିଟରେ ବିମାନ ପହଞ୍ଚିବା ସହ ୭ଟା ୪୦ ମିନିଟରେ ତାହା ଦିଲ୍ଲୀ ଅଭିମୁଖେ  ଯାତ୍ରା କରିବ । ସପ୍ତାହର ସାତ ଦିନ ଯାକ ବିମାନ ଚଳାଚଳ କରିବ । ଏବେ  ଏୟାରବସ୍‌ ଏ-୩୨୦ ଚଳାଚଳ ଲାଗି ପ୍ରସ୍ତାବ ରହିଛି । ମାତ୍ର ଏହି ରୁଟରେ  ଏ-୩୨୧ ଏୟାରକ୍ରାଫ୍ଟ ବିମାନ ଚଳାଚଳ କରିପାରେ ବୋଲି ନିର୍ଦ୍ଦେଶକ  କହିଛନ୍ତି । ଏ-୩୨୦ରେ ସର୍ବାଧିକ ୧୮୬ ଜଣ ଯାତ୍ରୀ ଏବଂ ଏ-୩୨୧ରେ  ସର୍ବାଧିକ ୨୨୦ ଜଣ ଯାତ୍ରୀ ଯାତ୍ରା କରିବାର ସୁବିଧା ରହିଥିବା ପ୍ରକାଶ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.