ଶଗଡ଼ଘାଟ (ଜିତୁ ସାହୁ), ୧୫/୦୫ : ଗ୍ରୁପ୍ ଲୋନ୍ ସୁଝି ନପାରି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ଟିଟିଲାଗଡ଼ ଥାନା ସିଆଲଝୁଡୁଙ୍ଗି ଗ୍ରାମର ରାତ୍ର ଛତ୍ରିଆ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାରକରି ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। 

ସୂଚନାନୁଯାୟୀ, କିଛବର୍ଷ ତଳେ ରାତ୍ର ଛତ୍ରିଆ ତାଙ୍କ ଝିଅ ବାହାଘର କରିବା ପାଇଁ ଏକ ମାଇକ୍ରୋଫାଇନାନ୍ସରେ ଓ ଗ୍ରାମର ଅନ୍ୟ ଜଣେ ମହିଳାଙ୍କଠାରୁ ୭ଠ ହଜାର ଟଙ୍କା ଋଣ କରିଥିଲେ। ସେ ଚାଷ କାମକରି ପରିବାର ପୋଷଣ କରୁଥିବା ବେଳେ ଗତ ବର୍ଷ କପା ଚାଷରେ ଭଲ ଲାଭ ନ ମିଳିଥିବାରୁ ଋଣ ଦେବାରେ ଅକ୍ଷମ ହୋଇଥିଲେ। ଏପରିକି ସେ ଘରେ ଥିବା ଛେଳି ବିକ୍ରି କରି ଗତ ମାସରେ ୧୮ ଶହ ଟଙ୍କା ଦେଇଥିଲେ। ଗତକାଲି ସନ୍ଧ୍ୟାରେ ଫାଇନାନ୍ସ କମ୍ପାନୀର ଜଣେ ଯୁବକ ତାଙ୍କ ଘରେ ପହଞ୍ଚି ଝଗଡ଼ା କରିଥିଲେ। ଗ୍ରାମର କିଛି ବ୍ୟକ୍ତି ଉଭୟଙ୍କୁ ବୁଝାସୁଝା କରିବାପରେ ସେମାନେ ଶାନ୍ତ ହୋଇଥିଲେ। ଲୋକଲଜ୍ୟାରେ ରାତ୍ର ଏହିପରି ପଦକ୍ଷେପ ନେଇଥବା ପରିବାର ଲୋକେ କହିଛନ୍ତି।