ନୂଆଦିଲ୍ଲୀ: ସରଗରମ ହେଉଛି ଉତ୍ତରପ୍ରଦେଶ ରାଜନୀତି । ଆଉ କିଛି ମାସ ପରେ ଦେଶର ସର୍ବବୃହତ ରାଜ୍ୟରେ ହେବାକୁ ଯାଉଛି ନିର୍ବାଚନ । ତେବେ ବିଜେପି ଏବେ ରାଜ୍ୟରେ ସରକାରରେ ଥିବାବେଳେ ସବୁବେଳେ ଟାର୍ଗେଟ କରି ଆସୁଛି ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି । ସପା ମୁଖ୍ୟ ଅଖିଳେଶ ଯାଦବ ନିର୍ବାଚନ ପୂର୍ବରୁ ଏକ ବଡ଼ ଦାବି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଏଥର ୨୨୫ ବିଧାୟକଙ୍କ ଟିକେଟ୍ କଟୁଛି । ଯାହାକୁ ହାସ୍ୟ ଅଭିନେତାଙ୍କ ସଂଳାପ ବୋଲି କହିଛି ବିଜେପି ।
ଅଖିଳେଶ ପୋଷ୍ଟରେ ଲେଖିଛନ୍ତି କି, ମୁଁ ଶୁଣିଛି ଆହ୍ଲାବାଦର ସମସ୍ତ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବ ବିଜେପି । କାରଣ ବିଧାୟକମାନେ କେବଳ ନିଜର ରୋଜଗାର ଉପରେ ଧ୍ୟାନ ଦେଇଥିଲେ । ଯେଉଁ କାରଣରୁ ଲୋକସଭାରେ ଆସନ ସଂଖ୍ୟା ଖସିଗଲା । ଏହାସହ ସେ ଲେଖଇଛନ୍ତି କି, ଉତ୍ତରପ୍ରଦେଶର ୪୩ ଲୋକସଭା ଆସନରେ ସମାନ ପନ୍ଥା ଆପଣାଇବ ଦଳ । ସେ ଦାବି କରି କହିଛନ୍ତି କି ୨୨୫ ଆସନରେ ପ୍ରାର୍ଥୀ ପରିବର୍ତ୍ତନ ହେବେ ।
ସେପଟେ ଅଖିଳେଶଙ୍କ ଏହି ପୋଷ୍ଟକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ମନୀଷ ଶୁକ୍ଲା । ସେ କହିଛନ୍ତି କି, ଉତ୍ତରପ୍ରଦେଶର ଲୋକମାନେ ରାଜନୀତିରେ ଅଖିଳେଶଙ୍କ କଥାକୁ ଗମ୍ଭୀରତାର ସହ ନେଇନଥାନ୍ତି । ସେମାନେ ଫିଲ୍ମର କମେଡିଆନଙ୍କ ଡାଏଲଗ ଭାବେ ଗ୍ରହଣ କରନ୍ତି । ଅଖିଳେଶ ଯେବେଠାରୁ ସମାଜବାଦୀ ପାର୍ଟିର ଦାୟିତ୍ବ ନେଲେଣି ଦଳର ସାଂସଦମାନେ କ୍ରସ ଭୋଟିଂ କରୁଛନ୍ତି । ଏହାସହ କହିଛନ୍ତି କି, ୯ ବର୍ଷରେ ରାଜ୍ୟରେ ବିଜେପି ସରକାରରେ ଅନେକ ବିକାଶ ହୋଇଛି । ରାଜ୍ୟର ରୂପରେଖ ବଦଳିଛି ।
ଏହାସହ ପଢ଼ନ୍ତୁ : ICC Test Rankings: ଶତକ ପରେ ଏହି ସ୍ଥାନରେ ପହଞ୍ଚିଲେ ଗିଲ୍