ନୂଆଦିଲ୍ଲୀ, ୧୦/୬ : ଆମେରିକା ଓ ଇରାନ ଭିତରେ ଭାଙ୍ଗିଲା ଯୁଦ୍ଧବିରାମ। ହୋର୍ମୁଜରେ ଘମାଘୋଟ ଯୁଦ୍ଧ। ଇରାନର ଏୟାର ଡିଫେନ୍ସ, ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନ ଏବଂ ରାଡାର ସାଇଟସ୍ ଉପରେ ବମ୍ ବର୍ଷା କଲା ଆମେରିକା। ୟୁଏସ୍ ର ସୈନ୍ୟ ହେଲିକପ୍ଟରକୁ ତେହରାନ୍ ଟାର୍ଗେଟ୍ କରିବା ପରେ ଟ୍ରମ୍ପ ଭଡକିଯାଇଛନ୍ତି। ଇରାନ ଉପରେ ଜବାବମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସେପଟେ ଆମେରିକାର ଆପାଚେ ହେଲିକପ୍ଟରକୁ ଟାର୍ଗେଟ୍ କରିନଥିବା ଇରାନ ଦାବି କରିଛି। ଆକ୍ରମଣ କରିବାକୁ ଟ୍ରମ୍ପଙ୍କ ଏହା ବାହାନା ବୋଲି ଇରାନ କହିଛି। ଦୁଇ ଦେଶ ମଧ୍ୟରେ ଏବେ ଉତ୍ତେଜନା ଚରମ ସୀମାରେ ରହିଛି। ଏଭଳି ସ୍ଥିତିରେ ଏବେ ଶାନ୍ତି ବାର୍ତ୍ତା ସମ୍ଭାବନା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଥାଉକି, ଗତକାଲି ହୋର୍ମୁଜ୍ ପ୍ରଣାଳୀ ନିକଟରେ ଇରାନ ଆମେରିକୀୟ ସେନାର ଏକ ଆପାଚି ହେଲିକପ୍ଟରକୁ ଆକ୍ରମଣ କରି ଖସାଇ ଦେଇଥିଲା। ଏହାର ଦୁଇ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ନିଶ୍ଚିତ ଜବାବ ଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ। ଆଜି ୟୁଏସ୍-ଇରାନ ଠାରୁ ପ୍ରତିଶୋଧ ନେଇଛି। ଇରାନର ଏୟାର ଡିଫେନ୍ସ, ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନ ଏବଂ ରାଡାର ସାଇଟସ୍ ଉପରେ ବମ୍ ବର୍ଷା କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) କହିଛି ଯେ, ଏହି ଅଭିଯାନ ଏକ ଆତ୍ମରକ୍ଷା ସାମରିକ କାର୍ଯ୍ୟାନୁଷ୍ଠାନ ଥିଲା। ଯାହା ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ପରେ କରାଯାଇଥିଲା। CENTCOM ଅନୁଯାୟୀ, ଆମେରିକାର ବାୟୁସେନା ଏବଂ ନୌସେନାର ଲଢ଼ୁଆ ବିମାନଗୁଡ଼ିକ, ସଠିକ ଯୁଦ୍ଧାସ୍ତ୍ର ବ୍ୟବହାର କରି, ହୋର୍ମୁଜ୍ ପ୍ରଣାଳୀ ନିକଟରେ ଇରାନୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନ ଏବଂ ସର୍ଭିଲାନ୍ସ ରାଡାରଗୁଡ଼ିକୁ ଟାର୍ଗେଟ୍ କରିଥିଲେ।
ଆମେରିକାର ଆକ୍ରମଣ ପରେ, ଇରାନର ବୈଦେଶିକ ମନ୍ତ୍ରୀ ସଇଦ ଆବାସ ଅରାଘଚି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, "ଯୁଦ୍ଧକ୍ଷେତ୍ରରେ ପରାଜୟ ସତ୍ତ୍ୱେ, ଆମେରିକା ଆମର ଦୃଢ଼ ନିଷ୍ପତ୍ତି ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଆମର ଶକ୍ତିଶାଳୀ ସେନା କୌଣସି ଆକ୍ରମଣ କିମ୍ବା ଧମକକୁ ଜବାବ ନଦେଇ ଛାଡ଼ିବେନି। ଯଦି ଆପଣ ସୁରକ୍ଷିତ ରହିବାକୁ ଚାହାଁନ୍ତି, ତେବେ ଆମ ଅଞ୍ଚଳ ଛାଡିଦିଅ। ପାରସ୍ୟ ଉପସାଗର ଇତିହାସରେ ଅନୁପ୍ରବେଶର ଭୟଙ୍କର ପରିଣାମ ବିଷୟରେ ଅନେକ ଅଧ୍ୟାୟ ରହିଛି।"
ଆହୁରି ପଢନ୍ତୁ- ଚୀନ ଉପରେ ଆମେରିକାର ମାଷ୍ଟରଷ୍ଟ୍ରୋକ ! ଅଲିବାବା ଓ BYD ସମେତ ୧୮୮ ଚୀନ କମ୍ପାନୀକୁ ବ୍ଲାକଲିଷ୍ଟ କଲା ଆମେରିକା
କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଲକ୍ଷାଧିକ ଏରିଅର୍? ସାମ୍ନାକୁ ଆସିଲା ବଡ଼ ହିସାବ! ଦେଖନ୍ତୁ ଭିଡିଓ..