ସାହାଜପାଲ, ୧୯।୫ : ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନେକପୁର ଗ୍ରାମର ଶେଷଦେବ ମେହେରଙ୍କୁ ମିଳିଲା ଦିବ୍ୟାଙ୍ଗ ଭତ୍ତା । ’ପ୍ରମେୟ’ରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ଶେଷଦେବଙ୍କୁ ଭତ୍ତା ପ୍ରଦାନ କରାଯାଇଛି।
ବୌଦ୍ଧ ସଦର ବ୍ଲକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନେକପୁର ଗ୍ରାମର ଶେଷଦେବ ମେହେର ଜଣେ ଦିବ୍ୟାଙ୍ଗ ବ୍ୟକ୍ତି । ତାଙ୍କୁ ୫ ମାସ ହେଲା ଭତ୍ତା ମିଳି ନ ଥିଲା। ଏ ନେଇ ’ପ୍ରମେୟ’ରେ ପ୍ରକାଶିତ ହେବା ପରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟକୁ ନୋଟିସ କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌଦାମିନୀ ନାଏକ ଦିବ୍ୟାଙ୍ଗ ଶେଷଦେବ ମେହେରଙ୍କୁ ମାସକୁ ୧୨୦୦ ଟଙ୍କା ଲେଖାଏଁ ମୋଟ ୬୦୦୦ ଟଙ୍କା ଓ ଛତା, ଚପଲ ପାଇଁ ୪୦୦ ଟଙ୍କା ଦେଇଥିଲେ।