ମୁମ୍ୱାଇ : ବଲିଉଡ୍‌ର ଦୁଇ ପ୍ରସିଦ୍ଧ ଅଭିନେତା ସନି ଦେଓଲ ଓ ଅକ୍ଷୟ ଖାନ୍ନା ପୁଣି ଥରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ସଦ୍ୟ ନେଟଫ୍ଲିକ୍ସ ଫିଲ୍ମ ‘ଇକ୍କା’ର ଟିଜର ରିଲିଜ ହୋଇଛି, ଯାହାକି ସୋସିଆଲ ମିଡିଆରେ ତେହଲକା ସୃଷ୍ଟି କରିଛି। ପ୍ରଶଂସକ ଏହାକୁ ଦେଖି ଖୁବ୍ ଏକ୍ସାଇଟେଡ୍ ହୋଇ ଯାଇଛନ୍ତି।

ପ୍ରଶଂସକମାନେ ଏଥିପାଇଁ ଖୁବ୍ ଉତ୍ସାହିତ ହୋଇ ଯାଇଛନ୍ତି , କାରଣ ଏହି ଦୁଇ ଅଭିନେତା ପ୍ରାୟ ୨୯ ବର୍ଷ ପରେ ଦୀର୍ଘ ପ୍ରତୀକ୍ଷା ପରେ ଏକାଠି ସ୍କ୍ରିନ୍‌ରେ ନଜର ଆସୁଛନ୍ତି। ଶେଷଥର ପାଇଁ ବ୍ଲକବଷ୍ଟର ଫିଲ୍ମ ‘ବର୍ଡର’ରେ ଏକାଠି ଆସି ଥିଲେ। ଟିଜରରେ ସନି ଦେଓଲଙ୍କର ସେହି ପୁରୁଣା ଆଙ୍ଗ୍ରି ୟଙ୍ଗ ମ୍ୟାନ୍ ଭଳି ଅବତାର ଏବଂ ଅକ୍ଷୟ ଖାନ୍ନାଙ୍କର ଭୟଙ୍କର ଆକ୍ଟିଂ ପ୍ରଶଂସକଙ୍କ କମ୍ପନ ବଢାଇ ଦେଇଛି।

ଆହୁରି ମଧ୍ୟ ପଢନ୍ତୁ : ବ୍ୟାନ ପରେ ପାକିସ୍ତାନର ଘରେ ଘରେ ଦେଖା ଯାଉଛି ‘ଧୁରନ୍ଧର’, ନେଟଫ୍ଲିକ୍ସ ଟ୍ରେଣ୍ଡ ଦେଉଛି ପ୍ରମାଣ

କୋର୍ଟ ରୁମ୍‌ରେ ସନିଙ୍କ ଆକ୍ସନ ଓ ଅକ୍ଷୟଙ୍କ ଜଲୱା –

ଫିଲ୍ମ ‘ଇକ୍କା’ର ଟିଜର ଏକ ପାୱାରଫୁଲ୍ କୋର୍ଟ ରୁମ୍ ଡ୍ରାମାର ଝଲକ ଦେଖାଇଛି। ଏଥିରେ ଏକ ଖୁବ୍ ଆଶ୍ଚର୍ଯ୍ୟକର ଓ ରୋମାଞ୍ଚକ ଦୃଶ୍ୟ ରହିଛି,ଯେଉଁଠି ସନ୍ନି ଦେଓଲ ରାଗରେ ଅକ୍ଷୟ ଖାନ୍ନାକୁ ମାଡ଼ ମାରିବାର ଦେଖାଯାଉଛି। ଓକିଲର ୟୁନିଫର୍ମରେ ପ୍ରଶଂସକଙ୍କୁ ସନ୍ନି ଦେଓଲଙ୍କ ସୁପରହିଟ୍ ଫିଲ୍ମ ‘ଦାମିନୀ’ ମଧ୍ୟ ମନେପଡ଼ି ଯାଉଛି। ଅନ୍ୟପଟେ ଅକ୍ଷୟ ଖାନ୍ନା ,ଯିଏ ନିକଟରେ ରେହମାନ ଡକୈତ ଚରିତ୍ରରେ ନିଜର ଆକର୍ଷଣୀୟ ରୋଲ୍‌ରେ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି , ଏହି ଫିଲ୍ମରେ ମଧ୍ୟ ସେ ଖୁବ୍ ଆଟ୍ରାକ୍ଟିଭ୍ ଲାଗୁଛନ୍ତି।

ନେଟଫ୍ଲିକ୍ସ ତାର ଅଫିସିଆଲି ଆକାଉଣ୍ଟରେ ଏହି ଟିଜରକୁ ସେୟାର କରି ଲେଖିଛି –ଆଇନ୍ କିମ୍ୱା ରକ୍ତର ସଂପର୍କ , କାହା ସାଥିରେ ଅଛି ଏହି ଖେଳର ଇକ୍କା ? ଇକ୍କା ଖୁବ୍ ଶୀଘ୍ର ଆସୁଛି, କେବଳ ନେଟଫ୍ଲିକ୍ସରେ। ହେଲେ ଏହା କେବେ ଷ୍ଟ୍ରିମ୍ ହେବ, ଏବେ ତାରିଖ ସ୍ପଷ୍ଟ ହୋଇ ନାହିଁ , ଏହି କୋର୍ଟରୁମ୍ ଡ୍ରାମାକୁ ସିଦ୍ଧାର୍ଥ ପି. ମାଲହୋତ୍ରା ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏଥିରେ ସନ୍ନି ଦେଓଲ , ଅକ୍ଷୟ ଖାନ୍ନା , ଦୀୟା ମିର୍ଜା , ତିଳୋତ୍ତମା ଶୋମ୍, ସଞ୍ଜିଦା ଶେଖ , ଶିଶିର ଶର୍ମା ଓ ଆକାଂକ୍ଷା ରଞ୍ଜନ ରହିଛନ୍ତି।