ମୁମ୍ବାଇ,୧୮/୪ : ବଲିଉଡ଼ର ଖିଲାଡ଼ି କୁମାର ଅକ୍ଷୟ କୁମାର । ନିଜ କ୍ୟାରିୟରରେ ୧୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ୧୯୯୨ର ‘ସୌଗନ୍ଧ’ରୁ କ୍ୟାରିୟର ଆରମ୍ଭ କରିଥିଲେ । ସେ ଏବେ ପର୍ଯ୍ୟନ୍ତ ପ୍ରାୟ ସବୁ ଜୋନରର ଫିଲ୍ମରେ କାମ କରି ସାରିଛନ୍ତି । କ୍ୟାରିୟରର ଆରମ୍ଭ ସମୟରେ ସେ ଆକ୍ସନ ଫିଲ୍ମ ଲାଗି ଜଣା ଯାଉଥିଲେ । କିନ୍ତୁ ପରେ ସେ ସେହି ଧାରାରୁ ବାହାରି ରୋମାଣ୍ଟିକ, ହରର୍ ଏବଂ କମେଡ଼ିରେ ବି ଭାଗ୍ୟ ପରୀକ୍ଷା କରିଥିଲେ । ଯାହା ଲାଗି ତାଙ୍କୁ ଅପୂର୍ବ ସଫଳତା ମିଳିଥିଲା । ‘ଭୁତ ବଙ୍ଗଲା’ର ରିଲିଜ ମଧ୍ୟରେ ଅଭିନେତା ୨୪ବର୍ଷର ପୁରୁଣା ଫିଲ୍ମ ବିଷୟରେ କହିଛନ୍ତି ଯାହା କଲ୍ଟ ସାବ୍ୟସ୍ତ ହୋଇଛି ଏବଂ ଏଥିଲାଗି ତାଙ୍କୁ ଲକ୍ଷାଧିକ ଟଙ୍କା ମିଳୁଥିଲା ।
ଅକ୍ଷୟ କୁମାର ଏକ ପୋଷ୍ଟକାଷ୍ଟରେ ତାଙ୍କ କ୍ୟାରିୟରରୁ ନେଇ ତାଙ୍କ ଫିଲ୍ମ ବିଷୟରେ କଥା ହୋଇଛନ୍ତି । ଏହା ମଧ୍ୟରେ ସେ ନିଜ ୨୪ବର୍ଷର ପୁରୁଣା ଫିଲ୍ମ ବିଷୟରେ କଥା ହୋଇଛନ୍ତି । ଯାହା ଥିଏଟରରେ ନୁହେଁ ବରଂ ଟିଭରେ କଲ୍ଟ ହୋଇଥିଲା । ଏଥିଲାଗି ଅଭିନେତାଙ୍କୁ ୮ରୁ୯ ଲକ୍ଷ ଟଙ୍କା ପ୍ରତିଦିନ ମିଳୁଥିଲା । ଅକ୍ଷୟ କୁମାର ନିଜ କାମକୁ ନେଇ କହିଛନ୍ତି ଯେ, ମୋ କାମକୁ ନେଇ ମୋ ଭିତରେ କୌଣସି ଇଗୋ ନାହିଁ । ମୁଁ ଦେଖୁଛି ଆଜି ଏକାସହ ୩ -୩ ହିରୋଙ୍କ ଫିଲ୍ମ ଆସୁନାହିଁ । ଆମ ସମୟରେ ବହୁ ଫିଲ୍ମ ଆସୁଥିଲା । ଏହା ମଧ୍ୟରେ ‘ଜାନୀ ଦୁଶମନ’ର କଥା କହିବାକୁ ଯାଇ କହିଛନ୍ତି, ଏଥିରେ ୭-୭ ହିରୋ ଥିଲେ । ଏହି ସିନେମାରେ ମୋର ଚରିତ୍ର ମୃତ ଥିଲା । କାରଣ ପିଲ୍ମର ସୁଟ୍ ଲାଗି ଅନ୍ୟ ଅଭିନେତା ଆସୁନଥିଲେ ଏଥିଲାଗି ମୁଁ ନିର୍ଦେଶକଙ୍କୁ ପୁଣି ଆସିବାକୁ କହିଲି । କାରଣ ମୁଁ ପ୍ରତିଦିନ ହିସାବରେ ଥିଲି ଏଥିଲାଗି ନିର୍ଦେଶକ କହିଥିଲେ କି ତୁମେ ୪ ଦିନ ପରେ ଆସି ଯାଅ ।
’ଜାନୀ ଦୁଶମନ’କୁ ନେଇ ଅକ୍ଷୟ କୁମାର ଆଗକୁ କହିଛନ୍ତି କି, "ଏହା ନିଜସ୍ୱ ଢଙ୍ଗରେ ଏକ କଲ୍ଟ ଫିଲ୍ମ ଥିଲା। ଏହା ଲୋକଙ୍କୁ ହସାଇବା ପାଇଁ ଡିଜାଇନ୍ ହୋଇଥିବା ଏକ କଲ୍ଟ ଫିଲ୍ମ ଥିଲା। ଏହା ଏକ ବିଶ୍ୱାସପୂର୍ଣ୍ଣ ଫିଲ୍ମ।" ସେ ଏକ ମଜାଦାର ଦୃଶ୍ୟର ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ଏହାକୁ ଏକ ମଜାଦାର ଫିଲ୍ମ ବୋଲି କହିଛନ୍ତି। ସେ ଫିଲ୍ମ ପାଇଁ ତାଙ୍କର ଫିସ୍ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି, "ମୋତେ ପ୍ରତିଦିନ ଭଲ ପରିମାଣର ପାରିଶ୍ରମିକ ମିଳୁଥିଲା। ମୁଁ ପ୍ରତିଦିନ ପ୍ରାୟ ୮-୯ ଲକ୍ଷ ଟଙ୍କା ପାଉଥିଲି।"