ଭୁବନେଶ୍ଵର,୧୪।୭  ବାଲେଶ୍ଵର ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗର ତତ୍ପରତା। ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସ୍ଥିତି  ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ। ୨୪ ଘଣ୍ଟା ମଧ୍ୟରେ ଅନ୍ତରୀଣ ଅଭିଯୋଗ କମିଟିର ସ୍ଥିତି ବିଷୟରେ  ଉଚ୍ଚ ଶିକ୍ଷା ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ କଲେଜରେ ତୁରନ୍ତ ଆଭ୍ୟନ୍ତରୀଣ ଅଭିଯୋଗ କମିଟି  ଗଠନ କରିବାକୁ ଚିଠିରେ ଦର୍ଶାଯାଇଛି।  

ଏହା ସହିତ କମିଟିରେ ଥିବା ସଦସ୍ୟଙ୍କ ନାଁ ଏବଂ ଯୋଗାଯୋଗ ନମ୍ବର HIMS ପୋର୍ଟାଲରେ ଅପଲୋଡ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ସବୁ ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଏ ନେଇ ଚିଠି ଲେଖିଛି।