ନୂଆଦିଲ୍ଲୀ,୨୫/୦୪; ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ଅଜିତ ପାୱାର ବିମାନ ଦୁର୍ଘଟଣା ମାମଲାରେ ଏକ ନୂଆ ମୋଡ଼ ନେଇଛି । ବିମାନ ଦୁର୍ଘଟଣାରେ ଅଜିତଙ୍କ ମୃତ୍ୟୁର ୩ ମାସ ପରେ ଏକ ଅଜବ ଦାବି କରାଯାଉଛି ଏନସିପି ନେତା ଅମୋଲ ମିତକାରୀ ବାରାମତିରେ ତାଙ୍କ ମୃତ୍ୟୁ ପୂର୍ବରୁ "କଳା ଯାଦୁ" ଏବଂ "ଅଘୋରୀ ପୂଜା"ର ଚାଞ୍ଚଲ୍ୟକର ଦାବି କରିଛନ୍ତି । ବାରାମତୀ ପ୍ଲେନ୍ ଦୁର୍ଘଟଣାରେ ମହାରାଷ୍ଟ୍ରର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣ ପ୍ରାଣ ହରାଇଥିଲେ । ଅଜିତ ପାୱାରଙ୍କୁ ସ୍ନେହରେ ସମସ୍ତେ ଦାଦା ଡାକୁଥିଲେ ।
ଅମୋଲ ମିତକାରୀଙ୍କ ଦାବି- ଏନସିପି ନେତା ଅମୋଲ ମିତକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଗମ୍ଭୀର ଅଭିଯୋଗ କରିଛନ୍ତି । ବିଦ୍ୟା ପ୍ରତିଷ୍ଠାନ ଏଆଇ କୋଠର ନିର୍ମାଣ ସ୍ଥଳୀ ନିକଟରେ ଅଘୋରୀ ପୂଜା, କରାଯାଇଥିଲା । ଦାଦା ଏହା ପରଦିନ ସକାଳେ ନିର୍ମାଣଧୀନ କୋଠା ଯାଞ୍ଚ କରିବାକୁ ଆସିବାର ଥିଲା । ଅନ୍ୟ ଏକ ପୋଷ୍ଟରେ ସେ କହିଛନ୍ତି ସ୍ଥାନୀୟ ଲୋକଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣା ପୂର୍ବରୁ ଖଟାଲପଟ୍ଟା କାଟେୱାଡି ଅଞ୍ଚଳରେ ଅଜି ପାୱାରଙ୍କ ବଙ୍ଗଲା ସମ୍ମୁଖରେ ଏକ ଛେଳିକୁ ଓଲଟା ଝୁଲାଇ ଦିଆଯାଇଥିଲା । ସେଠାରେ ଭୟଙ୍କର ରୀତିନୀତି କରାଯାଇଥିଲା । ମିତକାରୀ କହିଛନ୍ତି କିପରି ଅନ୍ଧବିଶ୍ୱାସୀ ଲୋକମାନେ ଦାଦାଙ୍କୁ ଆକ୍ରମଣ କରିପାରିବେ ଯିଏ ନିଜେ ଅନ୍ଧବିଶ୍ୱାସର ଘୋର ବିରୋଧୀ ଥିଲେ । ଏ ଭୟଙ୍କର ସତ ଲୋକଙ୍କ ସାମ୍ନାକୁ ଆସିବା ଦରକାର । କହି ରଖୁଛି କି, ମିଡିଆ ଜଗତରେ ଏପରି ଅନ୍ଧବିଶ୍ୱାସକୁ ବିଶ୍ୱାସ କରାଯାଏ ନାହିଁ ।
28 डिसेम्बर 2025 रोजी विद्या प्रतिष्ठान ए आय इमारत बांधकामजवळ मध्य रात्री मांडलेली ही अघोरी पूजा !!
— आ. अमोल गोदावरी रामकृष्ण मिटकरी (@amolmitkari22) April 24, 2026
दादा सकाळी इथेच इमारत बांधकाम पाहणी करण्यासाठी येणार होते.#भयावह pic.twitter.com/H01JpwtRYM
ତଦନ୍ତର ବର୍ତ୍ତମାନର ସ୍ଥିତି- ଅଜିତ୍ ପାୱାରଙ୍କ ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ ଏବେ ବି ଜାରି ରହିଛି । ଏହି ହାଇପ୍ରୋଫାଇଲ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ହେଉଛି । ଯଦିଓ ନିଷ୍ପତ୍ତି ଏପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି ।
ଏହା ବି ପଢନ୍ତୁ...ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ବମ୍ପର ଭୋଟିଂ, ବିହାର ଭଳି ହେବ କି ତା’ର ଓଲଟା ଆସିବ ରେଜଲ୍ଟ ?
खताळपट्टा काटेवाडी परिसरात दादांच्या बंगल्यासमोरील हे भयंकर दृश्य 🥹विमान अपघातापूर्वी या ठिकाणी बोकड उलटे टांगून खाली अघोरी पुजा केल्याचे परिसरातील लोकांनी सांगितले.चार महिन्यानंतर अशा अवस्थेत हे सर्व आढळलं.अंधश्रद्धा नाकारणाऱ्या दादांचा अंधश्रद्धा मानणाऱ्या लोकांनी कसा घात… pic.twitter.com/6Hy136tRqr
— आ. अमोल गोदावरी रामकृष्ण मिटकरी (@amolmitkari22) April 23, 2026
ସୁନେତ୍ରା ପାୱାରଙ୍କ ଚିନ୍ତା ଏବଂ ବାରମତୀ ଉପନିର୍ବାଚନ- ଏହି ଦୁର୍ଘଟଣା ପରେ, ବାରମତୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏକ ଉପନିର୍ବାଚନୀ ଅନୁଷ୍ଠିତ ହେବାକୁ ଯାଉଛି ଯାହା ଏକ ଭାବରପ୍ରବଣ ଏବଂ ସରଗରମ ରାଜନୈତିକ ପରିବେଶ ସୃଷ୍ଟି କରିଛି । ବାରମତୀରେ ଏକ ନିର୍ବାଚନୀ ରାଲିରେ ଅଜିତ ପାୱାରଙ୍କ ପତ୍ନୀ, ସୁନେତ୍ରା ପାୱାର ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଉପରେ ସନ୍ଦେହ ପ୍ରକାଶ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ, ଏହି ଦୁଃଖଦ ଘଟଣା ପାଇଁ ସମସ୍ତଙ୍କୁ ଦାୟୀ କରାଯିବା ଉଚିତ୍ । ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଯଥାସମ୍ଭବ କଠୋର ଦଣ୍ଡ ଦିଆଯିବା ଉଚିତ୍ । ଅଜିତ ପାୱାରଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ଆସନରୁ ସୁନେତ୍ରା ପାୱାର ପ୍ରତିନ୍ଦନ୍ଦ୍ୱିତା କରୁଛନ୍ତି । ଦିବଂଗତ ନେତାଙ୍କ ପ୍ରତି ସମ୍ମାନ ଜଣାଇ ବିରୋଧୀ ମହା ବିକାଶ ଅଗାଡି ଏବଂ କଂଗ୍ରେସ ସେମାନଙ୍କର ପ୍ରାର୍ଥୀମାନଙ୍କୁ ପ୍ରତ୍ୟାହାର କରିନେଇଥିବାରୁ ନିର୍ବାଚନ ପ୍ରାୟତଃ ଏକପାଖିଆ ହେବ ବୋଲି ଆଶା କରାଯାଉଛି ।