ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ରାଙ୍କିଂରେ ଉପରକୁ ଉଠିଛନ୍ତି ଶୁଭମନ ଗିଲ୍ । ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମୁକାବିଲାରେ ଦମଦାର ଶତକ ପରେ ଲମ୍ବା ଲମ୍ଫ ମାରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ । ଟପ୍-୧୦ରେ ଏଣ୍ଟ୍ରି କରିଥିବାବେଳେ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି । ଯେଉଁଥିରେ ତଳକୁ ଖସିଛନ୍ତି ଜଶସ୍ବୀ ଜୟସ୍ବାଲ ।

ସଦ୍ୟ ପ୍ରକାଶିତ ଆଇସିସି ରାଙ୍କିଂରେ ଅଷ୍ଟମ ସ୍ଥାନକୁ ଉଠିଛନ୍ତି ଗିଲ୍ । ସେ ୭୪୩ ପଏଣ୍ଟ ସହ ଏହି ସ୍ଥାନରେ ରହିଛନ୍ତି । ପୂର୍ବରୁ ଗିଲ୍ ଦଶମ ସ୍ଥାନରେ ରହିଥିଲେ । ଏବେ ଦୁଇଟି ସ୍ଥାନ ଉପରକୁ ଉଠିଛନ୍ତି । ତେବେ ଟେଷ୍ଟରେ ଟପ୍-୧୦ ମଧ୍ୟରେ ମାତ୍ର ୨ ଜଣ ବ୍ୟାଟ୍ସମ୍ୟାନ୍ ରହିଛନ୍ତି । ନବମ ସ୍ଥାନରେ ରହିଛନ୍ତି ଜୟସ୍ବାଲ ।

ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମୁକାବିଲାରେ ଗିଲ୍ ୧୭୭ ବଲରୁ ୧୨୬ ରନ୍ କରିଥିଲେ । ମାତ୍ର ଜୟସ୍ବାଲ ୨୪ ରନ କରିବାରେ ସଫଳ ହୋଇଥିଲେ । ଏହି ଶତକ ବଳରେ ଉପରକୁ ଉଠିଛନ୍ତି ଗିଲ୍ । ଯାହାକି ଜୟସ୍ବାଲଙ୍କୁ କ୍ଷତି ପହଞ୍ଚାଇଛି । ସେ ଅଷ୍ଟମ ସ୍ଥାନରୁ ନବମ ସ୍ଥାନକୁ ଖସିଛନ୍ତି । ତେବେ ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ କେ.ଏଲ ରାହୁଲ ଶତକ ମାରିବା ପରେ ମଧ୍ୟ ସେ ୩୪ ନମ୍ବର ସ୍ଥାନରେ ରହିଛନ୍ତି ।

ପୂର୍ବରୁ ରଚିନ ରବିନ୍ଦ୍ର ଦଶମ ସ୍ଥାନରେ ରହିଥିଲେ । ମାତ୍ର ଏବେ ସେ ୧୩ତମ ସ୍ଥାନକୁ ଖସିଛନ୍ତି । ଗିଲ୍ ଚାଣ୍ଡିମାଲ ଏବଂ ପନ୍ତଙ୍କୁ ପଛରେ ପକାଇ ଆଗକୁ ବଢ଼ିଛନ୍ତି । ପନ୍ତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ୮୧ ରନର ପାଳି ଖେଳିଥିଲେ । ମାତ୍ର ସେ ଏବେ ୧୨ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ : Ben Stokes Fight: ନାଇଟ୍‌ କ୍ଲବ୍ ବାହାରେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଗୁଣ୍ଡାଗର୍ଦ୍ଦି; ମିନିଟ୍‌କେ ମାରିଲେ ଦଶ ଦଶଟା ବିଧା