ମୁମ୍ବାଇ ୩୦/୧୨: ଅଭିନେତା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ଗତକାଲି ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ସମୟରେ ଅକ୍ଷୟ ତାଙ୍କୁ ଏକ ନିଆରା ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।ଟ୍ୱିଙ୍କଲଙ୍କ ସହ ଏକ ଫଟୋ ସେୟାର କରି ଅକ୍ଷୟ ଲେଖିଛନ୍ତି, “ପ୍ରତ୍ୟେକ ଆକ୍ସନ ହିରୋଙ୍କ ପଛରେ ଜଣେ ପତ୍ନୀ ଥାଆନ୍ତି ଯିଏ ତାଙ୍କୁ ଗୋଟିଏ ନଜର କିମ୍ବା କିକ୍ରେ ତଳେ ପକାଇ ପାରିବେ। ଟ୍ୱିଙ୍କଲ୍, ତୁମେ ଆଜିବି ମୋତେ କୌଣସି ଷ୍ଟଣ୍ଟ ଅପେକ୍ଷା ଅଧିକ ଜୋର୍ରେ ହିଟ୍ କରୁଛ। ଜନ୍ମଦିନର ଶୁଭେଚ୍ଛା, ମୁଁ ତୁମକୁ ଭଲ ପାଏ।"

ଅକ୍ଷୟ କୁମାର ଏବଂ ଟ୍ୱିଙ୍କିଲ୍ ଖାନ୍ନାଙ୍କ ପ୍ରେମ କାହାଣୀ ବଲିଉଡର ସେହି କାହାଣୀଗୁଡ଼ିକ ମଧ୍ୟରୁ ଗୋଟିଏ ଯାହା ଦେଖାଣିଆଠୁ ଦୂରରେ ସରଳତା ଏବଂ ବୁଝାମଣାରେ ଚାଲିଛି। ୯୦ ଦଶକରେ ଏକ ଫଟୋସୁଟ୍ ସମୟରେ ଦୁହେଁ ପ୍ରଥମେ ଦେଖା ହୋଇଥିଲେ।ସେହି ସମୟରେ, ଅକ୍ଷୟ ଜଣେ ଉଦୀୟମାନ ଆକ୍ସନ ଷ୍ଟାର ଥିବାବେଳେ ଟ୍ୱିଙ୍କଲ ଫିଲ୍ମରେ ନିଜକୁ ପ୍ରତିଷ୍ଠିତ କରୁଥିଲେ। ପ୍ରାରମ୍ଭରେ, ସେମାନଙ୍କ ମଧ୍ୟରେ ଏକ ବନ୍ଧୁତା ସୃଷ୍ଟି ହୋଇଥିଲା ଯାହା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା।

 

 
 
 
 
 
 
 
 
 
 
 
 
 
 
 

A post shared by Akshay Kumar (@akshaykumar)

ପ୍ରାୟ ଦୁଇ ବର୍ଷ ଧରି ଦୁହେଁ ପରସ୍ପରକୁ ଡେଟିଂ କରିବା ପରେ, ଜାନୁଆରୀ ୧୭, ୨୦୦୧ରେ ମୁମ୍ବାଇରେ ବିବାହ କରିଥିଲେ। ଏହି ବିବାହରେ କେବଳ ପରିବାର ଏବଂ ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ। ବିବାହ ପରେ, ଟ୍ୱିଙ୍କଲ୍ ଗ୍ଲାମର ଜଗତରୁ ନିଜକୁ ଦୂରେଇ ନେଇଥିଲେ । ଲେଖା ଏବଂ ଇଣ୍ଟେରିୟର ଡିଜାଇନ୍ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିଲେ ।