ସାଲେପୁର,୦୨/୦୮ : କଟକ ସାଲେପୁର ବ୍ଲକ ଆତ୍ମା କମିଟି ଗଠନରେ ଅନିୟମିତତା ଅଭିଯୋଗ। ଏନେଇ ସାଲେପୁର କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଚାଷୀ । ସୂଚନା ମୁତାବକ, ନୂତନ ଭାବେ ସାଲେପୁର ବ୍ଲକରେ ଗଠନ କରାଯାଇଛି ଆତ୍ମା କମିଟି । ହେଲେ ସେଠାରେ ପ୍ରକୃତ କୃଷିମାନଙ୍କୁ ସାମିଲ କରାନଯାଇ ଦଳୀୟ ଭିତ୍ତିରେ ଚୟନ କରାଯାଇଛି । ଏଥିସହ ଗୋଟିଏ ପଞ୍ଚାୟତରୁ ୫ ଜଣଙ୍କୁ ଏହି କମିଟିରେ ସାମିଲ କରାଯାଇଛି ।ତେଣୁ ଏହି କମିଟି ଗଠନରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ କରି ଆଜି ଏକାଧିକ ଚାଷୀ ସାଲେପୁର କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଜଣାପଡ଼ିଛି।

ମାଲେଗାଓଁ ବିସ୍ପୋରଣ ମାମଲାରେ ଗୁରୁବାର ନିର୍ଦ୍ଦୋଷ ସା...