ମୁମ୍ୱାଇ- ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ବଲିଉଡ୍ ଇତିହାସରେ ସବୁଠୁ ବଡ଼ ଫିଲ୍ମ ସାବ୍ୟସ୍ତ ହେଉଛି। କାରଣ ଏହି ଫିଲ୍ମର କ୍ରେଜ୍ ଥମିବାର ନାଁ ହିଁ ନେଉନାହିଁ। ହଲ୍‌ରେ ସଫଳତାର ସହ ଚାଲିବା ପରେ, ଏବେ ଫିଲ୍ମ ଓଟିଟିରେ ମଧ୍ୟ ଧମାକା କରୁଛି। ଇଣ୍ଡିଆରେ ତ ଏହାକୁ ପସନ୍ଦ କରାଯାଉଛି , କିନ୍ତୁ ଏହାସହ ଯେଉଁଠି ଏହି ଫିଲ୍ମ ବ୍ୟାନ ଥିଲା, ସେଠାରେ ମଧ୍ୟ ଲୋକେ ଖୁବ୍ ଦେଖୁଛନ୍ତି।

‘ଧୁରନ୍ଧର’ ଯେବେ ରିଲିଜ ହୋଇଥିଲା, ସେବେ ଠାରୁ ଏହାକୁ ପାକିସ୍ତାନ ସମେତ ସବୁ ଗଲ୍ଫ ଦେଶରେ ବ୍ୟାନ୍ କରାଯାଇ ଥିଲା। ଏହି କ୍ରମରେ ପିଲ୍ମର ମେକରଙ୍କୁ ଖୁବ୍ କ୍ଷତି ସହିବାକୁ ପଡ଼ି ଥିଲା। ହେଲେ ସେଠାର ଲୋକେ ଏହି ଫିଲ୍ମର ଗୀତକୁ ଖୁବ୍ ପସନ୍ଦ କରୁଥିଲେ। ପାକିସ୍ତାନରୁ ଅନେକ ଭିଡ଼ିଓ ସାମ୍ନାକୁ ଆସିଥିଲା, ଯେଉଁଠି ବାହାଘର ଆଦିରେ ‘ଧୁରନ୍ଧର’ର ଗୀତ ବାଜୁ ଥିଲା। 

ଏବେ କିନ୍ତୁ ‘ଧୁରନ୍ଧର’ ନେଟଫ୍ଲିକ୍ସରେ ଗ୍ଲୋବାଲି ରିଲିଜ୍ ହୋଇଛି, ଏଥିରେ ପାକିସ୍ତାନୀ ଲୋକେ ମଧ୍ୟ ଏହାକୁ ଦେଖୁଛନ୍ତି। ଇଣ୍ଡିଆ ସମେତ ସେଠାର ନେଟଫ୍ଲିକ୍ସରେ ମଧ୍ୟ ଫିଲ୍ମ ନମ୍ୱର-୧ ଟ୍ରେଣ୍ଡ କରୁଛି। ଏହାର ଏକ ସ୍କ୍ରିନସଟ୍ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି,ଯେଉଁଥିରେ ‘ଟପ୍-୧୦ ମୁଭିଜ୍ ଟ୍ରେଣ୍ଡିଂ ଇନ୍ ନେଟଫ୍ଲିକ୍ସ ପାକିସ୍ତାନ’ର ଲିଷ୍ଟରେ ନମ୍ୱର-୧ରେ ‘ଧୁରନ୍ଧର’ ଦେଖା ଯାଉଛି। ଏହି ନ୍ୟୁଜକୁ ଅନେକ ଲୋକେ ମଧ୍ୟ କନଫର୍ମ କରିଛନ୍ତି।

ଆହୁରି ମଧ୍ୟ ପଢନ୍ତୁ : ‘ବ୍ୟାଟଲ୍ ଅଫ୍ ଗଲୱାନ’ ଏହି ୫ କାରଣରୁ ହେବ ହିଟ୍ , ୩୦୦ କୋଟି ଟଙ୍କା କରିବ ଆୟ : ଏକ୍ସପର୍ଟଙ୍କ ପ୍ରତିକ୍ରିୟା

‘ଧୁରନ୍ଧର’ର କାହାଣୀ ପାକିସ୍ତାନର ସହର ଲ୍ୟାରୀ ଓ ସେଠାର ଗ୍ୟାଙ୍ଗ୍ ୱାରକୁ ଦର୍ଶାଉଛି। ଯେଉଁଠି ଇଣ୍ଡିଆ ପକ୍ଷରୁ ଜଣେ ଏଜେଣ୍ଟ ହମଜା ଅଲୀ ମଜାରୀ ସାଜି ପହଞ୍ଚୁଛି। ସେ ସେଠାରେ ଥିବା ସବୁ ଗ୍ୟାଙ୍ଗ ଓ ଆତଙ୍କବାଦୀ ଆଡ୍ଡାରେ ପଶି ଭିତରେ ଭିତରେ ଶେଷ କରିବାର ମିଶନରେ ରହୁଛି। ଏହା କାହାଣୀ ସେଠାର ଲୋକଙ୍କ ପାଇଁ ଖୁବ୍ କଣ୍ଟ୍ରୋଭର୍ସିଆଲ ଥିଲା, ଏଥିପାଇଁ ଏହାକୁ ପାକିସ୍ତାନର ଥିଏଟରରେ ବ୍ୟାନ୍ କରାଯାଇ ଥିଲା। 

କିନ୍ତୁ ଯେତେବେଳେ ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଛି, ତ କେହି ଆଉ ରହି ନାହାନ୍ତି। ପାକିସ୍ତାନର ଲୋକେ ଏହି ଫିଲ୍ମ ଦେଖିଲେ ଏବଂ ଏବେ ସୋସିଆଲ ମିଡ଼ିଆରେ ଏହାକୁ ଖୁବ୍ ପ୍ରଶଂସା ମଧ୍ୟ କରୁଛନ୍ତି। ରେଡିଟ୍, ଏକ୍ସ ଭଳି ପ୍ଲାଟଫର୍ମରେ ପାକିସ୍ତାନର ଲୋକେ କେବଳ ‘ଧୁରନ୍ଧର’ର ପ୍ରଶଂସା କରୁଛନ୍ତି। ସେ ଆଶ୍ଚର୍ଯ୍ୟ ଯେ ଆଦିତ୍ୟ ଧର , ଯିଏ ଇଣ୍ଡିଆନ ଫିଲ୍ମମେକର, ସେ ଲ୍ୟାରୀ ଭଳି ସହରରକୁ କେମିତି ବଡ଼ ପରଦାରେ ଦେଖାଇ ପାରିଛନ୍ତି। ଏବେ ସେ ଏହା ଭାବୁଛନ୍ତି ଯେ, ଯେବେ ପାର୍ଟ-୧ ଏହିପରି ଧମାକା କରିଛି , ତ ପାର୍ଟ-୨ ରେ ଆଉ କଣ କଣ ହେବ।