ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଜୁଲାଇ ୯ ଭାରତ ବନ୍ଦକୁ ସଫଳ କରିବା ପାଇଁ ଏଆଇଟିୟୁସିର ଆହ୍ୱାନ

Published By : Suraj Kumar | June 21, 2025 6:19 PM

ଭୁବନେଶ୍ୱର, ୨୧ ।୬: ଏଆଇଟିୟୁସି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ ରାଜ୍ୟ ସଭାପତି ଅଶୋକ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।   ବିଭିନ୍ନ ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ଦ୍ୱାରା ୯ ଜୁଲାଇ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହାର  ସଫଳତା ପାଇଁ ବ୍ୟାପକ ପ୍ରଚାର କରିବାକୁ ଜିଲ୍ଲାସ୍ତରୀୟ ମିଳିତ କନ୍‌ଭେନ୍‌ସନ୍‌, ସଭା ସମିତି ସଂଗଠିତ ପାଇଁ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ଆଗତ କରିଥିବା ପ୍ରସ୍ତାବ ଉପସ୍ଥିତ ସଦସ୍ୟମାନଙ୍କ ଦ୍ୱାରା ଆଲୋଚନା ହୋଇ  ନିଷ୍ପତ୍ତି ନିଆଯାଇଛି । ଶ୍ରମିକ ଶ୍ରେଶୀ ସ୍ୱାର୍ଥ ବିରୋଧୀ ୪ଟି ଶ୍ରମ କୋଡ୍ ବାତିଲ୍ , ଆଇଏଲ୍‌ସି ଅଧିବେଶନ, ନିୟମାନୁସାରେ ବୈଠକ, ପୁରୁଣା ପେନ୍‌ସନ୍ ଲାଗୁକରିବା, ସ୍କିମ୍ ୱାର୍କର ଯଥା ଆଶା, ଅଙ୍ଗନୱାଡି ଓ ପାଚିକାମାନଙ୍କୁ ୱାର୍କର ମାନ୍ୟତା, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା, ଦରବୃଦ୍ଧି ବନ୍ଦ, ଜାତୀୟ ଶିକ୍ଷା ନୀତି-୨୦୨୦ ବାତିଲ୍, ବେରୋଜଗାରୀଙ୍କୁ କର୍ମ ନିଯୁକ୍ତି, କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ କେନ୍ଦ୍ରୀୟ ଆଇନ୍ ପ୍ରଣୟନ  ଦାବି ନେଇ ହରତାଲ ଡାକରା ଦିଆଯାଇଛି।

ଗତ ମଇ ୩୦ରୁ ଜୁନ୍ ୧୪ ପର୍ଯ୍ୟନ୍ତ ମିଳିତ ଜାତିସଂଘର ମୁଖ୍ୟ ଦପ୍ତର ଜେନେଭାଠାରେ ଆନ୍ତର୍ଜାତୀୟ ଶ୍ରମିକ ସଂଗଠନ (ଆଇ.ଏଲ୍‌.ଓ.)ର ୧୧୩ତମ ଆନ୍ତର୍ଜାତୀୟ ଶ୍ରମ କନ୍‌ଭେନ୍‌ସନ୍‌ରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ କମ୍ରେଡ୍ ବିଜୟ ଜେନା ଯୋଗ ଦେଇଥିଲେ।ଆଇଟି, ରିଟେଲ୍ ଟ୍ରେଡ୍‌ରେ କାର୍ଯ୍ୟରତ ପ୍ଲାଟଫର୍ମ ଶ୍ରମିକଙ୍କ ପାଇଁ ସମସ୍ତ ଦେଶ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ପାଇଁ ସୁପାରିଶ କ୍ଷେତ୍ରରେ ଭାରତରୁ ଏଆଇଟିୟୁସିରୁ ପ୍ରତିନିଧିତ୍ୱ କରି ଉକ୍ତ ବର୍ଗର ଶ୍ରମିକ ଶ୍ରେଣୀ ସ୍ୱାର୍ଥପାଇଁ ବୈପ୍ଲବିକ ପଦକ୍ଷେପ ନେଇ ଫେରିଥିବା ବିଜୟ ଜେନାଙ୍କୁ  ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜୟ ଜେନାଙ୍କର ଆଇଏଲ୍‌ଓ କନ୍‌ଭେନ୍‌ଶନର ଅଭିଜ୍ଞତା ସମ୍ପର୍କରେ ସ୍ୱତନ୍ତ୍ର ସୂଚନା ଓ ରାଜ୍ୟସ୍ତରୀୟ ଶ୍ରମିକ କର୍ମଚାରୀ ବନ୍ଧୁମିଳନ  ସମାରୋହ ୩୦ଜୁନ୍‌ରେ ଭୁବନେଶ୍ୱରଠାରେ କରିବା ପାଇଁ ସ୍ଥିର କରାଯାଇଛି । ଏହି ସମାରୋହରେ ସମସ୍ତ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ସଂଗଠନ, ବିଭିନ୍ନ ଗଣ ସଂଗଠନ ତଥା  ଭ୍ରାତୃପ୍ରତିମ ସଂଗଠନ ନେତୃତ୍ୱଙ୍କୁ ସାମିଲ୍ କରିବା ପାଇଁ ନିଷ୍ପତ୍ତି ହୋଇଅଛି ।

 ବୈଠକ ପ୍ରାରମ୍ଭରେ ଦିବଙ୍ଗତ ନେତା ଅନିତ୍ ଚକ୍ରବର୍ତ୍ତି, ଦିବାକର ନାୟକ, ସୁରେଶ ବାରିକଙ୍କ ସମେତ ପହଲଗାମ ଉଗ୍ରପନ୍ଥୀ ଆକ୍ରମଣରେ ନିହତ   ପର୍ଯ୍ୟଟକ, ପାକିସ୍ତାନ ଆକ୍ରମଣରେ ନିହତ ଶହୀଦ ଯବାନ, ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ନିହତ ଯାତ୍ରୀ ଓ ଜନଗଣ, ଓଡ଼ିଶାରେ ମୃତ ହଇଜା ପିଡିତ, ଦୁଷ୍କର୍ମ ଓ ହତ୍ୟାକାଣ୍ଡର ମୃତ ମହିଳାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ, ସରୋଜିନୀ ଆଚାର୍ଯ୍ୟ, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଡଃ ପ୍ରଶାନ୍ତ ମିଶ୍ର, ଜୟନ୍ତ ଦାସ, ନମିତା ସାହୁ, ସତ୍ୟବାଦୀ ବାଘ, ସୁର ଜେନା, ସନ୍ତୋଷ କନୱାର, ରମେଶ ଚନ୍ଦ୍ର ସେଠୀ, ମାତିଲଦା କୁଲୁ, ବ୍ରଜବନ୍ଧୁ ପ୍ରଧାନ, କମଲ କୁମାର ଷଣ୍ଢ, ଶ୍ୟାମସୁନ୍ଦର ଜେନା, କପିଳ ମହାନ୍ତି, ଶିଶିର ମଲ୍ଲିକ, ବିଦୁର କୁମ୍ଭାର, ଜ୍ଞାନରଞ୍ଜନ ପ୍ରଧାନ, ସନାତନ ସାହୁ, ଜଗବନ୍ଧୁ ବେହେରା, କମଲେଶ କୁମାର ଦାସ, ଇସ୍ରାଏଲ୍ ମାଳି, ପ୍ରମୁଖ ବକ୍ତବ୍ୟ ଦେଇ ଆଗାମୀ ଜୁଲାଇ ୯ ଭାରତ ବନ୍ଦକୁ ସଫଳ ପାଇଁ ଆହ୍ୱାନ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.