ଲସ୍ ଏଞ୍ଜେଲ୍ସ : ଆମେରିକାରେ କୃଷି ନେତା ଓ ସଂଗଠନ ଅନେକ ଚେତାବନୀ ଜାରି କରିଛନ୍ତି। କହିଛନ୍ତି ଯଦି ବର୍ତ୍ତମାନ ପ୍ରଶାସନର ନୀତି ଜାରି ରହେ ତ , ତାହା ‘ଆମେରିକୀୟ କୃଷିର ବଡ଼ ସ୍ତରରେ ପତନ‘ର କାରଣ ହୋଇପାରେ। ଆମେରିକାର ପ୍ରମୁଖ କୃଷି ସଂଘ ଓ ଆମେରିକୀୟ କୃଷି ବିଭାଗ (ୟୁଏସଡିଏ)ର ୨୭ ପୂର୍ବତନ ନେତାଙ୍କର ଏକ ଗଠବନ୍ଧନ ନିକଟରେ ଆମେରିକୀୟ କଂଗ୍ରେସକୁ ଏକ ଆନୁଷ୍ଠାନିକ ଚିଠି ଜାରି କରିଥିଲେ। ଏହି ଚିଠିରେ କୁହାଯାଇଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ନୀତି ଗୁଡ଼ିକ ଏହି କ୍ଷେତ୍ରକୁ ‘ବହୁତ କ୍ଷତି’ ପହଞ୍ଚାଇଛି।

ସେ ପରିସଂଖ୍ୟାନ ଅନୁସାରେ କହିଛନ୍ତି , ଚଳିତ ବର୍ଷ ସବୁ ଫାର୍ମ ଗୁଡ଼ିକରୁ ମୁସ୍କିଲରେ ଅଧା ଫାର୍ମ ଲାଭ ପାଇ ପାରିବେ। ତାଙ୍କର ଏହି କଥା ଆମେରିକାନ ଫାର୍ମ ବ୍ୟୁରୋ ଫେଡରେସନର ଡାଟା ସହ ମେଳ ଖାଉଛି। ଏହି ଡାଟାରେ ମଧ୍ୟ ମିଳିଛି ଯେ, ଆମେରିକୀୟ ଚାଷୀ ଗତ ତିନି ବର୍ଷରେ ୫୦ ବିଲିୟନ ଆମେରିକୀୟ ଡଲାରରୁ ଅଧିକ କ୍ଷତିରେ ଅଛନ୍ତି। ଏହି ଚିଠିରେ ଲେଖାଯାଇଛି ଯେ, ଚାଷରେ ବ୍ୟବହାର କରାଯାଉ ଥିବା ବିଭିନ୍ନ ପ୍ରକାରର ସାମଗ୍ରୀ (ଇନପୁଟ)ରେ ଆମଦାନୀ ଶୁଳ୍କ ଲଗାଯାଇଛି। ସାର୍ ଠାରୁ ନେଇ କୃଷି ରସାୟନ ପଦାର୍ଥ ପର୍ଯ୍ୟନ୍ତ , ମେସିନର ପୁଞ୍ଜି ଯାଏ, ପ୍ରଶାସନର ଶୁଳ୍କ କୃଷିରେ ଇନପୁଟ ମୂଲ୍ୟ ବଢାଇ ଦେଇଛି ଏବଂ ଉତ୍ପାଦନର ମୂଲ୍ୟକୁ ସାମଗ୍ରୀ ମୂଲ୍ୟ ଠାରୁ ଖୁବ୍ ଉପରେ ରଖିଛି।

ଏଥରେ କୁହାଯାଇଛି ଯେ, କୃଷିରେ ଇନପୁଟ୍ର ଦେୟ ବଢାଇବା ଆମେରିକୀୟ ଚାଷୀଙ୍କ ମୁଣାରୁ ପଇସା ଖର୍ଚ୍ଚ କରିବା । ଚିଠିରେ ଆହୁରି କୁହାଯାଇଛି ଯେ, ଏହି ପ୍ରଶାସନର ବ୍ୟାପାର ନୀତି ଗୁଡ଼ିକ ଓ କଂଗ୍ରେସର କାର୍ଯ୍ୟାନୁଷ୍ଠାନର ଅଭାବ ଆମର ବୈଶ୍ୱିକ ପ୍ରତିସ୍ପର୍ଦ୍ଧାତ୍ମକତାକୁ ହ୍ରାସ କରି , ରପ୍ତାନୀ ବଜାରକୁ ବ୍ୟାଘାତ ଘଟାଇ ଏବଂ କମୋଡିଟି ମୂଲ୍ୟକୁ ହ୍ରାସ କରି ଆମେରିକୀୟ ଚାଷୀଙ୍କୁ ମଧ୍ୟ କ୍ଷତି କରିଛି।