ସାଲେପୁର,୦୨/୦୮ : କଟକ ସାଲେପୁର ବ୍ଲକ  ଆତ୍ମା କମିଟି ଗଠନରେ ଅନିୟମିତତା ଅଭିଯୋଗ। ଏନେଇ ସାଲେପୁର କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଚାଷୀ । ସୂଚନା ମୁତାବକ, ନୂତନ ଭାବେ  ସାଲେପୁର ବ୍ଲକରେ ଗଠନ କରାଯାଇଛି ଆତ୍ମା କମିଟି । ହେଲେ ସେଠାରେ ପ୍ରକୃତ କୃଷିମାନଙ୍କୁ ସାମିଲ କରାନଯାଇ ଦଳୀୟ ଭିତ୍ତିରେ ଚୟନ କରାଯାଇଛି । ଏଥିସହ  ଗୋଟିଏ ପଞ୍ଚାୟତରୁ ୫ ଜଣଙ୍କୁ ଏହି କମିଟିରେ ସାମିଲ କରାଯାଇଛି ।ତେଣୁ  ଏହି କମିଟି ଗଠନରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ କରି ଆଜି ଏକାଧିକ ଚାଷୀ ସାଲେପୁର କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଜଣାପଡ଼ିଛି।