ଭୁବନେଶ୍ବର,୧୦/୬ : କାଳ ବୈଶାଖୀରେ ବିଧାୟକଙ୍କ ଗାଡ଼ି ଉପରେ ମାଡ଼ି ବସିଲା ବିରାଟ କାୟ ଗଛ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ । ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରି ଫେରୁଥିଲେ ବିଧାୟକ । ଏହି ସମୟରେ ହଠାତ୍ କାଳବୈଶାଖୀ ହୋଇଥିଲା । ଏହାର ପ୍ରଭାବରେ ଚିତ୍ରକୋଣ୍ଡା ଘାଟି ମଝିରେ ହଠାତ୍ ବିଧାୟକଙ୍କ ଗାଡ଼ି ଉପରେ ଭାଙ୍ଗି ପଡ଼ିଥିଲା ଏକ ବିରାଟ କାୟ ଗଛ । ବିଧାୟକଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲେ ବି ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ ମଙ୍ଗୁ ଖିଲ ।
ଯାହା ଜଣାପଡ଼ିଛି ଗାଡ଼ିର ପ୍ରଥମାଂସ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି । ସେ ମଧ୍ୟ କିଛିମାତ୍ରାରେ ଆହତ ହୋଇଛନ୍ତି । ଯଦି ଆମେ ଦେଖିବା ତେବେଳ ପୂର୍ବରୁ ମଧ୍ୟ ସେ ଦୁଇ ଦୁଇଟି ବଡ଼ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ବିଧାୟକ ହେବାର କିଛି ମାସ ପରେ ତାଙ୍କୁ ସାପ କାମୁଡ଼ିଥିଲା । ସେଥିରୁ ସେ କିଛିମାତ୍ରାରେ ବର୍ତ୍ତି ଯାଇଥିଲେ । ସେହିଭଳି କିଛି ଦିନ ତଳେ ଭୁବନେଶ୍ବରରୁ ଚିତ୍ରକୋଣ୍ଡା ଯାଉଥିବା ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ଯେଉଁଥିରେ ବିଧାୟକ ଯାତ୍ରା କରୁଥିଲେ । ସେଥିରୁ ମଧ୍ୟ ସେ ରକ୍ଷା ପାଇଯାଇଥିଲେ ।