ମୁମ୍ୱାଇ,୧୧/୦୬: ବୁଧବାର ରିଲିଜ୍ ହୋଇଛି ଆଲିୟା ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଲ୍ଫା’ର ଟିଜର୍ । ୧.୫୫ ମିନିଟ୍ର ଟିଜର୍ରେ ଆଲିୟାଙ୍କର ଦମ୍ଦାର ଆକ୍ସନ୍ ଦେଖିବାକୁ ମିଳିଛି । ଜଣେ ଯୁବତୀଙ୍କ ଉପରେ ଏହାର କାହାଣୀ ପର୍ଯ୍ୟବେସିତ । ଆଲିୟା ସେହି ଚରିତ୍ରରେ ଅଭିନୟ କରିଛନ୍ତି । ପିଲାଦିନୁ ତାଙ୍କୁ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ପାଇଁ ତାଲିମ ଦିଆଯାଇଛି ।
ଆହୁରି ପଢନ୍ତୁ-Pawan Kalyan: ପବନ କଲ୍ୟାଣଙ୍କୁ କେମିତି ମିଳିଲା ଏହି ନାମ? ପାୱାର ଷ୍ଟାର୍ କହିଲେ କାହାଣୀ
ଟିଜର୍ରେ ତାଙ୍କ ବାପା ଭୂମିକାରେ ଥିବା ବବି ଦେଓଲ ତାଙ୍କୁ ‘ଆଲ୍ଫା’ ନାମକ ଏକ ଗୁପ୍ତ କାର୍ଯ୍ୟକ୍ରମ ସହ ପରିଚୟ କରାଉଛନ୍ତି, ଯାହାକୁ ଭାରତର ପରବର୍ତ୍ତୀ ପିଢ଼ିର ସୈନ୍ୟଙ୍କୁ ପ୍ରସ୍ତୁତ କରିବାକୁ ଡିଜାଇନ୍ କରାଯାଇଛି । ‘ଆଲ୍ଫା’ର ଟିଜର୍ ଦେଖି ଶାହରୁଖ ଆଲିୟାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଏକ୍ସରେ ଲେଖିଛନ୍ତି ‘ବହୁତ ଭଲ ଆଲିୟା । ପୂର୍ବରୁ ତୁମେ ହୃଦୟ ଭାଙ୍ଗୁଥିଲ, ଏବେ ହାଡ଼ ଭାଙ୍ଗୁଛ । ତୁମ ପ୍ରତିଭା ଲଗାତାର ବଢୁଛି । ଆଶା କରୁଛି ‘ଆଲ୍ଫା’ ଲୋକଙ୍କ ହୃଦୟ ଜିତିବ ଏବଂ ସିକ୍ୱେଲ ପାଇଁ କିଛି ଖଳନାୟକଙ୍କୁ ମଧ୍ୟ ସଂରକ୍ଷିତ ରଖାଯିବ । ଯାଅ, ସମସ୍ତଙ୍କୁ ଦେଖାଇଦିଅ ସିଗ୍ମା ଗର୍ଲ! ବବି ସାର୍, ଆପଣ ଯେତେବେଳେ ଭିଲେନ୍ ହୁଅନ୍ତି, କମାଲ୍ କରିଦିଅନ୍ତି । ପୂରା ଟିମ୍କୁ ଢେର ଶୁଭକାମନା ।’ ତେବେ ଫିଲ୍ମଟି ଜୁଲାଇ ୩ରେ ରିଲିଜ ହେବ