ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

'ସେ କ୍ୟାନ୍ସର ସହ ଲଢୁଛି, ତା' ଚେହେରା ମନେ ପଡ଼ିଗଲା'... ଦୁଃଖକୁ ଚାପି ଏଜବାଷ୍ଟମରେ ଇତିହାସ ରଚିଲେ ଆକାଶଦୀପ

Published By : Ankita S | July 7, 2025 10:28 AM

ନୂଆଦିଲ୍ଲୀ,୦୭/୦୭: ବିଦେଶ ମାଟିରେ ଭାରତ ଐତିହାସିକ ବିଜୟ ହାସଲ କରିଛି । ଲିଡ୍ସରେ ପ୍ରତିଶୋଧ ଏଜବାଷ୍ଟନରେ ନେଇଛି ଗିଲ୍‌ ସେନା । ଆକାଶ ମିସାଇଲରେ ଧୂଳିସାତ୍ ହୋଇଛି ଇଂଲଣ୍ଡ । ୧୪୭ ବର୍ଷ ପରେ ଏଜବାଷ୍ଟନ ଦଖଲ କରିଛି ଟିମ୍ ଇଣ୍ଡିଆ । ୩୩୬ ରନ୍‌ରେ ଇଂଲଣ୍ଡକୁ ହରାଇ ସିରିଜ୍ ବରାବର କରିଛି ଭାରତୀୟ ଦଳ । ଟିମ୍ ଇଣ୍ଡିଆ ଏହି ବୃହତ ବିଜୟରେ ଆକାଶଦୀପଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ୧୦ ୱିକେଟ୍ ନେଇ ଆକାଶଦୀପ ଇତିହାସ ରଚିଛନ୍ତି । ଟେଷ୍ଟ୍ କ୍ରିକେଟରେ ନୂଆ ଫର୍ଦ୍ଦ ଯୋଡିଛନ୍ତି । ଏଥିରେ ନାୟକ ସାଜିଥିଲେ ଆକାଶଦୀପ । ଏହି ପ୍ରଦର୍ଶନକୁ ସେ ତାଙ୍କ ଭଉଣୀଙ୍କୁ ଉତ୍ସର୍ଗ କରିଛନ୍ତି । 

ବୁମରାଙ୍କୁ ଟପିଲେ ଆକାଶ- ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ଜିତିବାରେ ଷ୍ଟାର ହୋଇଛନ୍ତି ଆକାଶଦୀପ । ତାଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଧୂଳିସାତ୍ ହୋଇଛି । ଏହି ପ୍ଲେୟାରଙ୍କ ଜୀବନ ସଂଘର୍ଷ କିଛି କମ୍ କଷ୍ଟଦାୟକ ନୁହେଁ । ବିସିଏ ତାଙ୍କୁ ବ୍ୟାନ୍ କରିଥିଲା । ବାପାଙ୍କୁ ପାରାଲିସିସ୍‌ । ବାପାଙ୍କ ମୃତ୍ୟୁ ପରେ ପରେ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ଖେଳରୁ ୩ ବର୍ଷ ବ୍ରେକ୍ ନେଇଥିଲେ । ଏତେ ସବୁ ଘାତ ପ୍ରତିଘାତ ପରେ ଶେଷରେ  ସେ ଟେଷ୍ଟ କ୍ରିକେଟ ୟୁନିଫର୍ମ ପିନ୍ଧିବାର ସୁଯୋଗ ପାଇଥିଲେ । ବୁମରାଙ୍କ ରେକର୍ଡ ଭଙ୍ଗ କରିଛନ୍ତି ଆକାଶ । ସେ ୧୮୭ ରନ୍‌ ଦେଇ ଏହି ମ୍ୟାଚ୍‌ରେ ୧୦ ୱିକେଟ୍‌ ନେଇଥିଲେ । ପୂର୍ବରୁ ଯଶପ୍ରୀତ ବୁମରା ୨୦୨୧ରେ ଟ୍ରେଣ୍ଟବ୍ରିଜରେ ୧୧୦ ରନ୍‌ରେ ୯ ୱିକେଟ୍‌, ୨୦୦୭ରେ ଜାହିର ଖାନ ୧୩୪ ରନ୍‌ରେ ୯ ୱିକେଟ୍‌ ଏବଂ ୧୯୮୬ରେ ଚେତନ ଶର୍ମା ୧୮୮ ରନ୍‌ରେ ୧୦ ୱିକେଟ୍‌ ନେଇଥିଲେ ।

ଭଉଣୀଙ୍କ ଉତ୍ସର୍ଗ କଲେ ସଫଳତା-  ଆକାଶଦୀପ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ୍‌ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଦୁଇଟି ଇନିଂସରେ ସେ ୧୦ଟି ୱିକେଟ୍‌ ନେଇଛନ୍ତି ।  ୬ ୱିକେଟ୍‌ ସଫଳତାକୁ ସେ ନିଜ ଭଉଣୀଙ୍କୁ ଉତ୍ସର୍ଗ କରିଛନ୍ତି । ଆକାଶଦୀପଙ୍କ ଭଉଣୀ କର୍କଟ ରୋଗରେ ପୀଡ଼ିତ ରହିଛନ୍ତି । ବିଜୟ ପରେ ସେ ଏହି ଖୁଲାସା କରିଥିଲେ । ସେ କହିଥିଲେ, ''ମୁଁ ଏ କଥା କାହାକୁ କହିନାହିଁ । ମୋ ବଡ଼ ଭଉଣୀ ଦୁଇମାସ ହେବ କ୍ୟାନ୍ସର ସହ ଲଢୁଛନ୍ତି । ଏବେ ସେ ଠିକ୍ ଅଛନ୍ତି । ଏ ସଫଳତା ପରେ ସେ ସବୁଠୁ ବେଶୀ ଖୁସି ହେବେ । ମୁଁ ତାଙ୍କ ଚେହେରାର ଖୁସି ଦେଖିବାକୁ ଚାହେଁ । ଏ ମ୍ୟାଚ୍ ମୁଁ ତାଙ୍କୁ ଉତ୍ସର୍ଗ କରୁଛି ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.