ନୂଆଦିଲ୍ଲୀ,୯।୧୨:ସଂସଦରେ ଏସ୍ଆଇଆର ଚର୍ଚ୍ଚା ପରେ ରାହୁଲ ଗାନ୍ଧୀ ହଠାତ ଗୃହରୁ ବାହାରି ଯାଇଥିଲେ। ତାଙ୍କ ସହ ବହୁ ବିରୋଧୀ ସାଂସଦଙ୍କୁ ମଧ୍ୟ ବାହାରକୁ ଯାଉଥିବାର ଦେଖିବାକୁ ମିଳିଥିଲା। ଅଖିଳେଶ ବାହାରକୁ ଯିବା ମାତ୍ରେ ମଡିଆକର୍ମୀ ତାଙ୍କୁ ଘେରି ଯାଇଥିଲା। ତାଙ୍କର ଠିକ୍ ପଛରେ ଥିଲେ ରାହୁଲ। ଅଖିଳେଶଙ୍କୁ ରାହୁଲ କିଛି କହିବାକୁ ଚାହୁଁଥିଲେ, କିନ୍ତୁ ସମାଜବାଦୀ ପାର୍ଟି ମୁଖ୍ୟ ସେତେବେଳେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଉଥିଲେ।

ଯେତେବେଳେ ଅଖିଳେଶ ଫ୍ରି’ ହୋଇଥିଲେ ରାହୁଲ ତାଙ୍କ ହାତ ଧରି ନେଇଯାଇଥିଲେ ପୁରୁଣା ସଂସଦ ଭବନ ବିଲ୍ଡିଂରେ କଂଗ୍ରେସ ଅଫିସକୁ। ସେଠାରେ ଏକ କେକ୍ ରଖାଯାଇଥିଲା। ମଙ୍ଗଳବାର ସୋନିଆଙ୍କ ଜନ୍ମଦିନ ଥିଲା,କିନ୍ତୁ ସେ ଅଫିସରେ ନଥିଲେ। ଏଭଳି ସ୍ଥିତିରେ ସୋନିଆ କେବେ ଆସିବେ ତାଙ୍କ ଅପେକ୍ଷାରେ ଥିଲେ। ତେବେ ସୋନିଆ ଗାନ୍ଧୀ ପହଞ୍ଚି କଂଗ୍ରେସ ସାଂସଦ ଏବଂ ନେତାମାନଙ୍କ ସହିତ କେକ୍ କାଟିଲେ। ଏହି ସମୟରେ ସୋନିଆଙ୍କ ପାଖରେ ବସିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ପାଖରେ ଅଖିଳେଶ ଯାଦବ ବସିଥିଲେ। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଠିଆ ହୋଇଥିଲେ। ଖଡଗେ ବ୍ୟକ୍ତିଗତ ଭାବରେ ପ୍ରିୟଙ୍କାଙ୍କୁ, ତା'ପରେ ରାହୁଲ ଏବଂ ଅଖିଳେଶ ଯାଦବଙ୍କୁ କେକ୍ ଖୁଆଇଥିଲେ।  

କେକ୍ କଟା ସରିବା ପରେ ଅଖିଳେଶ ବାହାରକୁ ଆସିଥିଲେ। କିଛି ଗଣମାଧ୍ୟମ କର୍ମଚାରୀ ପଚାରିଥିଲେ, ସାର୍ କେଉଁ କେକ୍ ଥିଲା? ଡିମ୍ପଲ ଉତ୍ତର ଦେଲେ, ‘କେକ୍ ବହୁତ ଭଲ ଥିଲା। ମେଣ୍ଟ ସବୁଦିନ ପାଇଁ ରହିବ।’ ଏହା ପୂର୍ବରୁ, ଏସଆଇଆର ଉପରେ ଏକ ଆଲୋଚନା ସମୟରେ ଅଖିଳେଶ କଂଗ୍ରେସର ପରାମର୍ଶକୁ ସମର୍ଥନ କରି କହିଥିଲେ କଂଗ୍ରେସ ଗତ କିଛି ଦିନ ମଧ୍ୟରେ ଉନ୍ନତି କରିଛି। ଏଥିପାଇଁ ଧନ୍ୟବାଦ ଏବଂ ଅଭିନନ୍ଦନ ଜଣାଇଥିଲେ। ଆଜିର ଘଟଣାଗୁଡ଼ିକ ଦର୍ଶାଉଛି ଯେ ଦୁଇ ଦଳ ମଧ୍ୟରେ ମେଣ୍ଟ ଅକ୍ଷୁର୍ଣ୍ଣ ରହିଛି।