କେନ୍ଦୁଝର ସଦର,୧୨/୧୧ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ରାଇଜିଂ ଷ୍ଟାର କ୍ଲବ ଆନୁକୁଲ୍ୟରେ ୧୬ଦଳୀୟ ଦିବାରାତ୍ର ସର୍ବ ଭାରତୀୟ ମିନି କଳିଙ୍ଗ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡି, ସମ୍ମାନୀତ ଅତିଥି ଭାବେ ରାଇଜିଂ ଷ୍ଟାର କ୍ଲବ ଅଧ୍ୟକ୍ଷ ଗଣେଶ୍ଵର ମହାନ୍ତ, ସଦର ନିର୍ବାଚମଣ୍ଡଳୀ ସଂଯୋଜକ ବିବେକାନନ୍ଦ ମହାନ୍ତ, ବିଜେପି ନେତା ଆନିଦ୍ୟ ବେହେରା, ରାଇଜିଂ ଷ୍ଟାର କ୍ଲବ ସଭାପତି ଶ୍ରୀକାନ୍ତ ନାଏକ, ପରିଚାଳନା ସଭପତି ବିରେନ୍ଦ୍ର ମହାନ୍ତ, ଉପସଭାତି ରାମଚନ୍ଦ୍ର ମହାନ୍ତ, ହୃଷିକେଶ ମହାନ୍ତ, ସଧାରଣ ସମ୍ପାଦକ ଗୋପଳକ୍ରୀଷ୍ଣା ବାରିକ୍, ପରିଚାଳନା ସମ୍ପାଦକ ବଳଭଦ୍ର ମହାନ୍ତ, ଯୁଗ୍ମ ସମ୍ପାଦକ ଲୋଚନ ମହାନ୍ତ, ତାରିଣୀସେନ ମହାନ୍ତ, ଏମଡି ମଝାର ହୁସେନ୍, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାନ୍ତ ବିଜେପି ନେତ୍ରୀ ଗୀତାଞ୍ଜଳି ମହାନ୍ତ, ସୁଭାଷିନୀ ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।
ଉଦଘାଟନୀ ମ୍ୟାଚ୍ ବରଗଡ଼ ଏଫସି ଏବଂ ଟାଟା ଏଫସି ମଧ୍ୟରେ ଖୁବ୍ ସଂଘର୍ଷ ମୟ ଖେଳ ପ୍ରଦର୍ଶନ ହୋଇଥିଲା। ଉଭୟ ଦଳ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ୍ ଦେବାରେ ସକ୍ଷମ ହୋଇ ନ ଥିବାବେଳେ ବରଗଡ଼ ପେନାଲ୍ଟି ସୁଟ ଆଉଟରେ ବିଜୟ ହୋଇ ଦ୍ୱିତୀୟ ରାଉଣ୍ଡକୁ ପ୍ରବେଶ କରିଛି । ଏହାର ଫାଇନାଲ ମ୍ୟାଚ୍ ଆସନ୍ତା ୨୩ତାରିଖ ହେବାକୁ ଥିବାବେଳେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ ବୋଲି ରାଇଜିଂ ଷ୍ଟାର କ୍ଲବ ଅଧ୍ୟକ୍ଷ ଗଣେଶ୍ଵର ମହାନ୍ତ ସୂଚନା ଦେଇଛନ୍ତି। କ୍ଷୀରୋଦ ଗିରି ଓଡ଼ିଆ ହିନ୍ଦୀରେ ଧାରାବିବରଣି ପ୍ରଦାନ କରିଥିବାବେଳେ ରାଜୁ ମହାନ୍ତି(ଖୋର୍ଦ୍ଧା),ସରୋଜ ମହାରଣା(ଖୋର୍ଦ୍ଧା),ଗଜାନନ ପାତ୍ର (ସୁନ୍ଦରଗଡ଼),ରାକେଶ କିସ୍କ୍କୁ(ଟାଟା) ରେଫରି ଭାବେ ଯୋଗଦେଇ ଖେଳ ଜାରି ରଖିଛନ୍ତି। ଫାଇନାଲ ବିଜେତାଙ୍କ ପାଇଁ ୨ଲକ୍ଷ ଟଙ୍କା, ଉପ ବିଜେତା ୧ଲକ୍ଷ ୫୦ହଜାର, ତୃତୀୟ ପୁରସ୍କାର ୭୫ହଜାର ଟଙ୍କା, ଚତୁର୍ଥ ପୁରସ୍କାରକୁ ମଧ୍ଯ ୭୫ହଜାର ଟଙ୍କା ପୁରସ୍କାର ରହିଛି । ଥଣ୍ଡା ସତ୍ତ୍ୱେ ଦିବାରାତ୍ର ମ୍ୟାଚ୍ ଦେଖିବା ପାଇଁ ବହୁ ସଂଖ୍ୟକ ଦର୍ଶକ ଉପସ୍ଥିତ ରହୁଥିବା ଦେଖିବାକୁ ମିଳିଛି ।